Youtube ୟୁଜରଙ୍କ ପାଇଁ ଖୁସି ଖବର, ଆସିଲା ନୂଆ ଫିଚର..

ଅର୍ଗସ ବ୍ୟୁରୋ: ୟୁଟ୍ୟୁବ୍ ହେଉଛି ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ପ୍ଲାଟଫର୍ମ। ଯଦି କେହି କିଛି ଶିଖିବାକୁ ଚାହାଁନ୍ତି କିମ୍ବା କୌଣସି ବିଷୟରେ କିଛି ଜାଣିବାକୁ ଚାହାଁନ୍ତି, ତେବେ ୟୁଟ୍ୟୁବ୍ର ସାହାଯ୍ୟ ନିଅନ୍ତି। ମନୋରଞ୍ଜନ ପାଇଁ ମଧ୍ୟ ୟୁଟ୍ୟୁବ୍ ବହୁଳ ଭାବରେ ବ୍ୟବହୃତ ହୁଏ। ତେବେ ଗୁଗୁଲ୍ ୟୁଜରଙ୍କ ଆବଶ୍ୟକତାକୁ ନଜରରେ ରଖି ୟୁଟ୍ୟୁବରେ ଅନେକ ସମୟରେ ନୂଆ ନୂଆ ଫିଚର ଆଣି ଲୋକଙ୍କୁ ଭେଟି ଦେଇଛି । ଗୁଗୁଲ ସବୁବେଳେ ଚେଷ୍ଟା କରେ ୟୁଜର କିଭଳି ଖୁସି ହେବେ । ଆଉ ଆପ୍ ଟି କିଭଳି ଅଧିକରୁ ଅଧିକ ୟୁଜର ଫ୍ରେଣ୍ଡଲି ହେବ । ଏହି କ୍ରମରେ ଏବେ ୟୁଟ୍ୟୁବ୍ ପୁଣି ଏକ ନୂଆ ଫିଚର ଆଣିଛି ।
ଆପଣଙ୍କୁ କହି ରଖୁଛୁ ଯେ ୟୁଟ୍ୟୁବ୍ ଏହାର ବ୍ୟବହାରକାରୀଙ୍କୁ ୟୁଟ୍ୟୁବ୍ ପ୍ରିମିୟମ୍ ସେବା ମଧ୍ୟ ଦେଇଥାଏ । ପ୍ରିମିୟମ୍ ଉପଭୋକ୍ତାମାନଙ୍କୁ କମ୍ପାନୀ ତରଫରୁ କୋଣସି ବିଜ୍ଞାପନ ଦିଆଯାଏ ନାହିଁ । ଯାହାଫଳରେ ୟୁଜର ବିନା କୌଣସି ବାଧା ବିଘ୍ନରେ ଭିଡିଓ ଦେଖିବାର ମଜା ନେଇଥାନ୍ତି । ଏବେ କମ୍ପାନୀ ପ୍ରିମିୟମ୍ ଉପଭୋକ୍ତାଙ୍କ ପାଇଁ ୫ଟି ନୂଆ ଫିଚର ଆଣିଛି। ଅନ୍ୟପଟେ ୟୁଜର କିଭଳି ବିନା ଇଣ୍ଟରନେଟରେ ୟୁଟ୍ୟୁବ ସର୍ଟସ ଦେଖିପାରିବେ ସେନେଇ ମଧ୍ୟ ବ୍ୟବସ୍ଥା କରିଛି ଗୁଗୁଲ । ଆସନ୍ତୁ ସମସ୍ତ ଫିଚର ବିଷୟରେ ଜାଣିବା ।
ତେବେ ନୂଆ ୫ ଫିଚର ହେଲା....
