Videos
|
Technology

ଅବିଶ୍ୱସନୀୟ ଛବି! ମଙ୍ଗଳ ଗ୍ରହରେ ବସି ହସୁଛି...

Sudeshna Mishra
Browse all articles by Sudeshna Mishra
·11 months ago·2 min read
ଅବିଶ୍ୱସନୀୟ ଛବି! ମଙ୍ଗଳ ଗ୍ରହରେ ବସି ହସୁଛି...

Key Points

ଆପଣ ବିଶ୍ୱାସ କରିବେ କି?

ବୈଜ୍ଞାନୀକମାନେ ବି ହୋଇଗଲେ ଆଶ୍ଚର୍ଯ୍ୟଚକିତ

ମଙ୍ଗଳ ଗ୍ରହରେ ଦେଖାଗଲା…

‘ଭାଲୁର ମୁହଁ’ ସାରା ପୃଥିବୀର ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକାଇଦେଇଛି, ଏହି ଚିତ୍ର!

ମଙ୍ଗଳ ଗ୍ରହରୁ ଆସିଛି ଏକ ଏମିତି ଛବି, ଯାହା ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟଚକିତ, କାରଣ, ସେହି ଛବିଟି ଠିକ୍‌ ଟେଡି ବିୟରର ହସୁଥିବା ମୁହଁ ପରି ଲାଗୁଛି। NASAର ମାର୍ସ ଅର୍ବିଟର ୨୫୧ କି.ମି. ଉଚ୍ଚତାରୁ ଉଠାଇଛି ଏହି ଅଦ୍ଭୁତ ଛବି। ଚିତ୍ରରେ ଟେଡି ବିୟର ପରି ହସୁଥିବା ମୁହଁ ଦେଖାଯାଉଛି। ବିଶ୍ୱବ୍ରହ୍ମାଣ୍ଡର ଗୁପ୍ତ ରହସ୍ୟ ଖୋଜୁଥିବା ବେଳେ ବୈଜ୍ଞାନୀକମାନେ ଆଉଥରେ ହୋଇଗଲେ ଆଶ୍ଚର୍ଯ୍ୟଚକିତ । NASAର ମାର୍ସ ଅର୍ବିଟର ପଠାଇଥିବା ଏହି ଛବି କେବଳ ବୈଜ୍ଞାନୀକମାନଙ୍କୁ ନୁହେଁ, ସମଗ୍ର ପୃଥିବୀର ଲୋକମାନଙ୍କୁ ଆଶ୍ଚର୍ଯ୍ୟରେ ପକାଇଦେଇଛି।

 


ମଙ୍ଗଳ ଗ୍ରହରୁ ଆସିଥିବା ଏହି ‘ଭାଲୁର ମୁହଁ’ ଆମକୁ ସ୍ମରଣ କରାଇଦିଏ, ଯେ ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଅସୀମ…ଏବଂ କେବେ-କେବେ ସେମାନେ ବି ଆମକୁ ହସାଇ ଦିଅନ୍ତି। ମଙ୍ଗଳ ଗ୍ରହରେ ଖୋଜାଖୋଜି କରିବା ସମୟରେ ବୈଜ୍ଞାନୀକଙ୍କୁ ଏକ ଚଟାଣ ଦେଖାଗଲା। ଯାହା ଟେଡି ବିୟରର ହସୁଥିବା ମୁହଁ ପରି ଦେଖାଯାଉଛି।


ମାର୍ସ କ୍ରେଟର୍ସ: ବୈଜ୍ଞାନୀକ ମାନେ ମଙ୍ଗଳ ଗ୍ରହରେ ଏକ ଚଟାଣ ଖୋଜିଲେ, ଯାହା ଏକ ହସ-ହସ ମୁହଁ ପରି ଦେଖାଯାଉଛି। ଏହି ଚିତ୍ରଟି ଏରିଜୋନା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ କରାଗଲା, ଯେଉଁଥିରେ ‘ଟେଡି ବିୟର’ର ମୁହଁ ଦେଖାଯାଉଥିଲା, ଯାହାର ଦୁଇଟି ଆଖି, ଗୋଟିଏ ନାକ ଏବଂ ଏକ ହସୁଥିବା ଚେହେରା ଦେଖାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯେତେବେଳେ, ନାସାର ମାର୍ସ ରିକନିସାନ୍ସ ଅର୍ବିଟର ୨୫୧ କି.ମି. ଉଚ୍ଚତାରୁ ମଙ୍ଗଳ ଗ୍ରହ ଉପର ଦେଇ ଯାଉଥିଲା, ସେତେବେଳେ ଏହି ଚିତ୍ରୋତ୍ତଳନ କରାଯାଇଥିଲା। ହେଲେ ଜାଣନ୍ତି କି, ଟେଡି ବିୟରର ଆଖିଗୁଡ଼ିକ ପ୍ରକୃତରେ ମଙ୍ଗଳ ଗ୍ରହର ଗାତ ଯାହାକୁ craters କୁହାଯାଏ, ଯାହାକି ଛବିରେ ବି ସ୍ପଷ୍ଟ। ଏହି ଚିତ୍ରରେ ମୁଣ୍ଡ ଉପରେ ଯେଉଁ ‘ଗୋଲାକାର ଚିହ୍ନ’ ଦେଖାଯାଉଛି, ତାହା ପୁରୁଣା ଗର୍ତ୍ତ। ଗର୍ତ୍ତ ଉପରେ ମାଟି ଜମିବାରୁ ତିଆରି ହୋଇଥିବା ନେଇ ବୈଜ୍ଞାନୀକ ମତ ପ୍ରକାଶ କରୁଛନ୍ତି।


କେମିତି ଦେଖାଯାଏ ଏହି ଚିତ୍ର?

ଏହି ମୁହଁଟି ପ୍ରକୃତରେ ମଙ୍ଗଳ ଗ୍ରହର ଏକ ଆକୃତି, ଯାହା ଏକ ଭାଲୁର ମୁହଁ ପରି ଦେଖା ଯାଉଛି। ଏହି ଚେହେରାରେ, ନାକ ଗୋଟିଏ V ଆକାରର ପାହାଡ଼ ପରି ଦେଖାଯାଉଛି, ଆଖି, ଯାହା ପ୍ରକୃତରେ ଦୁଇଟି ଗର୍ତ୍ତ, ଏବଂ ମୁଣ୍ଡ, ଯାହା ଏକ ଗୋଲାକାର ଚିହ୍ନ ଭଳି ଦେଖାଯାଉଛି।


ବୈଜ୍ଞାନୀକମାନଙ୍କ ମତ, ମୁଣ୍ଡରେ ଥିବା ଗୋଲ ଚିହ୍ନ ପୁରୁଣା ଗର୍ତ୍ତ ରେ ମାଟି-ପଥର ଜମିବା କାରଣରୁ ସୃଷ୍ଟି ହୋଇଥିବ। ଏହାର ନାକ କୌଣସି ଜ୍ୱାଳାମୁଖୀ କିମ୍ବା ମାଟି-କାଦୁଅର ପ୍ରବାହରେ ତିଆରି ହୋଇଥିବ।