ଶୁନ୍ୟରୁ ଆସିଲା ପଥର, ବିକିଦେଲା ଆମେରିକା

Key Points
ସାହାରାର ଅସୀମ ମରୁଭୂମିରେ ମିଳିଲା ମଙ୍ଗଳ ଗ୍ରହରୁ ଆସିଥିବା ଏକ ପଥର
ଏହା କୌଣସି ସାଧାରଣ ପଥର ନୁହେଁ, ଏହା NWA 16788
ଯାହା ପୃଥିବୀରେ ମିଳିଥିବା ମଙ୍ଗଳ ଗ୍ରହର ସବୁଠାରୁ ବଡ଼ ଉଲ୍କାପିଣ୍ଡ
ପଶ୍ଚିମ ଆଫ୍ରିକାର ନାଇଜର ଦେଶରେ ମିଲିଲା ଏହି ଦାମୀ ପଥର
ନଭେମ୍ବର 2023…ସାହାରାର ଅସୀମ ମରୁଭୂମିରେ ମିଳିଲା ମଙ୍ଗଳ ଗ୍ରହରୁ ଆସିଥିବା ଏକ ପଥର। କିନ୍ତୁ ଏହା କୌଣସି ସାଧାରଣ ପଥର ନୁହେଁ…ଏହା NWA 16788, ଯାହା ପୃଥିବୀରେ ମିଳିଥିବା ମଙ୍ଗଳ ଗ୍ରହର ସବୁଠାରୁ ବଡ଼ ଉଲ୍କାପିଣ୍ଡ। ପଶ୍ଚିମ ଆଫ୍ରିକାର ନାଇଜର ଦେଶରେ ମିଲିଲା ଏହି ଦାମୀ ପଥର। ଏହି ବିଶେଷ ପଥର-ମଙ୍ଗଳ ଗ୍ରହର ଉଲ୍କାପିଣ୍ଡ ଯାହା ଜୁଲାଇ 2025ରେ ନ୍ୟୁୟର୍କରେ $5.3 ମିଲିଅନ (ପ୍ରାୟ 44 କୋଟି ଟଙ୍କା)ରେ ନିଲାମ ହେଲା।
ଜୁଲାଇ 2025
ନ୍ୟୁୟର୍କରେ ଅକଶନ ହାଉସ ଅବା ନିଲାମ ଘର Sotheby’sର ପ୍ରତିକ୍ରିୟା, ଏହି ପଥର 5.3 ମିଲିଅନ ଡଲାର୍ରେ ବିକ୍ରିହେଲା। ଭାରତୀୟ ମୁଦ୍ରା ଅନୁସାରେ, ପ୍ରାୟ 44 କୋଟି ଟଙ୍କାରେ! ଏବଂ ଏହିଠାରୁ ହି ଆରମ୍ଭ ହେଲା ଏକ ବିବାଦ…ଏହା କୌଣସି ସାଧାରଣ ପଥର ନୁହେଁ, ତେଣୁ ନାଇଜର ଦେଶର ସରକାର ଏହି ପଥରକୁ ନେଇ ଦାବି କଲେ ଯେ, ‘ଏହା ଆମ ଦେଶରୁ ଅବୈଧ ଭାବରେ ବାହାରିଛି। ଏବେ ଏପରି ପଥର ଗୁଡ଼ିକର export ଉପରେ ପ୍ରତିବନ୍ଧକ ଲଗାଉଛୁ ।
📱 Get Argus News App
✨ନାଇଜରରେ ବହୁତ ବର୍ଷ ହେଲା କାମ କରୁଥିବା ସିକାଗୋ ବିଶ୍ବବିଦ୍ୟାଳୟର ପ୍ରଫେସର-ପଲ୍ ସେରେନୁନଙ୍କ କହିବା କଥା, ଏହି ପଥର ନାଇଜରକୁ ଫେରାଇଦେବା କଥା, କିନ୍ତୁ Sotheby's ଅକଶନ ହାଉସଙ୍କ ଯୁକ୍ତି, ଯେ ସବୁ ପ୍ରକ୍ରିୟା ସଠିକ ଥିଲା। ଆମର ସମସ୍ତ କାଗଜପତ୍ର ବୈଧ । ନିଲାମ ପ୍ରକ୍ରିୟା ସମ୍ପୁର୍ଣ୍ଣ ଆଇନସମ୍ମତ। ଏବେ କିନ୍ତୁ ବିବାଦ ଘନେଇବା ପରେ ମାମଲାର ଯାଞ୍ଚ ଚାଲିଥିବା ଜଣାପଡ଼ିଛି।
ଏହି ପଥର କାହିଁକି ଏତେ ବିଶେଷ?