ହାଇ କ୍ଵାଲିଟି ସାଉଣ୍ଡ
ୟୁଟ୍ୟୁବ୍ ନୂଆ ଅପଡେଟ୍ ସହିତ ହାଇ କ୍ଵାଲିଟି ସାଉଣ୍ଡ ଫିଚର ଦେଉଛି । ଏବେ ୟୁଟ୍ୟୁବ୍ ପ୍ରିମିୟମ୍ ଉପଭୋକ୍ତାଙ୍କ ପାଇଁ 256kbps ବିଟ୍ରେଟରେ ଅଡିଓ ସପୋର୍ଟ ଆଣିଛି। ଏହି ଅପଡେଟ୍ ପରେ ୟୁଜର ହାଇକ୍ୱାଲିଟି ସାଉଣ୍ଡ ଆଉଟପୁଟ୍ ପାଇବେ। ଏହି ଫିଚର ବ୍ୟବହାରକାରୀଙ୍କୁ ଗୀତ ଏବଂ ଭିଡିଓ ଷ୍ଟ୍ରିମିଂର ଏକ ନୂଆ ଅନୁଭୁତି ଦେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ ୟୁଜର୍ସ ଏହି ଫିଚର୍... ପୂର୍ବରୁ ୟୁଟ୍ୟୁବ୍ ମ୍ୟୁଜିକ୍ରେ ପାଇସାରିଛନ୍ତି, କିନ୍ତୁ ଏବେ ଏହାର ଲାଭ ୟୁଟ୍ୟୁବ୍ ଭିଡିଓରେ ମଧ୍ୟ ଉପଲବ୍ଧ ହେବ।
ସର୍ଟସ୍ ପାଇଁ PiP ମୋଡ୍
📱 Get Argus News App
✨ଏବେ ଆପଣ ୟୁଟ୍ୟୁବ୍ ରେ Picture in Picture ମୋଡ୍ ରେ ସର୍ଟସ୍ ଚଲାଇ ପାରିବେ। ଏପର୍ଯ୍ୟନ୍ତ ଏହି ଫିଚର କେବଳ ନିୟମିତ ଭିଡିଓରେ ଉପଲବ୍ଧ ଥିଲା କିନ୍ତୁ ଏବେ ଏହାକୁ ସର୍ଟସ ପାଇଁ ମଧ୍ୟ ଆରମ୍ଭ କରାଯାଇଛି। ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଯେ ଆପଣ ଅନ୍ୟ ଆପ୍ଲିକେସନ୍ରେ କାମ କରିବା ସମୟରେ ମଧ୍ୟ ସର୍ଟସ୍ ଉପଭୋଗ କରିପାରିବେ।
ସର୍ଟସ୍ ଅଫଲାଇନରେ ଚାଲିବ
ଯଦି ଆପଣ iPhone ବ୍ୟବହାର କରନ୍ତି, ତେବେ ଆପଣ ଅନେକ ଲାଭ ଉଠାଇପାରିବେ । ପ୍ରକୃତରେ ୟୁଟ୍ୟୁବ୍ iOS ପାଇଁ ଏକ ଫିଚର ପ୍ରଦାନ କରିଛି ଯାହା ଲକ୍ଷ ଲକ୍ଷ ଲୋକ ଉପଭୋଗ କରିପାରୁଛନ୍ତି । ଏବେ ଆପଣ ସର୍ଟସ୍ ରେ ଆପେ ଆପେ ଡାଉନଲୋଡ୍ ଫିଚର୍ ପାଇପାରିବେ। ଏହାର ସବୁଠାରୁ ବଡ଼ ସୁବିଧା ହେବ ଯେ ଆପଣ ଇଣ୍ଟରନେଟ୍ ବିନା ମଧ୍ୟ ସର୍ଟସ୍ ଦେଖିପାରିବେ।
ଆସ୍କ ମ୍ୟୁଜିକ୍ ଫିଚର୍
ଲକ୍ଷ ଲକ୍ଷ ୟୁଟ୍ୟୁବ୍ ବ୍ୟବହାରକାରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଗୁଗଲ... ୟୁଟ୍ୟୁବ ମ୍ୟୁଜିକରେ ଆସ୍କ ମ୍ୟୁଜିକ୍ ନାମକ ଏକ ଫିଚର୍ ଯୋଡିଛି । ଏହି ଫିଚରର ସବୁଠାରୁ ବଡ଼ ସୁବିଧା ହେବ ଯେ ଏବେ ଆପଣ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଭଏସ୍ କମାଣ୍ଡ ସାହାଯ୍ୟରେ ଯେକୌଣସି ନିର୍ଦ୍ଦିଷ୍ଟ ସଙ୍ଗୀତର ମଜା ନେଇପାରିବେ।
ଆସ୍କ ଚାଟ୍ ଫିଚର୍
ବିଶେଷକରି ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ, ଗୁଗୁଲ୍ ୟୁଟୁବ୍ ଆପରେ ଏକ ନୂତନ ଆସ୍କ ଚାଟ୍ ବଟନ୍ ମଧ୍ୟ ଯୋଡ଼ିଛି। ଏହି ବଟନ୍ ସାହାଯ୍ୟରେ ଆପଣ ଭିଡିଓରେ ଦେଖାଯାଇଥିବା ବିଷୟ ସହିତ ଜଡିତ ଯେକୌଣସି ପ୍ରଶ୍ନ ପଚାରିପାରିବେ।