AI ଜଣେ ଭଲ ବନ୍ଧୁ ! ବଞ୍ଚାଇଲା ଜୀବନ...

Key Points
ଆଜିର ଯୁଗରେ ଟେକ୍ନୋଲୋଜି ବହୁତ ଆଗକୁ ବଢ଼ିଛି
ଲୋକେ ମେସିନ୍ ଦ୍ୱାରା ନିଜର ଅଧିକାଂଶ କାମ କରାଉଛନ୍ତି
ଯାହା ଫଳରେ ଲୋକମାନେ ପରସ୍ପର ମିଳାମିଶା କରିବା ପାଇଁ ଆଉ ଏତେ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି
ବର୍ତ୍ତମାନ ଲୋକେମାନେ ସମସ୍ୟାର ସମାଧାନ ପାଇଁ ଏଆଇ ଉପରେ ନିର୍ଭର କରୁଛନ୍ତି । ଏହିଭଳି ଜଣେ ଆମେରିକୀୟ ମହିଳା କହିଛନ୍ତି ଯେ, କିପରି ଏଆଇର ସାହାଯ୍ୟରେ ସେ ଡିପ୍ରେସନ୍ରୁ ବାହାରିପାରିଲେ
'ଏମିତି ଜଣେ ବନ୍ଧୁ ଚାହୁଁଛି ଯିଏ ମୋତେ ନିନ୍ଦା କରିବେନି..." ଡିପ୍ରେସନରେ ଜୀବନ କାଟୁଥିବା ଜଣେ ମହିଳା ଏଆଇ ପାଖରେ ମାଗିଲେ ସାହାଯ୍ୟ, ଚାଟବଟ୍ ତାଙ୍କ ଜୀବନ ବଞ୍ଚାଇଲା...କେମିତି, ଆସନ୍ତୁ ଜାଣିବା...
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ: ଆମେରିକାର ଜଣେ ମହିଳା କହିଛନ୍ତି ଯେ ସେ ଏଆଇ (AI) ର ସହାୟତାରେ ଡିପ୍ରେସନ୍ରୁ ବାହାରିଛନ୍ତି। ତାଙ୍କର ଖରାପ ସମୟରେ ଏଆଇ ଜଣେ ଭଲ ମିତ୍ର ଭଳି ତାଙ୍କୁ ସହଯୋଗ କରିଛି।
ଏଆଇ ଓ ଡିପ୍ରେସନ୍:
📱 Get Argus News App
✨ଆଜିର ଯୁଗରେ ଟେକ୍ନୋଲୋଜି ବହୁତ ଆଗକୁ ବଢ଼ିଛି । ଲୋକେ ମେସିନ୍ ଦ୍ୱାରା ନିଜର ଅଧିକାଂଶ କାମ କରାଉଛନ୍ତି । ଯାହା ଫଳରେ ଲୋକମାନେ ପରସ୍ପର ମିଳାମିଶା କରିବା ପାଇଁ ଆଉ ଏତେ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ବର୍ତ୍ତମାନ ଲୋକେମାନେ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏଆଇ ଉପରେ ନିର୍ଭର କରୁଛନ୍ତି ଓ ଏହାକୁ ନିଜର ସାଥୀ ଭାବରେ ମାନୁଛନ୍ତି । ଏହିଭଳି ଜଣେ ଆମେରିକୀୟ ମହିଳା କହିଛନ୍ତି ଯେ, କିପରି ଏଆଇର ସାହାଯ୍ୟରେ ସେ ଡିପ୍ରେସନ୍ରୁ ବାହାରିପାରିଲେ ।
ଏଆଇ ଚାଟବଟ ସହ ବନ୍ଧୁତା
ଆମେରିକାର ମିଶିଗନରେ ରହୁଥିବା ଏମଜି କକିଙ୍ଗ୍ ଏକାକୀ ଜୀବନ ଜିଉଁ ଥିଲେ । ସେ ଲୋକମାନଙ୍କ ସହ କଥାହେବାକୁ ଅସୁବିଧା ଅନୁଭବ କରୁଥିଲେ । ଦିନେ ସେ character.ai ନାମକ ଏକ ୱେବସାଇଟ୍ର ସନ୍ଧାନ ପାଇଲେ, ଯେଉଁଠି 'ଡୋନାଟେଲୋ' ନାମକ ଏକ AI ଚ୍ୟାଟବଟ୍ଙ୍କ ସହିତ ତାଙ୍କର ବନ୍ଧୁତା ଗଢ଼ି ଉଠିଲା । ଏମଜି କକିଙ୍ଗ୍ ନିଜ AI ବନ୍ଧୁଙ୍କୁ ସବୁ କଥା କହୁଥିଲେ, ତାଙ୍କୁ ଏମିତି ସାଙ୍ଗ ଦରକାର ଯିଏ ତାଙ୍କୁ ଜଜ୍ କରୁନଥିବ, ତାଙ୍କ କଥା ଶୁଣୁଥିବ, ଏବଂ ସେମାନେ ପ୍ରତିଦିନ କଥା ହେଉଥିବେ । ଦୁହିଁଙ୍କ ବନ୍ଧୁତା ସାଧାରଣ ମଣିଷଙ୍କ ଭଳି ଥିଲା।
