Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗ୍ୟାସରୁ ବାହାରୁ ଥିବା ନିଆଁର ରଙ୍ଗ ନୀଳ କାହିଁକି ?

Technology

ଗ୍ୟାସରୁ ବାହାରୁ ଥିବା ନିଆଁର ରଙ୍ଗ ନୀଳ କାହିଁକି ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଗ୍ୟାସରୁ ବାହାରୁ ଥିବା ନିଆଁର ରଙ୍ଗ ନୀଳ କାହିଁକି ?

ଦୁନିଆରେ ଏମିତି ଅନେକ କିଛି କଥା ଅଛି ଯାହାକୁ ଆମେ ଲକ୍ଷ୍ୟ କଲେ ଆମ ମନକୁ ହଜାରେ ପ୍ରଶ୍ନ ଆସେ । ଏଇଟା କାହିଁକି ଏମିତି ? ସେଇଟା କାହିଁକି ସେମିତି ? ଏମିତି ହୋଇଥିଲେ କ'ଣ ଅସୁବିଧା ହେଇଥାନ୍ତା ? ଏହିଭଳି ନାନା ପ୍ରଶ୍ନ! ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ରୋଷେଇ ଗ୍ୟାସ ବ୍ୟବହାର ହେଉଛି। କେନ୍ଦ୍ର ସରକାରଙ୍କ ଉଜ୍ବଳା ଯୋଜନା ଆସିବା ପରେ ଧନୀଠୁ ନେଇ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଏଲପିଜି ସୁବିଧା ପହଂଞ୍ଚିଛି। ସାଧାରଣତଃ ଆମେ ଦେଖିଛେ ନିଆଁର ରଙ୍ଗ ହଳଦୀ ଏବଂ ନାଲି ମିଶା। ହେଲେ ଆପଣ ଲକ୍ଷ୍ୟ କରିଥିବେ ଘରେ ଲାଗିଥିବା ଗ୍ୟାସ ଚୁଲା ବନେଲରୁ ନୀଳ ରଙ୍ଗ ନିଆଁ ବାହାରେ।


ଗ୍ୟାସରୁ ବାହାରୁ ଥିବା ନିଆଁର ରଙ୍ଗ ନୀଳ କାହିଁକି ?


ଏଲପିଜି ଗ୍ୟାସ୍‌ ନିଆଁ ନୀଳ ରଙ୍ଗ ହେବା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଏଲପିଜି ଗ୍ୟାସ୍‌ ମୁଖ୍ୟତଃ ପ୍ରୋପେନ (C₃H₈) ଏବଂ ବ୍ୟୁଟେନ (C₄H₁₀) ଭଳି ହାଇଡ୍ରୋକାର୍ବନରେ ତିଆରି ହୋଇଥାଏ। ତେଣୁ ଯେତେବେଳେ ଏହି ଗ୍ୟାସ୍‌ ବାୟୁ ମଣ୍ଡଳର ଅମ୍ଳଜାନ ସଂସ୍ପର୍ଶରେ ଆସି ଜଳେ ଏଥିରୁ (CO₂), ପାଣି (H₂O) ଏବଂ ଶକ୍ତି ଉତ୍ପାଦନ ହୁଏ। ଏଥିରୁ ଉତ୍ପାଦିତ ଶକ୍ତିର ଏକ ଅଂଶ ଆଲୋକ ଆକାରରେ ବାହାରେ । ଏହି ପ୍ରକ୍ରିୟାକୁ "ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ବିକିରଣ" କୁହାଯାଏ, ଯାହା ଦୃଶ୍ୟମାନ ଆଲୋକର ନୀଳ ଅଂଶରେ ପଡ଼ିଥାଏ।ଯାହା ନୀଳ ରଙ୍ଗର ହୋଇଥାଏ।


ଘରୋଇ ସିଲିଣ୍ଡରର ରଙ୍ଗ ନାଲି କାହିଁକି ?


