Bank Holidays / ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର... ନଭେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

Key Points
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର ନଭେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ
ନଭେମ୍ବର ୨୦୨୬ ବ୍ୟାଙ୍କ ହଲିଡେ ଲିଷ୍ଟ: ଚେକ୍ ଜମା ପୂର୍ବରୁ ଜାଣନ୍ତୁ ଛୁଟି ତାରିଖ
ଦୀପାବଳିରୁ ଗୁରୁ ନାନକ ଜୟନ୍ତୀ: ନଭେମ୍ବରରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ?
ଯଦି ଆପଣ ଏହି ସପ୍ତାହରେ ବ୍ୟାଙ୍କକୁ ଯାଇ ଚେକ୍ ଜମା କରିବା, ଟଙ୍କା ଉଠାଇବା କିମ୍ବା ପାସ୍ବୁକ୍ ଅପଡେଟ୍ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ବ୍ୟାଙ୍କ ଛୁଟି ତାଲିକା ଦେଖି ନିଅନ୍ତୁ । ନଚେତ୍ ବ୍ୟାଙ୍କକୁ ଯାଇ ଆପଣଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିପାରେ ।
ନଭେମ୍ବର ମାସ ଆରମ୍ଭ ହେବା ସହିତ ପର୍ବପର୍ବାଣୀର ଋତୁ ମଧ୍ୟ ଜୋରଦାର ହୋଇଛି । ଦୀପାବଳି, ଭାଇ ଦୁଜ୍, ଛଟ୍ ପୂଜା ଏବଂ ଗୁରୁ ନାନକ ଜୟନ୍ତୀ ଭଳି ପର୍ବ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଏହି ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଜାଣନ୍ତୁ, ୨ରୁ ୮ ନଭେମ୍ବର ଏହି ସପ୍ତାହରେ ଏବଂ ପୂରା ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।
ଏଥି ସହ ପଢନ୍ତୁ: ଆସନ୍ତା ୪ ଦିନ ବ୍ୟାଙ୍କ ବନ୍ଦ ରହିବ: ଜାଣନ୍ତୁ ପୁରା ଅପଡେଟ୍...
ଏହି ସପ୍ତାହରେ କେବେ ବନ୍ଦ ରହିବ ବ୍ୟାଙ୍କ ?
ଯଦି ଆପଣଙ୍କର ଏହି ସପ୍ତାହରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ରହିଛି, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଅଧିକାଂଶ ରାଜ୍ୟରେ ଏହି ସପ୍ତାହରେ ବ୍ୟାଙ୍କ ସାଧାରଣ ଭାବେ ଖୋଲା ରହିବ ।
- ୨ ନଭେମ୍ବର (ସୋମବାର): କେବଳ ମେଘାଳୟର ଶିଲଂରେ ନୋଙ୍ଗକ୍ରେମ୍ ଡ୍ୟାନ୍ସ ଅବସରରେ ବ୍ୟାଙ୍କ ବନ୍ଦ ରହିବ। ଦେଶର ଅନ୍ୟ ସ୍ଥାନରେ ବ୍ୟାଙ୍କ ଖୋଲା ରହିବ ।
- ୩ ରୁ ୭ ନଭେମ୍ବର (ମଙ୍ଗଳବାରରୁ ଶନିବାର): ଏହି ପାଞ୍ଚ ଦିନ ମଧ୍ୟରେ ଦେଶରେ କୌଣସି ବଡ଼ ଆଞ୍ଚଳିକ ଛୁଟି ନାହିଁ । ତେଣୁ ବ୍ୟାଙ୍କ ନିଜର ନିର୍ଦ୍ଧାରିତ ସମୟ ଅନୁସାରେ ଖୋଲା ରହିବ ।
- ୮ ନଭେମ୍ବର (ରବିବାର): ସାପ୍ତାହିକ ଛୁଟି ଯୋଗୁଁ SBI, HDFC, ICICI, PNB ସମେତ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ ।
ନଭେମ୍ବର ୨୦୨୬ରେ ବ୍ୟାଙ୍କ ଛୁଟିର ପୂରା ତାଲିକା
ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି କାରଣରୁ ନଭେମ୍ବର ମାସର ଅବଶିଷ୍ଟ ଦିନଗୁଡ଼ିକରେ ବ୍ୟାଙ୍କ ଛୁଟି ତାଲିକା ଏହିପରି ରହିଛି ।
