Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Mobile Phones / ପୁରୁଣା ଫୋନ୍ କିଣୁଥିଲେ ସାବଧାନ ! ପଡ଼ିପାରନ୍ତି ଅସୁବିଧାରେ

Rashmita Mishra
Browse all articles by Rashmita Mishra
·6 months ago·3 min read
ପୁରୁଣା ଫୋନ୍ କିଣୁଥିଲେ ସାବଧାନ ! ପଡ଼ିପାରନ୍ତି ଅସୁବିଧାରେ
Mobile Phones

Key Points

ସେକେଣ୍ଡ-ହ୍ୟାଣ୍ଡ କିମ୍ବା ଭାଙ୍ଗିଯାଇଥିବା ସ୍ମାର୍ଟଫୋନ୍ କିଣିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣନ୍ତୁ । 
IMEI ନମ୍ବର, ଫିଜିକାଲ କଣ୍ଡିସନ, ବ୍ୟାଟେରୀ ହେଲଥ୍, ୱାରେଣ୍ଟି ଏବଂ ଫେରସ୍ତ । 

ସମସ୍ତେ ଚାହାଁନ୍ତି ଏକ ନୂଆ ଭଲ ସ୍ମାର୍ଟଫୋନ୍ କିଣିବାକୁ । କିନ୍ତୁ ସମସ୍ତଙ୍କ ପାଇଁ ନୂଆ ଦାମୀ ଫୋନ୍ କିଣିବା ସମ୍ଭବ ହୋଇନଥାଏ ଏହା ପକେଟ ଉପରେ ବୋଝ ହୋଇଥାଏ । ସେଥିପାଇଁ ଆଜିକାଲି ସେକେଣ୍ଡ-ହ୍ୟାଣ୍ଡ ସ୍ମାର୍ଟଫୋନ୍ କିଣିବାର ଧାରା ଦ୍ରୁତ ଗତିରେ ବଢ଼ିଚାଲିଛି ।

ଅନଲାଇନ୍ ପ୍ଲାଟଫର୍ମ ହେଉ କିମ୍ବା ପାଖ ମୋବାଇଲ୍ ବଜାର, କମ୍ ମୂଲ୍ୟରେ ଏକ ଭଲ ଫୋନ୍ ପାଇବାରର ଇଚ୍ଛା ସମସ୍ତଙ୍କର ଥାଏ । କିନ୍ତୁ ଯଦି ଏକ ଶସ୍ତା ଫୋନ୍ କିଣିବା ପରେ ମୁଣ୍ଡବିନ୍ଧାର କାରଣ ହୁଏ, ତେବେ ଆପଣ ବହୁତ ଅସୁବିଧାରେ ପଡ଼ିପାରନ୍ତି ତେଣୁ, ସେକେଣ୍ଡ-ହ୍ୟାଣ୍ଡ କିମ୍ବା ଭାଙ୍ଗିଯାଇଥିବା ସ୍ମାର୍ଟଫୋନ୍ କିଣିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା ଦରକାର ଯାହା ଦ୍ଵାରା ଆପଣଙ୍କର ପରେ କିଛି ଅସୁବିଧା ହେବ ନାହିଁ ।

IMEI ନମ୍ବର: ପ୍ରଥମେ, ଆପଣଙ୍କୁ ଫୋନର ଆଇନଗତ ପରିଚୟ ବିଷୟରେ ଜାଣିବା ଦରକାର । ପ୍ରତ୍ୟେକ ମୋବାଇଲ ଫୋନର ଏକ ଅନନ୍ୟ IMEI ନମ୍ବର ଥାଏ, ଯାହା ଫୋନ ଚୋରି ହୋଇଗଲେ ଖୋଜିବାରେ ସାହାର୍ଯ୍ୟ କରେ । ଯଦି ଆପଣ କିଣିଥିବା ଫୋନଟି ଚୋରି ଫୋନ ହୋଇଥିବ,ତେବେ ପୋଲିସ ଆପଣଙ୍କ ପାଖରେ ପହଞ୍ଚିପାରିବ । ତେବେ ସେକେଣ୍ଡ-ହ୍ୟାଣ୍ଡ କିଣିବା ପୂର୍ବରୁ ଏହି ଜିନିଷ ପ୍ରତି ବିଷେଶ ଧ୍ୟାନ ଦିଅନ୍ତୁ ।