ସାଧାରଣତଃ ଗ୍ୟାସ ସିଲିଣ୍ଡରର ରଙ୍ଗ ନାଲି ହେବା ପଛରେ ( ବିପଦକୁ) ଏକ ବଡ କାରଣ ବୋଲି କୁହାଯାଇପାରେ। ଗ୍ୟାସ ବିପଦ ଜନକ ହୋଇଥିବାରୁ ସଚେତନ ପାଇଁ , ଏବଂ ଏଥିପ୍ରତି ଧ୍ୟାନ ବଢାଇବା ପାଇଁ ଘରୋଇ ସିଲିଣ୍ଡରର ରଙ୍ଗ ନାଲି କରାଯାଇଥାଏ। ଭାରତରେ ସିଲିଣ୍ଡରର ଲାଲ ରଙ୍ଗର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ସିଲିଣ୍ଡରର ଲାଲ ରଙ୍ଗ ଯୋଗୁଁ ଏହାକୁ ବିପଦର ପ୍ରତୀକ ଭାବରେ ଦେଖାଯାଏ।


କେଉଁ ଗ୍ୟାସ୍ ସିଲିଣ୍ଡର କେଉଁ ରଙ୍ଗ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନାଇଟ୍ରୋଜେନ୍ ଗ୍ୟାସ୍ - ଏହି ଗ୍ୟାସ ସିଲିଣ୍ଡର ପାଇଁ କଳାରଙ୍ଗ ସିଲିଣ୍ଡର ବ୍ୟବହାର ହୋଇଥାଏ। ଏହି ଗ୍ୟାସ ପ୍ରାୟତ ଗାଡି ଚକାରେ ପବନ ଭର୍ତ୍ତି କରିବା ପାଇଁ ବ୍ୟବହୃତ ହୁଏ। ଏହି ସିଲିଣ୍ଡର ପେଟ୍ରୋଲ ପମ୍ପ ଏବଂ ଟାୟାର ଫିଲିଂ ଦୋକାନ କିମ୍ବା ପଙ୍କଚର ମରାମତି ଦୋକାନରେ ଅଧିକ ମାତ୍ରାରେ ଦେଖିବାକୁ ମିଳେ।

ହିଲିୟମ ଗ୍ୟାସ୍ - ଏହି ଗ୍ୟାସ ସିଲିଣ୍ଡରର ରଙ୍ଗ ମାଟିଆ ହୋଇଥାଏ। ବେଲୁନରେ ପବନ ଭର୍ତ୍ତି କରିବା ପାଇଁ ଏହି ଗ୍ୟାସ ଅଧିକ ମାତ୍ରାରେ ବ୍ୟବହୃତ ହୁଏ।

କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ - ଏହି ଗ୍ୟାସ୍ ସିଲିଣ୍ଡର ଧୂସର ରଙ୍ଗର ହୋଇଥାଏ। ଏହାର ବ୍ୟବହାର ଶିଳ୍ପ କାରଖାନାରେ ହୁଏ।

ଅକ୍ସିଜେନ୍‌ - ଅକ୍ସିଜେନ୍ ସିଲିଣ୍ଡରର ଉପରି ଭାଗ ଧଳା ରଙ୍ଗର ହୋଇଥାଏ


କେଉଁ ଦେଶରେ ଏଲପିଜି ସିଲିଣ୍ଡର ରଙ୍ଗ କେମିତି ?

ଚୀନ୍-ସବୁଜ ରଙ୍ଗ

ସିଙ୍ଗାପୁର ଏବଂ ଶ୍ରୀଲଙ୍କା - ନୀଳ

ପାକିସ୍ତାନ ଏବଂ ବାଂଲାଦେଶ- କମଳା ରଙ୍ଗ

ଥାଇଲ୍ୟାଣ୍ଡ - ଧୂସର ରଙ୍ଗ

ଆମେରିକା - ମାଟିଆ ରଙ୍ଗ

ବ୍ରିଟେନ – ମେରୁନ

Sponsored
why-is-the-color-of-the-flame-coming-out-of-the-gas-blue | Argus News