Videos
|
Technology

Indian Railways / ଟ୍ରେନ୍ ଟିକେଟ୍‌ରେ ଥିବା ୧୦ ଅଙ୍କ ବିଶିଷ୍ଟ PNR ନମ୍ବରର ଅର୍ଥ କ’ଣ, ନମ୍ବରରୁ କ’ଣ ଜାଣିହୁଏ ?

Rashmita Mishra
Browse all articles by Rashmita Mishra
·28 mins ago·3 min read
ଟ୍ରେନ୍ ଟିକେଟ୍‌ରେ ଥିବା ୧୦ ଅଙ୍କ ବିଶିଷ୍ଟ PNR ନମ୍ବରର ଅର୍ଥ କ’ଣ, ନମ୍ବରରୁ କ’ଣ ଜାଣିହୁଏ ?
Indian Railways

Key Points

ଟ୍ରେନ୍ ଟିକେଟ୍‌ରେ ଥିବା ୧୦ ଅଙ୍କ ବିଶିଷ୍ଟ PNR ନମ୍ବରର ଅର୍ଥ କ’ଣ ?
ଏହି ନମ୍ବରରୁ ଯାତ୍ରୀଙ୍କ ବିଷୟରେ କ’ଣ ଜାଣିହୁଏ ?
ଟ୍ରେନ୍ ଟିକେଟ୍ ବୁକ୍ କରିବା ମାତ୍ରେ ଯେଉଁ ନମ୍ବର ଉପରେ ସର୍ବପ୍ରଥମେ ନଜର ପଡ଼େ, ତାହା ହେଉଛି PNR । ଟିକେଟ୍ କନଫର୍ମ ହୋଇଛି କି ନାହିଁ, RACରେ ଅଛି ନା ୱେଟିଂ ଲିଷ୍ଟରେ ରହିଛି, ଏସବୁ ତଥ୍ୟ ଏହି ନମ୍ବର ଜରିଆରେ ଜାଣିହୁଏ । କିନ୍ତୁ ଆପଣ ଜାଣନ୍ତି କି, ଏହି ୧୦ ଅଙ୍କ ବିଶିଷ୍ଟ PNR ନମ୍ବରର ପ୍ରକୃତ ଅର୍ଥ କ’ଣ ? ଏହାର ପ୍ରତ୍ୟେକ ଅଙ୍କରେ କ’ଣ ଲୁଚି ରହିଛି ?

PNRର ପୂରା ନାମ କ’ଣ ?
PNRର ପୂରା ନାମ ହେଉଛି Passenger Name Record । ଅର୍ଥାତ୍ ଯାତ୍ରୀଙ୍କ ନାମ ଓ ଯାତ୍ରା ସମ୍ପର୍କିତ ରେକର୍ଡ । ଭାରତୀୟ ରେଳବାଇରେ PNR ହେଉଛି ୧୦ ଅଙ୍କ ବିଶିଷ୍ଟ ଏକ ସ୍ୱତନ୍ତ୍ର ନମ୍ବର । ଏହା ଜରିଆରେ ରେଳବାଇର ଡାଟାବେସ୍‌ରେ ଯାତ୍ରୀ ଓ ଟିକେଟ୍ ବୁକିଂ ସମ୍ପର୍କିତ ସମସ୍ତ ତଥ୍ୟ ସଂରକ୍ଷିତ ରହିଥାଏ । ସାଧାରଣତଃ ଟ୍ରେନ୍ ଟିକେଟ୍‌ର ଉପର ବାମ ପାର୍ଶ୍ୱରେ PNR ନମ୍ବର ଛପା ହୋଇଥାଏ । ଗୋଟିଏ PNRରେ ସମ୍ପୂର୍ଣ୍ଣ ବୁକିଂର ରେକର୍ଡ ରହିଥାଏ । ଏଥିରେ ଯାତ୍ରୀଙ୍କ ନାମ, ଟ୍ରେନ୍ ନମ୍ବର, ଯାତ୍ରା ତାରିଖ, ସିଟ୍ ଓ ବର୍ଥର ସ୍ଥିତି ଭଳି ତଥ୍ୟ ରହିଥାଏ ।