- ୯ ନଭେମ୍ବର: ଦୀପାବଳି / ଗୋବର୍ଦ୍ଧନ ପୂଜା – ଅଗରତାଲା, ଭୋପାଳ, ଚଣ୍ଡିଗଡ଼, ଜୟପୁର, କାନପୁର, ଲକ୍ଷ୍ନୌ ଆଦି ସହର ।
- ୧୦ ନଭେମ୍ବର: ଲକ୍ଷ୍ମୀ ପୂଜା / ଦୀପାବଳି ଉତ୍ସବ – ଅହମ୍ମଦାବାଦ, ମୁମ୍ବାଇ, ନାଗପୁର, ବେଙ୍ଗାଲୁରୁ, ଡେରାଡୁନ୍ ଆଦି ସହର।
- ୧୧ ନଭେମ୍ବର: ଭାଇ ଦୁଜ୍ / ଚିତ୍ରଗୁପ୍ତ ଜୟନ୍ତୀ – କାନପୁର, କୋଲକାତା, ଲକ୍ଷ୍ନୌ, ଶିମଲା, ଇମ୍ଫାଲ୍ ଆଦି ସହର ।
- ୧୩ ନଭେମ୍ବର: ୱାଙ୍ଗଲା ଉତ୍ସବ – କେବଳ ଶିଲଂ ।
- ୧୪ ନଭେମ୍ବର: ଦ୍ୱିତୀୟ ଶନିବାର – ସାରା ଦେଶରେ ବ୍ୟାଙ୍କ ବନ୍ଦ ।
- ୧୫ ନଭେମ୍ବର: ରବିବାର – ସାରା ଦେଶରେ ବ୍ୟାଙ୍କ ବନ୍ଦ ।
- ୧୬ ନଭେମ୍ବର: ଛଟ୍ ପୂଜା – ପାଟନା ଏବଂ ରାଞ୍ଚି ।
- ୨୦ ନଭେମ୍ବର: ଇଗାସ୍-ବଗ୍ୱାଲ୍ – ଡେରାଡୁନ୍ ।
- ୨୨ ନଭେମ୍ବର: ରବିବାର – ସାରା ଦେଶରେ ବ୍ୟାଙ୍କ ବନ୍ଦ ।
- ୨୩ ନଭେମ୍ବର: ସେଙ୍ଗ କୁଟ୍ ସ୍ନେମ୍ – ଶିଲଂ ।
- ୨୪ ନଭେମ୍ବର: ଗୁରୁ ନାନକ ଜୟନ୍ତୀ / କାର୍ତ୍ତିକ ପୂର୍ଣ୍ଣିମା – ଦିଲ୍ଲୀ, ମୁମ୍ବାଇ, କୋଲକାତା, କାନପୁର, ଭୋପାଳ ଆଦି ସହର।
- ୨୭ ନଭେମ୍ବର: କନକଦାସ ଜୟନ୍ତୀ – କେବଳ ବେଙ୍ଗାଲୁରୁ ।
- ୨୮ ନଭେମ୍ବର: ଚତୁର୍ଥ ଶନିବାର – ସାରା ଦେଶରେ ବ୍ୟାଙ୍କ ବନ୍ଦ।
- ୨୯ ନଭେମ୍ବର: ରବିବାର – ସାରା ଦେଶରେ ବ୍ୟାଙ୍କ ବନ୍ଦ ।
ବ୍ୟାଙ୍କ ବନ୍ଦ ଥିଲେ ମଧ୍ୟ ଚାଲୁ ରହିବ ଏହି ସବୁ ସେବା
ବ୍ୟାଙ୍କ ଶାଖା ବନ୍ଦ ଥିଲେ ମଧ୍ୟ ଗ୍ରାହକମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଡିଜିଟାଲ୍ ବ୍ୟାଙ୍କିଂ ଯୋଗୁଁ ଅନେକ ଜରୁରୀ କାମ ଘରେ ବସି କରିହେବ ।
- Google Pay, PhonePe ଏବଂ Paytm ମାଧ୍ୟମରେ ୨୪ ଘଣ୍ଟା ଟଙ୍କା ଟ୍ରାନ୍ସଫର୍ କରିହେବ ।
- ମୋବାଇଲ୍ ବ୍ୟାଙ୍କିଂ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା ଉପଲବ୍ଧ ରହିବ ।
- ATM ମାଧ୍ୟମରେ ଟଙ୍କା ଉଠାଇବାର ସୁବିଧା ମିଳିବ। କ୍ୟାଶ୍ ଡିପୋଜିଟ୍ ମେସିନ୍ ଥିଲେ ସେଥିରେ ମଧ୍ୟ ଟଙ୍କା ଜମା କରିହେବ ।
- ଅନଲାଇନ୍ ମାଧ୍ୟମରେ ଟଙ୍କା ପଠାଇବା ସୁବିଧା ଛୁଟି ଦିନରେ ମଧ୍ୟ ଜାରି ରହିବ ।
ତେଣୁ ନଭେମ୍ବର ମାସରେ ବ୍ୟାଙ୍କ ଶାଖାକୁ ଯିବା ପୂର୍ବରୁ ନିଜ ସହରର ଛୁଟି ତାଲିକା ନିଶ୍ଚିତ ଯାଞ୍ଚ କରନ୍ତୁ । ଏହାଦ୍ୱାରା ଆପଣଙ୍କର ଅଯଥା ସମୟ ନଷ୍ଟ ହେବ ନାହିଁ ଏବଂ ଡିଜିଟାଲ୍ ବ୍ୟାଙ୍କିଂର ସହାୟତାରେ ଅନେକ କାମ ଘରେ ବସି ହୋଇପାରିବ । ବ୍ୟାଙ୍କ ଛୁଟି ରାଜ୍ୟ ଓ ସହର ଅନୁସାରେ ଭିନ୍ନ ହୋଇପାରେ । ଯିବା ପୂର୍ବରୁ ନିଜ ବ୍ୟାଙ୍କର ଅଧିକାରିକ ଛୁଟି ତାଲିକା ଯାଞ୍ଚ କରନ୍ତୁ ।
📱 Get Argus News App
✨Related Topics
Explore more stories