ସରକାର ଏବଂ ଟେଲିକମ୍ ନିୟାମକ ନିର୍ଦ୍ଦେଶାବଳୀ ଅନୁସାରେ, ଚୋରି ହୋଇଥିବା କିମ୍ବା ବ୍ଲାକଲିଷ୍ଟରେ IMEI ନମ୍ବର ଥିବା ଫୋନ୍ ଯେକୌଣସି ସମୟରେ ନେଟୱାର୍କକୁ ବ୍ଲକ୍ କରାଯାଇପାରିବ । ତେଣୁ, କିଣିବା ପୂର୍ବରୁ CEIR ପୋର୍ଟାଲ୍ କିମ୍ବା ଆପଣଙ୍କ ନେଟୱାର୍କ ଅପରେଟରଙ୍କ ମାଧ୍ୟମରେ IMEI ନମ୍ବର ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ । ଯଦି IMEI ସହିତ କୌଣସି ଗଡ଼ବଡ଼ ଥାଏ, ତେବେ ଏପରି ଫୋନ୍ ଠାରୁ ଦୂରେଇ ରହିବା ଭଲ ।

ଫିଜିକାଲ କଣ୍ଡିସନ: ଏହା ପରେ ଫୋନର ଫିଜିକାଲ କଣ୍ଡିସନ ମଧ୍ୟ ଏକ ବଡ଼ ଜିନିଷ । ସ୍କ୍ରିନରେ ସାମାନ୍ୟ ସ୍କ୍ରାଚ୍ ହେବା ସାଧାରଣ ହୋଇପାରେ, କିନ୍ତୁ ଯଦି ଡିସପ୍ଲେ ଭାଙ୍ଗିବା, ଗାର ପଡ଼ିବା, ଫିଙ୍ଗରପ୍ରିଣ୍ଟ ଦାବାରେ ସମସ୍ୟା ଦେଖାଯାଏ, ତେବେ ଏହା ଆପଣଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ । ଫୋନରେ ପଡ଼ିଥିବା ଦାଗ, ବଙ୍କା ଫ୍ରେମ୍, କିମ୍ବା ଢିଲା ବଟନ୍ ତା'ସହ କ୍ୟାମେରା ଲେନ୍ସ, ସ୍ପିକର ଗ୍ରୀଲ୍ ଏବଂ ଚାର୍ଜିଂ ପୋର୍ଟକୁ ମଧ୍ୟ ସତର୍କତାର ସହ ଯାଞ୍ଚ କରି କିଣନ୍ତୁ ।

ବ୍ୟାଟେରୀ ହେଲଥ୍: ଆଜିକାଲିର ସ୍ମାର୍ଟଫୋନରେ ବ୍ୟାଟେରୀ ହେଲଥ୍ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ପାଲଟିଛି । ସେକେଣ୍ଡ-ହ୍ୟାଣ୍ଡ ଫୋନରେ ବ୍ୟାଟେରୀ କାପାସିଟି ପ୍ରାୟତଃ ଦୁର୍ବଳ ହୋଇଥାଏ । ଆଉ ବ୍ୟାଟେରୀ ହେଲଥ୍ ଖାରାପ ହେଲେ ବ୍ୟାଟେରୀ ଶୀଘ୍ର ସରିଯାଏ, ଅତ୍ୟଧିକ ଗରମ ହୁଏ କିମ୍ବା ବହୁତ ଧୀରେ ଚାର୍ଜ ହୁଏ, ତେବେ ଆପଣଙ୍କୁ ବ୍ୟାଟେରୀ ବଦଳ କରିବା ପାଇଁ ଖର୍ଚ୍ଚ ବଢ଼ିପାରେ । କିଣବା ପୂର୍ବରୁ ଫୋନର କିଛି ସେଟିଂସରେ ବ୍ୟାଟେରୀ ହେଲଥ୍ ବାବଦରେ ଯାଚଂ କରିପାରିବେ ।

