Cyber Safety / ଆପଣଙ୍କ ଫୋନ୍ ହଠାତ୍ ବାଜିବା ଆରମ୍ଭ କଲା କି ? ଜାଣନ୍ତୁ ଏହାର କାରଣ...

Key Points
ସାରା ଦେଶରେ ମୋବାଇଲକୁ ଆସିଲା ସତର୍କ ସୂଚନା
ଜରୁରୀକାଳୀନ ସ୍ଥିତି ବେଳେ ଏଭଳି ମେସେଜ ପଠାଯିବ
ଆପଣଙ୍କ ମୋବାଇଲକୁ ଆସିଛି କି ସତର୍କ ସୂଚନା । ଏଥିରେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁ ନାହିଁ । ଟେଲିକମ୍ ମନ୍ତ୍ରାଳୟ ସୂଚନା ଅନୁସାରେ ଜରୁରୀକାଳୀନ ସ୍ଥିତି ବେଳେ ଏଭଳି ମେସେଜ ମୋବାଇଲକୁ ପଠାଯିବ । ଏହା ଫଳରେ ଲୋକମାନେ ସତର୍କ ହୋଇପାରିବେ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ଏକ ପରୀକ୍ଷାମୂଳକ ବାର୍ତ୍ତା ମୋବାଇଲକୁ ପଠାଯାଇଛି ।
ସୂଚନାଥାଉ କି ଶନିବାର ସକାଳ ପ୍ରାୟ ୧୧:୪୨ ସମୟରେ ଭାରତରେ ଅଧିକାଂଶ ସ୍ମାର୍ଟଫୋନ୍ ହଠାତ୍ ବାଜିବାକୁ ଲାଗିଲା । ହଠାତ୍ ଏକ SOS ଶବ୍ଦ ବାଜିଲା ଏବଂ ଏକ ମେସେଜ୍ ଫ୍ଲାସ୍ ହେଲା ।
ଓଡ଼ିଆ ଏବଂ ଇଂରାଜୀରେ ଏକ ବାର୍ତ୍ତା ପ୍ରସାରିତ ହେଲା, ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଭାରତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏକ ସେଲ୍ ପ୍ରସାରଣ ସେବା ଆରମ୍ଭ କରିଛି ।

ଜରୁରୀକାଳୀନ ସ୍ଥିତି ବେଳେ ସତର୍କତା ପାଇଁ ଏକ ସ୍ୱଦେଶୀ "ସେଲ୍ ବ୍ରଡକାଷ୍ଟ ସିଷ୍ଟମ" ରେ ପରୀକ୍ଷଣ କରାଯାଇଛି । ପରୀକ୍ଷଣ ସମୟରେ, ମୋବାଇଲ୍ ଫୋନ୍ଗୁଡ଼ିକ ଇଂରାଜୀ, ହିନ୍ଦୀ, ଓଡିଆ ଏବଂ ସ୍ଥାନୀୟ ଭାଷାରେ ବାର୍ତ୍ତା ମିଳିଥିଲା । ଏହି ପରୀକ୍ଷ ସମୟରେ SMS ପାଇଥିବା ବ୍ୟକ୍ତିମାନଙ୍କୁ ବିଚଳିତ ନ କରିବାକୁ ଅନୁରୋଧ କରାଯାଇଛି।
ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ସହାୟତାରେ ଯୋଗାଯୋଗ ମନ୍ତ୍ରଣାଳୟର ଦୂରସଂଚାର ବିଭାଗ (DoT) ସାରା ଦେଶରେ ମୋବାଇଲ୍-ଆଧାରିତ ବିପର୍ଯ୍ୟୟ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରୁଛି। ଏହି ବ୍ୟବସ୍ଥାର ଲକ୍ଷ୍ୟ ନାଗରିକମାନଙ୍କୁ ସମୟାନୁସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ।
NDMA ଟେଲିକମ୍ୟୁନିକେସନ୍ ବିଭାଗର ଏକ ପ୍ରମୁଖ ଗବେଷଣା ଏବଂ ବିକାଶ କେନ୍ଦ୍ର, ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମାଟିକ୍ସ (C-DOT) ଦ୍ୱାରା ବିକଶିତ ସମନ୍ୱିତ ଆଲର୍ଟ ସିଷ୍ଟମ (SACHET)କୁ ସଫଳତାର ସହ ସକ୍ରିୟ କରିଛି ।
📱 Get Argus News App
✨Related Topics
Explore more stories