Videos
|
Technology

ସିଲଭର ବଟନ ମିଳିବା ପରେ କେମିତି ହୁଏ ଟଙ୍କା ବର୍ଷା ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସିଲଭର ବଟନ ମିଳିବା ପରେ କେମିତି ହୁଏ ଟଙ୍କା ବର୍ଷା ?

ଅର୍ଗସ ବ୍ୟୁରୋ: ୟୁଟ୍ୟୁବରୁ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି । କଣ କଲେ ଆପଣ ସଙ୍ଗେ ସଙ୍ଗେ ଟଙ୍କା ରୋଜଗାର କରିପାରିବେ ଜାଣିରଖନ୍ତୁ। ୟୁଟ୍ୟୁବରେ ସିଲଭର ବଟନ ମିଳିବା ପରେ ପ୍ରବଳ ଟଙ୍କା ଆପଣଙ୍କ ପାଖକୁ ଆସିପାରିବ। କିନ୍ତୁ ସେଥିପାଇଁ ଆପଣଙ୍କୁ ଟ୍ରିକ୍ସ ଜାଣିବା ବହୁତ ଜରୁରୀ। ଅନେକ ଜଣ ଏପରି ଭାବରେ ୟୁଟ୍ୟୁବରୁ ଲକ୍ଷ ଲକ୍ଷ ଟଙ୍କା ଇନକମ କରୁଛନ୍ତି। ଡିଜିଟାଲ ପ୍ଲାଟଫର୍ମରୁ ଟଙ୍କା ରୋଜଗାର କରିବାର ସହଜ ଉପାୟ ୟୁଟ୍ୟୁବ କୁହାଯାଉଛି। ଏମିତି ଅନେକ ୟୁଟ୍ୟୁବର୍ସ ଅଛନ୍ତି ଯେଉଁମାନେ ଭିଡିଓ ପୋଷ୍ଟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। କହିବାକୁ ଗଲେ ୟୁଟ୍ୟୁବରେ ୧୦୦୦ ଭ୍ୟୁଜ ହେବା ପରେ ୧୦୦ରୁ ୨୦୦ ଟଙ୍କା ମିଳିଥାଏ।


ଯେମିତି ସିଲଭର ବଟନ ମିଳିଥାଏ ଏହାପରେ ଚ୍ୟାନେଲରେ ସ୍ପନସରସିପ ଏବଂ ପ୍ରଡକ୍ଟ ପ୍ଲେସମେଣ୍ଟ ପାଇଁ ବ୍ରାଣ୍ଡ କନେଣ୍ଟ ହୋଇଥାଏ। ଏହା ବ୍ୟତୀତ ଆପଣ ଏଫିଲିଏଟ ମାର୍କେଟିଙ୍ଗ ମାଧ୍ୟମରେ ବି ଆପଣ ଟଙ୍କା ରୋଜଗାର କରିପାରିବେ। ଏଫିଲିଏଟ ମାର୍କେଟିଙ୍ଗ ହେଉଛି ଯେଉଁଥିରେ ଆଉ କାହାର ପ୍ରଡକ୍ଟର ପ୍ରଚାର କରିକି କମିଶନ ପାଇଥାନ୍ତି। ଏହା ବ୍ୟତୀତ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଷ୍ଟ୍ରିମିଙ୍ଗ ମଧ୍ୟ ଏକ ଏକ ଭଲ ଉପାୟ ହୋଇଥାଏ। ସିଲଭର ବଟମ ମିଳିବା ପରେ ଆପଣ ନିଜର ଏକ ପ୍ରଡକ୍ଟର ମଧ୍ୟ ବ୍ରାଣ୍ଡ ଆମ୍ୱାସଟର ତିଆରି କରି ପ୍ରଚାର କରିପାରିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ମଧ୍ୟ ଇନକମ କରିବାର ଏକ ଉପାୟ ହୋଇଥାଏ। ଏହାସହ ଆପଣ ଓ୍ୱେବିନାର ଏବଂ କୋର୍ସ ତିଆରି କରି ଲୋକଙ୍କୁ ଶିଖାନ୍ତୁ ଏବଂ ଟଙ୍କା ରୋଜଗାର କରିପାରିବେ। ଏହିପରି ଭାବରେ ଆପଣ ମାସକୁ ୧ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରିବେ।


ଅଧିକ ପଢ଼ନ୍ତୁ ଟେକ୍ନୋଲୋଜି ଖବର: