Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

ଏମିତି କରୁଥିଲେ ଏସି ବ୍ଲାଷ୍ଟ ହେବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏମିତି କରୁଥିଲେ ଏସି ବ୍ଲାଷ୍ଟ ହେବ

ଆରମ୍ଭ ହୋଇ ଯାଇଛି ଗ୍ରୀଷ୍ମ ପ୍ରବାହ। ଗରମ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ କାର୍ଯ୍ୟାଳୟ ଠାରୁ ନେଇ ଘର ପର୍ଯ୍ୟନ୍ତ ଚାରିଆଡେ ଏସିର ବ୍ୟବହାର ବଢିଯିବ। ତେବେ ଆପଣ ମାନେ ଅନେକ ସମୟରେ ଶୁଣିଥିବେ ଏସି ବ୍ଲାଷ୍ଟ ବ୍ୟାପକ କ୍ଷୟକ୍ଷତି ହେବା ଖବର। କେଉଁଠି ଘର ପୋଡିଯାଏ ତ ଆଉ କେଉଁଠି ଜୀବନ ହାନି ହୁଏ। ତେଣୁ ଏନେଇ ସତର୍କ ରହିବା ଆବଶ୍ୟକ । କେଉଁ କାରଣରୁ ଏସିରେ ସର୍ଟ ସର୍କିଟ ସୃଷ୍ଟି ହୁଏ ତାହା ଜାଣିବା ନିହାତି ଜରୁରୀ ।


ଜାଣନ୍ତୁ କାହିଁକି ବ୍ଲାଷ୍ଟ ହୁଏ ଏସି ?


ଏହାର ଏକ ପ୍ରମୁଖ କାରଣ ହେଉଛି ଅଧିକ ସମୟ ଧରି ଏସି କମ୍ପ୍ରେସର ଅନ ହୋଇ ରହିବା। ଲଗାତାର ୫ ରୁ ୬ ଘଣ୍ଟା ଏସି ଚଳାଇବା ପରେ ଏସିକୁ କିଛି ସମୟ ପାଇଁ ବିଶ୍ରାମ ଦେବା ଦରକାର। ଯଦି ଆପଣ ଗୋଟିଏ ଏସିକୁ ଲଗାତାର ଦିନ ରାତି ଚଳାଇବେ ତେବ ଓଭର ହିଟିଙ୍ଗ ସମସ୍ୟା ଦେଖାଦେବ । ଏସି ବ୍ଲାଷ୍ଟ ହେବାର ସମ୍ଭାବନା ବଢିବ । ସେହିଭଳି ଆଉ ଏକ କାରଣ ହେଉଛି , ଅନେକ ସମୟରେ ଘରକୁ ଅଧିକ ଥଣ୍ଡା କରିବା ପାଇଁ ଆମେ ରିମୋର୍ଟରେ ତାପମାତ୍ରା ବହୁତ କମ୍ କରିଥାଉ। ଯାହାର ପ୍ରଭାବ କମ୍ପ୍ରେସର ଉପରେ ପଡିଥାଏ।


ଶକ୍ତି ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ଏସିର ତାପାମାତ୍ରା ୨୪ ଡିଗ୍ରୀରୁ କମ୍ କରିବା ଉଚିତ ନୁହେଁ। ଏସି ଲଗାଇବା ବେଳେ ଆଉଟଡୋର ସେଟିଙ୍ଗ ଗୁରୁତ୍ବପୂର୍ଣ୍ଣ କାମ। ଇନଷ୍ଟଲ କରିବା ବେଳେ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ୍। ଅଧିକ ସମୟ ଖରା ପଡୁଥିବା ସ୍ଥାନରେ କମ୍ପ୍ରେସର ଲଗାଇଲେ ଏସି କୁଲିଙ୍ଗ କମ୍ କରିବା ସହ ବ୍ଲାଷ୍ଟ ହେବାର ଆଶଙ୍କା ଅଧିକ ଥାଏ। ଏସିର ଓ୍ବାରିଙ୍ଗ ମଧ୍ୟ ଏସିର ସୁରକ୍ଷା ନେଇ ଗୁରୁତ୍ବ ବହନ କରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏସି ବ୍ଲାଷ୍ଟ ହେବାର ପ୍ରମୁଖ କାରଣ ?


- ଖର୍ଚ୍ଚ କମେଇବା ପାଇଁ କମ୍ ଦାମ୍ ତାରରେ ଓ୍ବାରିଙ୍ଗ କରିବା

-ଏୟାର କଣ୍ଡିସନରର ରେଫ୍ରିଜରେସନ ସିଷ୍ଟମରୁ ଗ୍ୟାସ ଲିକ୍ ହୋଇ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ବିସ୍ଫୋରଣ ହେବାର ସମ୍ଭାବନା ବଢିବ

- ଯଦି ଏସି ଠିକ୍ ଭାବେ କୁଲିଙ୍ଗ କରୁନାହିଁ, ଅଥଚ ଆପଣ ଦୀର୍ଘ ସମୟ ଧରି ଚଳାଉଛନ୍ତି, ଏହା ଅଧିକ ଗରମ ହୋଇ ବିସ୍ଫୋରଣ ହୋଇପାରେ

- ନିୟମିତ ବ୍ୟବଧାନରେ ଏସି କର୍ଭିସିଙ୍ଗ ନକଲେ ଏସି ବ୍ଲାଷ୍ଟ ହୋଇପାରେ। ପ୍ରାୟ ୬୦୦ ଘଣ୍ଟା ବ୍ୟବହାର ପରେ ଏସି ସର୍ଭିସ କରିବା ଜରୁରୀ

- ଟର୍ବୋ ମୋଡ୍ ଏସିକୁ ଦ୍ରୁତ ଥଣ୍ଡା କରିବା ପାଇଁ ହୋଇଥାଏ, ଏହାର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କ୍ଷତିକାରକ

- ଏସି ଇନଷ୍ଟଲ ଜଣେ ଅଭିଜ୍ଞ ଇଲେକଟ୍ରିସିଆନଙ୍କ ଦ୍ବାରା କରାଯିବା ଉଚିତ୍‌


Sponsored
Why AC explodes | Argus News