Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Price Hike / ଆହୁରି ବଢ଼ିବ ଦର, ମହଙ୍ଗା ହେବ ସ୍ମାର୍ଟଫୋନ

Rashmita Mishra
Browse all articles by Rashmita Mishra
·5 months ago·2 min read
 ଆହୁରି ବଢ଼ିବ ଦର, ମହଙ୍ଗା ହେବ ସ୍ମାର୍ଟଫୋନ
Price Hike

Key Points

ଆହୁରି ବଢ଼ିବ ଦର, ମହଙ୍ଗା ହେବ ସ୍ମାର୍ଟଫୋନ ।
ଯଦି ଏହି ସବୁ ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ଏବେ ହିଁ କିଣନ୍ତୁ ।
ଏଗୁଡ଼ିକର ଦାମ ୪-୮% ପର୍ଯ୍ୟନ୍ତ ବଢ଼ିଯିବ ।

ଆଗକୁ ସ୍ମାର୍ଟଫୋନ, ଟିଭି ଏବଂ ଲ୍ୟାପଟପ କିଣିବା ମହଙ୍ଗା ହୋଇଯିବ । ଯଦି ଏହି ସବୁ ଜିନିଷ କିଣିବାକୁ ଚାହୁଁଛନ୍ତି ତେବେ ଏବେ ହିଁ କିଣନ୍ତୁ କାରଣ ଏଗୁଡ଼ିକର ଦାମ ୪-୮% ପର୍ଯ୍ୟନ୍ତ ବଢ଼ିଯିବ । ଗତବର୍ଷ ନଭେମ୍ବର-ଡିସେମ୍ବର ମାସରେ ଏଗୁଡ଼ିକର ଦାମ ୨୧% ପର୍ଯ୍ୟନ୍ତ ବଢ଼ିଥିଲା । ଏବେ ଆହୁରି ଦର ବଢ଼ିବ। ଏହି ଦରବୃଦ୍ଧିର କାରଣ ହେଉଛି ପ୍ରବଳ ମାତ୍ରାରେ ମେମୋରି ଚିପର ବ୍ୟବହାର ବଢ଼ିବା ।

ଆର୍ଟିଫିସିଆଲ ଇ‌ଣ୍ଟେଲିଜେନ୍ସ (ଏଆଇ) ଓ ହାଇ-ପରଫରମାନ୍ସ କମ୍ପ୍ୟୁଟିଂ ଡିଭାଇସ୍‌ର ଚାହିଦା ବଢ଼ିବା ପରେ ସମଗ୍ର ବିଶ୍ବରେ ଚିପ୍‌ ଅଭାବ ଦେଖାଦେଇଛି। ସେଥିପାଇଁ ଆଗାମୀ କିଛି ମାସ ଭିତରେ ପର୍ସନାଲ କମ୍ପ୍ୟୁଟର (ପିସି) ଦାମ୍‌ରେ ୪-୬ ପ୍ରତିଶତ, ସ୍ମାର୍ଟଫୋନ୍‌ ଦାମ ୩-୫ ପ୍ରତିଶତ ବଢ଼ିବ ବୋଲି ଆଶଙ୍କା କରାଯାଉଛି ବୋଲି ବଜାର ଗବେଷଣା ସଂସ୍ଥା ଆଇଡିସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଚିପ୍‌କୁ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକରେ ବ୍ୟବହାର କରାଯାଉଥିଲା।

ବିଶ୍ଵର ଚାହିଦା ପୂରଣ କରିବା ଲାଗି ସେହି ଅନୁସାରେ ବିଭିନ୍ନ ସ୍ଥାନରେ ତାହା ଉତ୍ପାଦନ ହେଉଥିଲା । ହଠାତ୍‌ ଏଆଇ ଗ୍ରହଣୀୟତା ବଢ଼ିଯିବା ପରେ ହାଇ-ପରଫରମାନ୍ସ ଡିଭାଇସ୍‌ଗୁଡ଼ିକର ଚାହିଦା ବଢ଼ିଯାଇଛି । ଏହା ବ୍ୟତୀତ ଇଲେକ୍ଟ୍ରିକ ଯାନ, ଏଆଇ ଡାଟା ସେଣ୍ଟର୍‌ ଆଦିରେ ମଧ୍ୟ ଉଚ୍ଚ ମାନର ଚିପ୍‌ ବ୍ୟବହାର ହେଉଛି ।

