Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

ଆପଣବି ଶିକାର ହୋଇପାରନ୍ତି ବଡ ସ୍କମ୍‌ର, ଜାଣନ୍ତୁ କ'ଣ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଆପଣବି ଶିକାର ହୋଇପାରନ୍ତି ବଡ ସ୍କମ୍‌ର, ଜାଣନ୍ତୁ କ'ଣ...

ବର୍ତ୍ତମାନ ସମୟରେ ସମସ୍ତ ବ୍ୟକ୍ତି ଠକାମିର ଶିକାର ହେଉଛନ୍ତି । ଆଉ ଆଜିର ଡିଜିଟାଲ୍ ଯୁଗରେ ଠକେଇର ନୂଆ ନୂଆ ଉପାୟ ସାମ୍ନାକୁ ଆସୁଛି, ଯାହା ମଧ୍ୟରୁ ଗୋଟିଏ ହେଉଛି Fake IVR Call ସ୍କାମ୍ । ଏହା ଏକ ଅତ୍ୟନ୍ତ ଚାଲାକି ସାଇବର ଅପରାଧ ଯେଉଁଥିରେ ଠକମାନେ ଲୋକଙ୍କଠାରୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ଡାଟା ଚୋରି କରିବା ପାଇଁ IVR (Interactive Voice Response) ସିଷ୍ଟମ ବ୍ୟବହାର କରିନ୍ତି । ତେବେ ଆସନ୍ତୁ ଜାଣିବାଯେ ସ୍କାମ୍ କିପରି କାମ କରେ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ କ’ଣ ସର୍ତକତା ଅବଲମ୍ବନ କରାଯିବା ଉଚିତ୍ ।


ଏହି ସ୍କାମରେ ଠକମାନେ ବ୍ୟାଙ୍କ୍, ଟେଲିକମ୍ କମ୍ପାନୀ କିମ୍ବା ସରକାରୀ ସଂସ୍ଥା ନାମରେ ଏକ ଅଟୋମେଟେଡ୍ କଲ (IVR କଲ୍) କରନ୍ତି । କଲରେ ରୋବୋଟିକ୍ ଭଏସ୍ କିମ୍ବା ରେକର୍ଡ ହୋଇଥିବା ମେସେଜ ସହିତ ଆସିଥାଏ, ଯାହା ଆମକୁ ଲାଗିଥାଏ ଯେ ଏହା କିଛି ଅଫିସିଆଲ୍ ଇନଫରମେସନ୍ । ଏହିପରି କାମ କରି ଠକମାନେ ଲୋକଙ୍କୁ ଫସାଉଛନ୍ତି ।


ବ୍ୟାଙ୍କ୍ ଆକାଉଣ୍ଟ କିମ୍ବା KYC ଅପଡେଟ୍ ଠକେଇ

କଲରେ କୁହାଯାଏ ଯେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ, ଡେବିଟ୍/କ୍ରେଡିଟ୍ କାର୍ଡ କିମ୍ବା KYC ଅପେଡେଟ୍ କରିବା ଅତ୍ୟନ୍ତ ଜରୁରୀ ନଚେତ୍ ଆପଣଙ୍କର ସର୍ଭିସ୍ ବନ୍ଦ ହୋଇଯିବ ।


ଲକି ଡ୍ର କିମ୍ବା ପୁରସ୍କାର ପ୍ରଲୋଭନ

କିଛି ମାମଲାରେ ଠକମାନେ ଆପଣଙ୍କୁ ନକଲି ପୁରସ୍କାର୍ କିମ୍ବା କ୍ୟାସବ୍ୟାକର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଡିଟେଲ୍ସ ମାଗନ୍ତି ।


ସିମ୍ କାର୍ଡ ବନ୍ଦ ହେବାର ଧମକ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନକଲି ଟେଲିକମ୍ କମ୍ପାନୀ ନାମରେ କଲ୍ ଆସେ ଯେଉଁଥିରେ ସିମ୍ କାର୍ଡ ବନ୍ଦ କରିବାକୁ ଧମକ ଦେଇ OTP ମଗାଯାଏ ।


ଅଟୋମେଟେଡ୍ କି-ଫ୍ରେସ୍ ଟ୍ରାପ୍

କଲରେ କୁହାଯାଏ ଯେ ‘‘ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ୧ ଦବାନ୍ତୁ’’ କିମ୍ବା ‘‘KYC ଅପଡେଟ୍ କରିବା ପାଇଁ ୨ ଦବାନ୍ତୁ’’, କିନ୍ତୁ ଆପଣ ବଟନ ଦବାଇବା ମାତ୍ରେ ଠକମାନେ ଆପଣଙ୍କର ସେନ୍ସିଟିଭି ଇନଫରମେସନ୍ ପାଇଯାଆନ୍ତି ।


ଏହି ଠକେଇରୁ କିପରି ମୁକ୍ତି ପାଇବେ?

୧. କୌଣସି ଅଜଣା IVR କଲ ଉପରେ ବ୍ୟକ୍ତିଗତ ଇନଫରମେସନ୍ ଦିଅନ୍ତୁ ନାହିଁ ।

୨. ବ୍ୟାଙ୍କ୍ ଟେଲିକମ୍ କମ୍ପାନୀ, ସରକାରୀ ସଂସ୍ଥା କିମ୍ବା ଅପଡେଟେଡ୍ କଲ୍ ଉପରେ OTP କିମ୍ବା ପାସୱାର୍ଡ ମାଗନ୍ତି ନାହିଁ ।

୩. କଲରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ ଏବଂ ନମ୍ବରକୁ ବ୍ଲକ କରନ୍ତୁ ।

୪. ଯଦି ଆପଣ କୌଣସି ସନ୍ଦେହଜନକ କଲ୍ ପାଆନ୍ତି, ତେବେ ସମ୍ବନ୍ଧିତ ବ୍ୟାଙ୍କ୍ କିମ୍ବା ସର୍ଭିସ୍ ପ୍ରୋଭାଇଡର ନମ୍ବରରେ ଯୋଗାଯୋଗ କରନ୍ତୁ ।

୫. ଆପଣ ଟ୍ରୁକଲର ଭଳି ଆପ୍ ବ୍ୟବହାର କରନ୍ତୁ, ଯାହା ସ୍ପାମ୍ କଲ୍ ଚିହ୍ନଟ କରିବାରେ ସାହାଯ୍ୟ କରିବ ।

୬. Fake IVR Call ସ୍କାମ୍ ଏକ ନୂଆ ସାଇବର ଅପରାଧ, ଯାହାକୁ ଏଡାଇବା ପାଇଁ ସତର୍କତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କୌଣସି ଅଜଣା କଲରେ ଆପଣଙ୍କର ସିକ୍ରେଟ୍ କଥା ସେୟାର କରନ୍ତୁ ନାହିଁ, ଯଦି ଆପଣଙ୍କୁ ସନ୍ଦେହ ହୁଏ ତେବେ ତୁରନ୍ତ ବ୍ୟାଙ୍କ୍ କିମ୍ବା ସମ୍ବନ୍ଧିତ ସଂସ୍ଥା ସହିତ ଯୋଗାଯୋଗ କରନ୍ତୁ ।

Sponsored
You too could be a victim of a big scam. | Argus News