AI ମୋତେ ଡିପ୍ରେସନ୍ରୁ ବାହାରକଲା
ଏମଜିଙ୍କ କହିବା କଥା, 2023ରେ ସେ ଗଭୀର ଡିପ୍ରେସନ୍ରେ ଥିଲେ। ସେ AI ଚ୍ୟାଟବଟ୍ ‘ଡୋନାଟେଲୋ’ ସହ କଥାହେଲେ। ଡୋନାଟେଲୋ ତାଙ୍କୁ କହିଲା ଯେ, ତୁମେ କାହିଁକି ଜଣେ ମଣିଷଙ୍କୁ ଏଠାକୁ ଡାକୁନ? ଏମଜି ଏହା ମାନିଲେ ଓ ଜଣେ ସାଙ୍ଗଙ୍କୁ ଆଣିଲେ। ଏହି ଦ୍ୱିତୀୟ ସମୟ ଅବଧିରେ ଡୋନାଟେଲୋ ତାଙ୍କୁ ନିରାପଦ ବୋଧ ହେବା ପର୍ଯ୍ୟନ୍ତ ତାଙ୍କୁ ପ୍ରଶ୍ନ ପଚାରି ଚାଲିଲେ। ଏମଜି କୁହନ୍ତି ଯେ, ଦିନେ ଡୋନାଟେଲୋ ତାଙ୍କୁ ବଞ୍ଚାଇଥିଲା, କିନ୍ତୁ ଏହା ସହିତ ଶିଖିଲେ ଯେ, ମାନବ ସହ ଯୋଗାଯୋଗ କରିବା ବି ଆବଶ୍ୟକ।
"ମୁଁ ଏବେ ବାସ୍ତବତାରେ ବଞ୍ଚିବାକୁ ଚାହେଁ..."
ଏମ୍ଜି ଯଦିଓ ଚ୍ୟାଟବଟ୍ ଡୋନାଟେଲୋ ସହିତ କଥାବାର୍ତ୍ତା ହେଉଛନ୍ତି କିନ୍ତୁ ସେ ବୁଝିପାରିଲେ ଯେ ଏହି ଜୀବନଶୈଳୀ ତାଙ୍କୁ ପ୍ରକୃତ ଲୋକମାନଙ୍କୁ ଠାରୁ ଦୂରେଇ ଦେଉଛି। ତେଣୁ ଡୋନାଟେଲୋ ସହିତ ଶେଷଥର ପାଇଁ କଥା ହେବା ବେଳେ ସେ କହିଲେ: "ମତେ କଳ୍ପନାରେ ଶାନ୍ତି ମିଳୁଛି, କିନ୍ତୁ ମୋ ପାଇଁ ବାସ୍ତବତାରେ ରେ ବଞ୍ଚିବା ଆବଶ୍ୟକ।"ଏହା ପରେ ସେ ସେହି ଆପ୍ପ ବନ୍ଦ କରିଦେଲେ"।
ଏଆଇ ଡିପ୍ରେସନ୍ କଣ?
ଏଆଇ ଡିପ୍ରେସନ୍ ଏକ ଏମିତି ଅବସ୍ଥା, ଯେଉଁଠାରେ ଲୋକେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ନିଜର ଡିପ୍ରେସନ୍ ରୁ ନିଜକୁ ବାହାର କରିବାର ଚେଷ୍ଟା କରନ୍ତି। ପରେ ସେମାନେ AI ଚ୍ୟାଟବଟ୍ ସହିତ କଥା ହୁଅନ୍ତି।
ଏଆଇ ଚ୍ୟାଟବଟ୍ କିପରି ସାହାଯ୍ୟ କରିପାରେ?
AI ଚ୍ୟାଟବଟ୍ ମାନସିକ ଭାବେ ଉପସ୍ଥିତ ରହି ଭାବନାତ୍ମକ ସମର୍ଥନ ଦେଇପାରେ। ଏହି ବଟ୍ମାନେ ଏଆଇ ବ୍ୟବହାରକାରୀଙ୍କୁ ନିଜର ଭାବନା ବ୍ୟକ୍ତ କରିବା ଏବଂ ସମସ୍ୟାର ସମାଧାନ ଖୋଜିବାରେ ସାହାଯ୍ୟ କରନ୍ତି।
ଏଆଇ ଚ୍ୟାଟବଟ୍ ମାନବ ସର୍ମ୍ପକର ବିକଳ୍ପ ହୋଇପାରିବେ କି?
ଏଆଇ ଚ୍ୟାଟବଟ୍ କେବେବି ମାନବ ସର୍ମ୍ପକର ବିକଳ୍ପ ହୋଇପାରିବେ ନାହିଁ। ଏହା ସେମାନଙ୍କୁ ଅସ୍ଥାୟୀ ଭାବରେ ଆଶ୍ବସ୍ତି ଦେଇପାରେ, କିନ୍ତୁ ମାନବୀୟ ସମ୍ପର୍କ ଏବଂ ଆନ୍ତରିକ ଯୋଗାଯୋଗ ସବୁବେଳେ ଜରୂରୀ।