20 ବର୍ଷ ବିତିଗଲାଣି, ଏବେ ବି କାମ କରିବାରେ ମଜା ଆସୁଛି

ଅର୍ଗସ ବ୍ୟୁରୋ: ଆମ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଗୁଗୁଲ୍ । ଚୁଟିକିରେ ସବୁ ସମସ୍ୟାର ସମାଧାନ କରୁଛି ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ । ଯେତେବେଳେ ମନରେ କିଛି ବି ସଙ୍କା ରହୁଛି ସଙ୍ଗେ ସଙ୍ଗେ ଉତ୍ତ୍ର ଦେଉଛି ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ।
1998 ସେପ୍ଟେମ୍ବର 4 ରେ ଏହି ସର୍ଚ୍ଚ ଇଞ୍ଜିନ୍ ର ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଜଣେ ଭାରତୀୟଙ୍କ କାର୍ଯ୍ୟକାଳକୁ 20 ବର୍ଷ ପୁରୁଛି । ହଁ ଆମେ ଗୁଗୁଲ୍ ର ସିଇଓ ପଦରେ କାର୍ଯ୍ୟରତ ସୁନ୍ଦର ପିଚାଇଙ୍କ କଥା କହୁଛୁ । ଗୁଗୁଲ କମ୍ପାନୀରେ ଦୁଇ ଦଶନ୍ଧି ପୂରଣ କରିଛନ୍ତି ।
2004 ରେ ସୁନ୍ଦର ପିଚାଇ ଜଣେ ପ୍ରଡକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ନିଷ୍ଠା ବଳରେ ଗୁଗୁଲ୍ ର ସିଇଓ ହୋଇଥିଲେ । ଏବେ ସେ ଆଲଫାବେଟ୍ ର ନିର୍ଦ୍ଦେଶକ ବୋର୍ଡରେ ମଧ୍ୟ କାର୍ଯ୍ୟରତ ।
📱 Get Argus News App
✨ତେବେ 20 ବର୍ଷ ପୂରଣରେ ପିଚାଇ କହିଛନ୍ତି 2004 ରୁ 2024 ବହୁତ କିଛି ପରିବର୍ତ୍ତନ ହୋଇଛି । ହେଲେ ପରିବର୍ତ୍ତନ ହେଇନି ତ ଗୋଟିଏ କଥା କମା କରି ମୁଁ ପାଉଥିବା ରୋମାଞ୍ଚ । ସେଥିପାଇଁ କୁହନ୍ତି କାମ କୁ ଭଲ ପାଓ । ଜୀବନରେ ବହୁତ ଆଗକୁ ଯିବ ।