|
logo
Live

Argus News - ପୃଥିବୀର ମଣିଷମାନେ ଏଲିୟନ ! ନାସା ଦେଲା ଏମିତି ପ୍ରମାଣ

Technology

ପୃଥିବୀର ମଣିଷମାନେ ଏଲିୟନ ! ନାସା ଦେଲା ଏମିତି ପ୍ରମାଣ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପୃଥିବୀର ମଣିଷମାନେ ଏଲିୟନ ! ନାସା ଦେଲା ଏମିତି ପ୍ରମାଣ

କଣ ପୃଥିବୀର ମଣିଷମାନେ ଏଲିୟନ !
ବେନୁ ଉଲକାପିଣ୍ଡରୁ ମିଳିଲା ଏମିତି ପ୍ରମାଣ
ନାସାର ଯାନ ଆଣିଲା ଏପରି ତଥ୍ୟ

ଅର୍ଗସ ବ୍ୟୁରୋ :  ନାସାର ଯାନ ଓସରିସ୍ ଆରଇଏକ୍ସ(OSIRIS-REx) ସ୍ପେସ୍‌କ୍ରାଫ୍ଟ ବେନୁ ଉଲକାପିଣ୍ଡରୁ କିଛି ନମୁନା ସହ ଫେରିଛି । ଯାହାକୁ ନାସା ସୋସିଆଲ ମିଡିଆରେ ଶେୟାର କରିଛି । ବେନୁ ଉଲକାପିଣ୍ଡରୁ ଏହି ଯାନ ଏପରି କିଛି ତଥ୍ୟ ଆଣିଛି, ଯେଉଁଥିରୁ ସେଠାରେ ଜୀବନ ତତ୍ତ୍ବ ଥିବା ସନ୍ଦେହ କରାଯାଉଛି । ଏବଂ ସେହି ଉଲକାପିଣ୍ଡରେ କାର୍ବନ ଏବଂ ପାଣିର ମାତ୍ରା ଖୁବ ଅଧିକ ଥିବା ମଧ୍ୟ ନମୁନା ଆଣିଛି ଏହି ଯାନ ।

ଏହି ଉଲକାପିଣ୍ଡରେ ଡିଏନଏ ଏବଂ ଆରଏନଏରେ ଥିବା ପାଞ୍ଚ ନିୟୁକ୍ଲିୟୋବେସେସ, ପ୍ରୋଟିନରେଥିବା ୨୦ ଟି ଏମିନୋ ଏସିଡ୍‌ ମଧ୍ୟରୁ ୧୪ଟି ରହିଛି । ନାସାର ଏହି ଯାନ, ସେହି ଉଲକାପିଣ୍ଡରୁ ୧୬୫୦ ଫୁଟ ଚଉଡାର ଏକ ନମୁନା ପୃଥିବୀକୁ ପଠାଇଛି । ଏହାର ସମସ୍ତ ପରୀକ୍ଷା ପରେ ପ୍ରଥମ ରିପୋର୍ଟ ପ୍ରକାଶ କରିଛି ନାସା ।
ନାସାର ଜଣେ ବୈଜ୍ଞାନିକ କହିଛନ୍ତି, ଏହି ଉଲକାପିଣ୍ଡରୁ ଯେଉଁ ନମୁନା ମିଳିଛି, ସେଥିରୁ ସ୍ପଷ୍ଟ ଜଣାପଡିଛି ପୃଥିବୀରେ ମଣିଷ ବଞ୍ଚିବା ପାଇଁ ଯେଉଁ ସବୁ ଜିନିଷର ଆବଶ୍ୟକତା ଅଛି, ସେ ସବୁର କିଛି ଅଂଶ ସେହି ବେନୁ ଉଲକାପିଣ୍ଡରେ ଅଛି ।

ତେବେ ଗବେଷଣାରୁ ଜଣା ପଡିଛି, ୧୫୯ ବର୍ଷ ପରେ ଅର୍ଥାତ ୨୪ ସେପ୍ଟେମ୍ବର ୨୧୮୨ରେ ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି । ୨୨ଟା ପରମାଣୁ ବୋମା ଫଟିଲେ ଯେପରି ବିସ୍ଫୋରଣ ହେବ ଏହା ସେତିକି ଜୋରରେ ଧକ୍କା ହେବ ବୋଲି ଗବେଷଣାରୁ ଜଣା ପଡିଛି । ଏହା ଆମେରିକାର ପ୍ରଥମ ମିଶନ ଅଟେ । ଉଲକାପିଣ୍ଡରେ ଥିବା ନମୁନା ଖୋଜିବା ପାଇଁ ଏହାକୁ ପଠା ଯାଇଥିଲା ।
ନାସାର ରିପୋର୍ଟ ଅନୁଯାୟୀ, ଯେଉଁ ଉଲକାପିଣ୍ଡର ଧକ୍କା ଦ୍ବାରା ପୃଥିବୀରୁ ଡାଏନାସୋର ଲୋପ ପାଇ ଯାଇଥିଲା, ଏହା ଟା ଠାରୁ ମାତ୍ର ୨୦ ଗୁଣ କମ ଚଉଡା ଅଟେ । ତେଣୁ ଏହା ଯେଉଁ ସ୍ଥାନରେ ଧକ୍କା ହେବ , ସେ ହି ସ୍ଥାନରୁ ପାଖାପାଖି ୧୦୦୦ କିଲୋମିଟର ଯାଏଁ ସବୁ ନଷ୍ଟ ହୋଇଯିବ । ଏବଂ ଯଦି ସମୁଦ୍ରରେ ଧକ୍କା ହୁଏ ତେବେ ଖୁବ ଜୋରରେ ସୁନାମୀ ଆସିବାର ସମ୍ଭାବନା ଅଛି ।
ଯେହେତୁ ଏହି ଉଲକାପିଣ୍ଡରେ ମଣିଷର ସତ୍ତା ରହିବା ପାଇଁ ଅନେକ ଜିନିଷ ସମାନ ଅଛି, ତେଣୁ ସେଥିରୁ ଜଣା ପଡିଛି ବୋଧହୁଏ ମଣିଷର ସତ୍ତା ମଧ୍ୟ ଉଲକାପିଣ୍ଡରୁ ହିଁ ଆସିଛି । ଯଦି ଏପରି ହୋଇଥାଏ, ତେବେ ମଣିଷ କଣ ଏଲିୟନ ବୋଲି ବୈଜ୍ଞାନିକ ମାନେ ମଧ୍ୟ ସନ୍ଦେହରେ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୃଥିବୀର ମଣିଷମାନେ ଏଲିୟନ ! ନାସା ଦେଲା ଏମିତି ପ୍ରମାଣ | Argus News