NWA 16788, ପୃଥିବୀରେ ମିଳିଥିବା ମଙ୍ଗଳ ଗ୍ରହର ସବୁଠାରୁ ବଡ଼ ଉଲ୍କାପିଣ୍ଡ। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଏହା ଏକ ବିଶାଳ ଅଣୁଗ୍ରହ ବା asteroid ଧକ୍କାରେ ମଙ୍ଗଳରୁ ଛିଣ୍ଡି ଯାଇ, 140 ମିଲିଅନ ମାଇଲ୍ ଯାତ୍ରା କରି ପୃଥିବୀକୁ ଆସିଥିଲା। ଏହି ପଥରର ଓଜନ 24.5 କିଲୋଗ୍ରାମ୍। ଓ ଏବେ, ଏହା ମଙ୍ଗଳ ଗ୍ରହର ସବୁଠାରୁ ଦାମୀ ଉଲ୍କାପିଣ୍ଡ।
କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଏହି ପଥର ଉପରେ ଅଧିକାର କାହାର? ଯେଉଁ ଦେଶରେ ମିଳିଲା ସେହି ଦେଶର? ନା ଯେଉଁସ୍ଥାନରେ ନିଲାମ ହେଲା ସେମାନଙ୍କର?
ଅଲଗା-ଅଲଗା ଦେଶରେ ଉଲକା ପିଣ୍ଡକୁ ନେଇ ସ୍ବତନ୍ତ୍ର ଆଇନ ରହିଛି। ଭାରତରେ ବି ଏହାକୁ ନେଇ ସ୍ପଷ୍ଟ ଆଇନ ନାହିଁ, ହେଲେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଓ୍ବେବସାଇଟରୁ ଏହା ଜଣାପଡେ, କି ଯଦି ଭାରତର ଅଂଚଳ ଭିତରେ କୌଣସି ଉଲକା ପିଣ୍ଡ ଖସିପଡେ କିମ୍ବା ଏହା କାହାକୁ ମିଳେ ତେବେ ଜିଏସଆଇ ଅବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ହିଁ ଏହାର କଷ୍ଟୋଡ଼ିଆନ ହେବ, ଅର୍ଥାତ ସେ, ତାଙ୍କ ପାଖରେ ରହିବ।
ଅଲଗା-ଅଲଗା ଦେଶରେ ଉଲକା ପିଣ୍ଡକୁ ନେଇ ସ୍ବତନ୍ତ୍ର ଆଇନ ରହିଛି। ଭାରତରେ ବି ଏହାକୁ ନେଇ ସ୍ପଷ୍ଟ ଆଇନ ନାହିଁ, ହେଲେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଓ୍ବେବସାଇଟରୁ ଏହା ଜଣାପଡେ, କି ଯଦି ଭାରତର ଅଂଚଳ ଭିତରେ କୌଣସି ଉଲକା ପିଣ୍ଡ ଖସିପଡେ କିମ୍ବା ଏହା କାହାକୁ ମିଳେ ତେବେ ଜିଏସଆଇ ଅବା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ହିଁ ଏହାର କଷ୍ଟୋଡ଼ିଆନ ହେବ, ଅର୍ଥାତ ସେ, ତାଙ୍କ ପାଖରେ ରହିବ।
ତେବେ ନାଇଜର ଘଟଣା ପରେ ପ୍ରଫେସର ପଲ୍ ସେରେନୁନ ଆଶାବାଦୀ ଅଛନ୍ତି କି, ଏହି ଘଟଣା ପରେ ପରିବର୍ତ୍ତନ ଆସିବ! ନାଇଜର ତାର ଆଇନ କଡାକଡି କରିବ। ନାଇଜର'ର ରାଜଧାନୀ ନିଆମିରେ ମ୍ୟୁଜିଅମର ବି ଯୋଜନା କରାଯାଉଛି। ଯେଉଁଠି ଏହିଭଳି ଦୁର୍ଲଭ ପଥର ରଖାଯିବ। କିନ୍ତୁ ଯେବେ ଯାଏଁ ଅନ୍ତର୍ଜାତୀୟ ନିୟମ ସ୍ପଷ୍ଟ ହୋଇ ନାହିଁ ସେବେ ଯାଏଁ ଏହି ପ୍ରଶ୍ନ ଜ୍ବଳନ୍ତ ହୋଇ ରହିଥିବ କି ଏହି ମଙ୍ଗଳ ଗ୍ରହର ପଥର ଖଣ୍ଡ କାହାର?
ଏହା କେବଳ ଏକ ପଥରର କଥା ନୁହେଁ,ଏହା ବିଜ୍ଞାନ, ଧନ-ସମ୍ପତ୍ତି, କୀର୍ତ୍ତିରାଜି, ବାହାର ସମ୍ପଦର ସୁରକ୍ଷା କଥା, ଏବଂ ମୂଳ ଅଧିକାର ମଧ୍ୟରେ ଚାଲିଥିବା ଏକ ଅଦୃଶ୍ୟ ସଂଘର୍ଷର କଥା !ଏହି ଘଟଣା, ମୂଳ ଦେଶର ଅଧିକାର ବନାମ ବିଶ୍ୱବ୍ୟାପୀ ନିଲାମ, ଦୁଇଟି ପକ୍ଷର ଦୃଷ୍ଟିଭଙ୍ଗୀକୁ ପ୍ରଶ୍ନଘେରରେ ରଖୁଛି।