ୱାରେଣ୍ଟି ଏବଂ ଫେରସ୍ତ: ଫୋନ୍ କିଣିବା ସମୟରେ,ଏହା ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ସେହି ଫୋନର କିଛି ପାଟ୍ସ୍ ବଦଳାଯାଇଛି କି ତାହା ଜାଣିବା ଦରକାର । କିଛି ପ୍ଲାଟଫର୍ମ ଫୋନର ପାଟ୍ସ ସମ୍ପୂର୍ଣ୍ଣ ଭାବରେ ବଦଳାଇ ନୂଆ ପରି କରିଥାନ୍ତି ଯେତେବେଳେ ଅନ୍ୟମାନେ କେବଳ ସଫା କରି ଫୋନ୍‌କୁ ନୂଆ ବୋଲି କହିଥାନ୍ତି । ତେଣୁ, ୱାରେଣ୍ଟି ଏବଂ ଫେରସ୍ତ ହେବ କି ନାହିଁ ବୁଝନ୍ତୁ । ଅତି କମରେ ୬ ମାସର ୱାରେଣ୍ଟି ଥିବା ଫୋନକୁ ଆଣନ୍ତୁ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫୋନ୍‌ର ନେଟୱାର୍କ ଏବଂ ହାର୍ଡୱେର୍ ପରୀକ୍ଷା କରିବା । କଲିଂ, ମାଇକ୍ରୋଫୋନ୍, ସ୍ପିକର୍, ୱାଇ-ଫାଇ, ବ୍ଲୁଟୁଥ୍, GPS, ଏବଂ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଅନଲକ୍ ଭଳି ଫିଚରଗୁଡ଼ିକୁ ସେହି ସ୍ଥନରେ ପରୀକ୍ଷା କରିବା ଉଚିତ। କେତେକ ସମୟରେ ଫୋନ୍ ଠିକ୍ ଦେଖାଯାଏ, କିନ୍ତୁ ସେନ୍ସର୍ କିମ୍ବା ନେଟୱାର୍କ ମଡ୍ୟୁଲ୍‌ରେ ସମସ୍ୟା ଥାଏ, ଯାହା ପରେ ଜଣାପଡ଼େ ।

ମୂଲ୍ୟ ପ୍ରତି ଧ୍ୟାନ ଦିଅନ୍ତୁ
ଯଦି କୌଣସି ଫୋନ୍ ବଜାର ଦର ଅପେକ୍ଷା ବହୁତ କମ୍ ମୂଲ୍ୟରେ ମିଳିଛୁ, ତେବେ ଏହା ଆପଣଙ୍କ ପାଇଁ ଭଲ ସୁଯୋଗ । କୁହାଯାଏ କି କୁହନ୍ତି ଯେ ସେକେଣ୍ଡ-ହ୍ୟାଣ୍ଡ୍ ଫୋନ୍‌ର ମୂଲ୍ୟ ଏହାର ଅବସ୍ଥା ସମୟ ଏବଂ ବ୍ରାଣ୍ଡ ଉପରେ ନିର୍ଭର କରେ । ବିଲ୍, ଖୋଳ କିମ୍ବା ଆସେସୋରିଜ୍ ବିନା ଫୋନ୍ ଶସ୍ତା ହୋଇପାରେ କିନ୍ତୁ ଏଥିପ୍ରତି ଧ୍ୟନ ଦିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored