Videos
|
Technology

World’s oldest baby: ୩୦ ବର୍ଷ ହେଲା ଫ୍ରିଜ୍‌ରେ ଥିଲା ଭ୍ରୁଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
World’s oldest baby: ୩୦ ବର୍ଷ ହେଲା ଫ୍ରିଜ୍‌ରେ ଥିଲା ଭ୍ରୁଣ

Key Points

୧୯୯୪ରେ ଜନ୍ମ ନେଇଥିଲା ସନ୍ତାନ
ସେତେବେଳେ ମାକୁ ହୋଇଥିଲା ୪ ବର୍ଷ
ଦୀର୍ଘ ୩୦ ବର୍ଷ ହେଲା ଫ୍ରିଜ୍‌ରେ ଥିଳା ସେହି ସନ୍ତାନ

ଦର୍ଶକବନ୍ଧୁ ଏମିତି କିଛି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହି ଘଟଣା ସମ୍ପୂର୍ଣ୍ଣ ସତ । ଏଥିରେ ଆପଣ ବିଲକୁଲ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ। କାରଣ ବୈଜ୍ଞାନିକଙ୍କ ପାଇଁ ଏବେ କିଛି ବି ଅସମ୍ଭବ ଭଳି ମନେ ହେଉ ନାହିଁ । ଆପଣ ଆଜି ଯାହା କିଛି ମନରେ ଭାବୁଛନ୍ତି ଆଗାମୀ ଦିନରେ ତାହା ସତ ହେବାର ସମ୍ଭାବନା ନାହିଁ ବୋଲି କହିପାରିବେନି ।

ତେବେ ଏହି କାହାଣୀଟି ଅମେରିକାର ଓହିୟୋରୁ ଆସିଛି । ଏଠାରେ ଜଣେ ମହିଳା ୩୦ ବର୍ଷ ତଳୁ ସଂରକ୍ଷିତ ଥିବା ଏକ ଭ୍ରୁଣରୁ, ଗତ ଜୁଲାଇ ୨୬ରେ ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି । ତାର ନାମ ଥାଡିୟସ ଡାନିଏଲ ପିୟର୍ସ ରଖାଯାଇଛି। ଏବେ ଓହିୟୋ ନିବାସୀ ୩୪ ବର୍ଷିୟ ଲିଣ୍ଡସେ ଏବଂ ୩୫ ବର୍ଷିୟ ଟିମ୍ ପିୟର୍ସ ହେଉଛନ୍ତି ଥାଡିୟସଙ୍କ ମାତାପିତା।

୧୯୯୪ରେ ଏହି ଭୃଣକୁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହାକୁ ଫ୍ରିଜରରେ ସଂରକ୍ଷିତ କରି ରଖାଯାଇଥିଲା।

ଥାଡିୟସ୍କଙ୍କ ଭୃଣକୁ ୩୦ ବର୍ଷ ତଳେ ଏକ ସ୍ଥାନୀୟ ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ ବା ଆଇଭିଏଫ୍ କେନ୍ଦ୍ରରେ ବିକଶିତ କରାଯାଇଥିଲା। ସେବେଠାରୁ ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଉକ୍ତ ଭ୍ରୂଣ ଫ୍ରିଜରରେ ସଂରକ୍ଷିତ ହୋଇ ରହିଥିଲା ।

ଜନ୍ମ ପରେ ଥାଡିୟସ୍ ସବୁଠୁ ବୟସ୍କ ଶିଶୁର ରେକର୍ଡ କରିଛନ୍ତି। ତାଙ୍କ ମା’ ଲିଣ୍ଡସେ କହିଛନ୍ତି, ଯେତେବେଳେ ଭ୍ରୂଣର ବୟସ ସମ୍ପର୍କରେ ତାଙ୍କୁ କୁହାଯାଇଥିଲା, ତାହା ତାଙ୍କୁ ଅଜବ ଲାଗିଥିଲା । ୭ ବର୍ଷ ଧରି ଗର୍ଭଧାରଣ ପାଇଁ ସଂଘର୍ଷ ପରେ ଉଭୟଙ୍କୁ ଥାଡିୟସ୍‌ଙ୍କ ଭ୍ରୂଣ ମିଳିଥିଲା। ଆଉ ସେ ତାଙ୍କୁ ଜନ୍ମ ଦେଇଥିଲେ । ଏଥିରେ ରେକର୍ଡ ଅର୍ଜନ କରିବା ନେଇ ତାଙ୍କର କୌଣସି ଲକ୍ଷ୍ୟ ନଥିଲା ବୋଲି ସେ କହିଛନ୍ତି । ଯେତେବେଳେ ଥାଡିୟସ୍କଙ୍କ ଭ୍ରୂଣ ବିକଶିତ ହୋଇଥିଲା ସେତେବେଳେ ଲିଣ୍ଡସେଙ୍କ ବୟସ ମାତ୍ର ୩ରୁ ୪ ବର୍ଷର ହୋଇଥ‌ିଲା ।

ତେବେ ଏହି ଭ୍ରୁଣ ୧୯୯୪ରେ ଲିଣ୍ଡା ଆଚାର୍ଡ ନାମ୍ନୀ ଜଣେ ମହିଳା ଏବଂ ତାଙ୍କ ପୂର୍ବ ସ୍ଵାମୀଙ୍କ ଆଇଭିଏଫ୍ ଚିକିତ୍ସା ସମୟରେ ବିକଶିତ କରାଯାଇଥିଲା । କେବଳ ଥାଡିୟସ ନୁହଁନ୍ତି, ଅନ୍ୟ ଦୁଇ ଭ୍ରୁଣକୁ ମଧ୍ୟ ବିକଶିତ କରାଯାଇଥିଲା। ସେଥୁମଧ୍ଯରୁ ଗୋଟିଏ ଭ୍ରୂଣକୁ ଲିଣ୍ଡାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା, ଯାହାର ୯ ମାସ ପରେ ଲିଣ୍ଡା ଏକ ସୁସ୍ଥ କନ୍ୟାସନ୍ତାନ ଜନ୍ମ ଦେଇଥିଲେ।

ତେବେ ୧୯୯୪ରେ ଶିଶୁକନ୍ୟାକୁ ଜନ୍ମଦେବା ପରେ ଲିଣ୍ଡା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା । ଫଳରେ ସ୍ଥାନୀୟ ଆଇଭିଏଫ୍ କେନ୍ଦ୍ରରେ ଥିବା ଅନ୍ୟ ୩ଟି ଭୃଣକୁ ଦାନ କରିବା ପାଇଁ ଲିଣ୍ଡା ନିଷ୍ପତ୍ତି ନେଇଥିଲେ। ୨୦୨୪ ନଭେମ୍ବରରେ ସଂରକ୍ଷିତ ଥିବା ଉକ୍ତ ଭୃଣକୁ ଲିଗ୍‌ ଏବଂ ଟିମଙ୍କୁ ଦିଆଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
World’s oldest baby: This newborn was frozen in time for 30 years | Argus News