ତାଇପେଇର ସଂସ୍ଥା ଟ୍ରେଣ୍ଡ୍‌ଫୋର୍ସ ଆକଳନ କରିଛି ଯେ ସାଧାରଣ ଡିଆର୍‌ଏଏମ୍‌ ମେମୋରି ଚିପ୍‌ର ଦାମ୍‌ରେ ଚଳିତ ତ୍ରୈମାସିକରେ ୫୦-୫୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଛି । ଆଗାମୀ ଦିନରେ ଲାପ୍‌ଟପ୍‌ ଓ ପିସି ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ହେବାକୁ ଯାଉଥିବା ସମ୍ପର୍କରେ ଲିନୋଭୋ, ଡେଲ, ଏଚ୍‌ପି, ଏସର୍‌ ଓ ଆସୁସ୍‌ ଭଳି ପ୍ରମୁଖ ଲାପ୍‌ଟପ୍‌ ଉତ୍ପାଦନକାରୀ ସେମାନଙ୍କ କ୍ଲାଏଣ୍ଟ୍‌ମାନଙ୍କୁ ଅବଗତ କରିସାରିଲେଣି। ପିସି ଓ ଲାପ୍‌ଟପ୍‌ ଦାମ୍‌ ୧୫-୨୦ ପ୍ରତିଶତ ବଢ଼ିବା ଆଶଙ୍କା କରାଯାଉଛି।

ସ୍ମାର୍ଟଫୋନ୍‌ କ୍ଷେତ୍ରରେ ମଧ୍ୟମ ଓ ନିମ୍ନ ମଧ୍ୟମ ବର୍ଗର ଡିଭାଇସ୍‌ଗୁଡ଼ିକର ଦାମ୍‌ ବଢ଼ିପାରେ। କାରଣ ଏହି ବର୍ଗର ଫୋନ୍‌ରେ ମେମୋରିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୨୦୨୬ରେ ବଜାରକୁ ଆସିବାକୁ ଥିବା ଏହି ଧରଣର ଫୋନ୍‌ଗୁଡ଼ିକର ଦାମ୍‌ ବଢ଼ିବ। ସାମସଙ୍ଗ୍‌ ଓ ଚୀନର କମ୍ପାନିଗୁଡ଼ିକ ନିର୍ମାଣ କରୁଥିବା ଏଲ୍‌ଇଡି ଓ ଏଲ୍‌ସିଡି ଟିଭିଗୁଡ଼ିକର ଦାମ୍‌ ମଧ୍ୟ ଆଗକୁ ବଢ଼ିବାକୁ ଯାଉଛି।

ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ମେମୋରି ଚିପ୍‌ର ଅଭାବ ସମସ୍ୟା ୨୦୨୭ରେ ମଧ୍ୟ ବଜାୟ ରହିବ। ଚଳିତ ବର୍ଷ ଡିରାମ୍‌ ଓ ଏନ୍‌ଏଏନ୍‌ଡିର ଯୋଗାଣ ଯଥାକ୍ରମେ ୧୬ ପ୍ରତିଶତ ଓ ୧୭ ପ୍ରତିଶତ କମ୍‌ ରହିବ। ଚିପ୍‌ ନିର୍ମାଣ କରୁଥିବା ସଂସ୍ଥା ମାକ୍ରନ୍‌ ଏକ ନୂଆ କାରଖାନା ସ୍ଥାପନ କରୁଛି। କିନ୍ତୁ ୨୦୨୭ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ନାହିଁ। ତେଣୁ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଗ୍ରାହକମାନଙ୍କୁ ଦରବୃଦ୍ଧିରୁ କୌଣସି ଆଶ୍ବସ୍ତି ମିଳିବନି ବୋଲି କୁହାଯାଇପାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Price Hike | Smartphone Prices Likely to Rise Further, Cost to Increase Soon | Argus News