Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Technology

Subscription / ବଢିଲା YouTube Premium ପ୍ଲାନ୍ ଦାମ... ଚିନ୍ତାରେ ୟୁଜର୍ସ

Rashmita Mishra
Browse all articles by Rashmita Mishra
·3 months ago·2 min read
ବଢିଲା YouTube Premium ପ୍ଲାନ୍ ଦାମ... ଚିନ୍ତାରେ ୟୁଜର୍ସ
Subscription

Key Points

ମହଙ୍ଗା ହେଲା YouTube Premium । 
ବଢିଲା YouTube Premium ପ୍ଲାନ୍ ଦାମ... ଚିନ୍ତାରେ ୟୁଜର୍ସ 

ଦୁନିଆର ସବୁଠାରୁ ବଡ଼ ଭିଡିଓ ପ୍ଲାଟଫର୍ମ YouTube ତା’ର ପ୍ରିମିୟମ୍ ସବସ୍କ୍ରିପସନ୍ ପ୍ଲାନର ମୂଲ୍ୟକୁ ବୃଦ୍ଧି କରିଛି । କମ୍ପାନୀ କୌଣସି ବଡ଼ ଘୋଷଣା ବିନା ମୂଲ୍ୟ ବୃଦ୍ଧି ଘୋଷଣା କରିଛି । ଏହା ସହିତ ୟୁଜର୍ସ ଇମେଲ୍ ମାଧ୍ୟମରେ ଏହି ସମ୍ପର୍କରେ ସୂଚନା ପାଇଛନ୍ତି । ଏହି ଖବର ମିଳିବା ପରେ ଭବିଷ୍ୟତରେ ଅଧିକ ପଇସା ଦେବାକୁ ପଡିପାରେ ବୋଲି ଭାରତୀୟ ୟୁଜର୍ସଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଆମେରିକାରେ YouTube Premium ତା’ର ସମସ୍ତ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି । ଇଣ୍ଡିଭିଜୁଆଲ୍ ପ୍ଲାନର ମୂଲ୍ୟକୁ ପ୍ରତି ମାସରେ ୧୩.୯୯ ଡଲାରରୁ ୧୫.୯୯ ଡଲାରକୁ ବୃଦ୍ଧି କରିଛି । ଏହି ଫ୍ୟାମିଲି ପ୍ଲାନ୍ ଏବେ ୨୬.୯୯ ଡଲାର ହୋଇ ଯାଇଛି । ଏହା ବ୍ୟତୀତ Student ଏବଂ Lite ପ୍ଲାନରେ ମଧ୍ୟ ୧ ଡଲାର ବୃଦ୍ଧି ପାଇଛି ।

ଆନୁଆଲ୍ ପ୍ଲାନଗୁଡିକ ମଧ୍ୟ ମହଙ୍ଗା ହୋଇଯାଇଛି । ଖାସ୍ କଥା ହେଉଛି ଯେ Apple ଡିଭାଇସ୍ ମାଧ୍ୟମରେ ସବସ୍କ୍ରିପସନ୍ କରୁଥିବା ୟୁଜର୍ସ ଏହି ପ୍ଲାଟଫର୍ମର ଫିସ୍ ଯୋଗୁଁ ଅଧିକ ଦେୟ ଦେଉଛନ୍ତି । ଜୁଲାଇ ୨୦୨୩ ପରେ ଏହା ଦ୍ୱିତୀୟ ପ୍ରମୁଖ ମୂଲ୍ୟ ବୃଦ୍ଧି ବୋଲି ବିଶ୍ୱାସ କରାଯାଉଛି ।

ଯଦି ଭାରତର YouTube Premium କଥା କୁହାଯାଏ ତେବେ ଏହାର ମୂଲ୍ୟ ଅପରିବର୍ତ୍ତିତ ରହିଛି । ପ୍ରତି ମାସର ଇଣ୍ଡିଭିଜୁଆଲ୍ ପ୍ଲାନ୍ ୧୨୯ ଟଙ୍କା ଥିବାବେଳେ ଫ୍ୟାମିଲି ପ୍ଲାନ୍ ପ୍ରତି ମାସରେ ୧୮୯ ଟଙ୍କା ଏବଂ Student ପ୍ଲାନ୍ ପାଇଁ ୭୯ ଟଙ୍କାରେ ଉପଲବ୍ଧ । YouTube Premium ପାଇଁ ଭାରତ ସବୁଠାରୁ ସୁଲଭ ବଜାର ମଧ୍ୟରୁ ଗୋଟିଏ । ବିଭିନ୍ନ ଦେଶରେ YouTube Premiumର ଧୀରେ ଧୀରେ ମୂଲ୍ୟ ପରିବର୍ତ୍ତନ କରିଛି । ହେଲେ ଭବିଷ୍ୟତରେ ଭାରତରେ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଦେଖନ୍ତୁ ଏଠାରେ: YouTube Premium: ୟୁଜର୍ସଙ୍କୁ ଝଟ୍‌କା, ବଢିଲା ୟୁଟ୍ୟୁବ ପ୍ରିମିୟମ ପ୍ଲାନର ମୂଲ୍ୟ !!

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subscription | YouTube Premium Price Hike: Users Worried About Rising Subscription Cost | Argus News