Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

କାରଣ କ'ଣ ଜାଣନ୍ତୁ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାରଣ କ'ଣ ଜାଣନ୍ତୁ

ଆପଣ ମାନେ ଟ୍ରେନରେ ଅନେକ ଥର ଯିବା ଆସିବା କରିଥିବେ। କିଛି ଲୋକ ତ ପ୍ରତିଦିନ ଟ୍ରେନରେ ଯିବା ଆସିବା କରନ୍ତି। ଆଜିକାଲି ଟ୍ରେନ ଯାତ୍ରା ଏତେ ଆରାମ ଦାୟକ ହୋଇ ଗଲାଣି ଯେ, ଘରେ ବସି ଯାଉଥିବା ଭଳି ଅନୁଭବ ହେଉଛି। ବନ୍ଦେ ଭାରତ ଏକ୍ସପ୍ରେସରେ ତାରକା ହୋଟେଲର ସୁବିଧା ମିଳୁଛି। କୋଚରେ ସିଟ୍, ଖାଦ୍ୟ ଏବଂ ସୁରକ୍ଷା ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଅତୀତରେ କିନ୍ତୁ ଏତେ ସବୁ ସୁବିଧା ନଥିଲା। ହେଲେ ଆପଣ କେବେ ଭାବିଛନ୍ତି କି, ଟ୍ରେନରେ ଆମ ମୋବାଇଲ୍ ଫୋନ ଚୋରି ହୁଏ, ପକେଟ୍ ମାର୍ ହୁଏ, ଲଗେଜ୍ ଚୋରି ହୁଏ, ହେଲେ ଟ୍ରେନରେ ଲାଗିଥିବା ପଙ୍ଖା କାହିଁକି ଚୋରି ହୁଏ ନାହିଁ ?


ସାଧାରଣତଃ ଆମେ ଜାଣିଛୁ ଟ୍ରେନରେ ଚୋରି କରୁଥିବା ବେଳେ ଧରାପଡିଲେ କିମ୍ବା ଚୋରି ଜିନିଷ ଜବତ ହେଲେ ଭାରତୀୟ ରେଳବାଇ ପୋଲିସ ଗିରଫ କରି ଜେଲ ପଠାଇବ। ଯେଉଁଥିରେ ବେଲ୍‌ ମିଳିବା ଏତେ ସହଜ ନୁହେଁ। ଜେଲରେ ରହିବା ନିଶ୍ଚିନ୍ତ। ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ଜରିମାନା ହୋଇପାରେ।


ଘରୋଇ ବିଦ୍ୟୁତ୍‌ରେ ଚାଲିବ ନାହିଁ ଟ୍ରେନ ପଙ୍ଖା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟ୍ରେନରେ ପଙ୍ଖା ଚୋରି ହେବାକୁ ନଜରରେ ରଖି ଇଞ୍ଜିନିୟର ଟ୍ରେନରେ ଲଗୁଥିବା ପଙ୍ଖାକୁ ଏକ ସ୍ବତନ୍ତ୍ର ଡିଜାଇନରେ ତିଆରି କରିଛନ୍ତି। ଯାହା ଘରେ ବ୍ୟବହାର ହେଉଥିବା ବିଦ୍ୟୁତରେ ଚାଲିବ ନାହିଁ। କେହି ଚାହିଁଲେ ମଧ୍ୟ ଏହାକୁ ଘରେ ବ୍ୟବହାର କରିପାରିବେ ନାହିଁ। କାରଣ, ଆମେ ଘରେ ଦୁଇ ପ୍ରକାର ବିଦ୍ୟୁତ ବ୍ୟବହାର କରୁ। ଗୋଟିଏ ହେଉଛି AC ( ଅଲଟ୍ରନେଟ କରେଣ୍ଟ) ଆଉ ଗୋଟେ ହେଉଛି DC ( ଡାଇରେକ୍ଟ କରେଣ୍ଟ)। ଘରେ ବ୍ୟବହୃତ DC ବିଦ୍ୟୁତ୍ 5, 12 କିମ୍ବା 24 ଭୋଲ୍ଟରୁ ଅଧିକ ନୁହେଁ । ଟ୍ରେନରେ ବ୍ୟବହାର ହେଉଥିବା ପଙ୍ଖା ଗୁଡିକ ୧୧୦ ଭୋଲ୍ଟରେ ତିଆରି ହୋଇଛି। ଯାହା କେବଳ ଡିସି କରେଣ୍ଟରେ ଚାଲିବ।


ଆପଣ ଚାହିଁଲେ ମଧ୍ୟ ଆପଣଙ୍କ ଘରେ ଏହି ଫ୍ୟାନ୍ ବ୍ୟବହାର କରିପାରିବେ ନାହିଁ। ତଥାପି ଯଦି କିଏ ଚୋରି କରେ, ତାଙ୍କୁ ଜେଲଦଣ୍ଡ ସହ ଜରିମାନା ହୋଇପାରେ।

Sponsored
why-arent-train-fans-stolen | Argus News