୧୦ ଅଙ୍କର PNR ନମ୍ବରରେ କ’ଣ ରହିଛି ?
PNR ନମ୍ବରକୁ ନେଇ ଇଣ୍ଟରନେଟ୍‌ରେ ଅନେକ ପ୍ରକାରର ତଥ୍ୟ ଓ ଦ୍ୱନ୍ଦ୍ୱ ଦେଖିବାକୁ ମିଳେ । ତେବେ ସାଧାରଣତଃ ଏହି ୧୦ ଅଙ୍କକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥାଏ ।
-ପ୍ରଥମ ୩ଟି ଅଙ୍କ: ଏହା ଟିକେଟ୍ କେଉଁ PRSରୁ ଜାରି ହୋଇଛି, ସେ ସମ୍ପର୍କରେ ସୂଚନା ଦିଏ । ଏଥିରେ ପ୍ରଥମ ଅଙ୍କଟି ଟ୍ରେନ୍ ଆରମ୍ଭ ହେଉଥିବା ରେଳ ଜୋନ୍‌କୁ ସୂଚାଏ । ପରବର୍ତ୍ତୀ ଦୁଇଟି ଅଙ୍କ ଟିକେଟ୍ ଜାରି କରିଥିବା PRS ସମ୍ପର୍କିତ ସୂଚନା ଦିଏ ।
- ଶେଷ ୭ଟି ଅଙ୍କ: ଏହି ଅଙ୍କଗୁଡ଼ିକ ସାଧାରଣତଃ ରାଣ୍ଡମ୍ ଭାବରେ ସୃଷ୍ଟି କରାଯାଏ, ଯାହାଦ୍ୱାରା ପ୍ରତ୍ୟେକ PNR ନମ୍ବର ସ୍ୱତନ୍ତ୍ର ରହିପାରିବ ।
ଅର୍ଥାତ୍ PNRର ସମସ୍ତ ୧୦ଟି ଅଙ୍କରେ ଯାତ୍ରୀଙ୍କ ଯାତ୍ରା ତାରିଖ, ସିଟ୍ ନମ୍ବର କିମ୍ବା ଅନ୍ୟ ବ୍ୟକ୍ତିଗତ ତଥ୍ୟ ଲୁଚି ରହିନଥାଏ । ଏହି ସମସ୍ତ ସୂଚନା ରେଳବାଇର ଡାଟାବେସ୍‌ରେ ସଂରକ୍ଷିତ ରହିଥାଏ ।

PNR ନମ୍ବର କିଏ ପ୍ରସ୍ତୁତ କରେ ?
ଯାତ୍ରୀଙ୍କ ଯାତ୍ରା ଓ ଟିକେଟ୍ ବୁକିଂ ସମ୍ପର୍କିତ ତଥ୍ୟ Centre for Railway Information Systems (CRIS) ପରିଚାଳିତ ଡାଟାବେସ୍‌ରେ ରଖାଯାଏ । CRIS ହେଉଛି ଭାରତୀୟ ରେଳବାଇର IT ବିଭାଗ । ଏହି ବ୍ୟବସ୍ଥା ଜରିଆରେ ଟିକେଟ୍ ରିଜର୍ଭେସନ୍ ଓ ଯାତ୍ରୀଙ୍କ ରେକର୍ଡ ପରିଚାଳନା କରାଯାଏ । IRCTCର ୱେବସାଇଟ୍ କିମ୍ବା ଆପ୍‌ରେ ଆପଣ ଯେତେବେଳେ PNR ଷ୍ଟାଟସ୍ ଚେକ୍ କରନ୍ତି, ସେତେବେଳେ ଏହି ଡାଟାବେସ୍‌ରୁ ହିଁ ସୂଚନା ମିଳିଥାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PNR ନମ୍ବରର ଗୁରୁତ୍ୱ କ’ଣ ?
ରେଳଯାତ୍ରା ସମୟରେ PNR ନମ୍ବରର ଅନେକ ଗୁରୁତ୍ୱ ରହିଛି । ଯେପରିକି:
୧. ଟିକେଟ୍‌ର ସ୍ଥିତି ଜାଣିବା: ଟିକେଟ୍ କନଫର୍ମ ହୋଇଛି, RACରେ ଅଛି ନା ୱେଟିଂ ଲିଷ୍ଟରେ ରହିଛି, ତାହା ଜାଣିହୁଏ ।
୨. ଅଭିଯୋଗ ଦାଖଲ: ଯାତ୍ରା ସମୟରେ କୌଣସି ସମସ୍ୟା ହେଲେ PNR ନମ୍ବର ସହାୟତାରେ ରେଳବାଇ ନିକଟରେ ଅଭିଯୋଗ କରିହୁଏ ।
୩. ଟିକେଟ୍‌ର ପରିଚୟ: ଟିକେଟ୍ ଯାଞ୍ଚଠାରୁ ଆରମ୍ଭ କରି ରିଫଣ୍ଡ ପ୍ରକ୍ରିୟା ପର୍ଯ୍ୟନ୍ତ PNR ନମ୍ବର ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
୪. ଟ୍ରେନ୍ ଓ ସିଟ୍ ସମ୍ପର୍କିତ ତଥ୍ୟ:ଟ୍ରେନ୍ ନମ୍ବର, ଯାତ୍ରା ସମୟ ଏବଂ ସିଟ୍ କିମ୍ବା ବର୍ଥର ସ୍ଥିତି ଜାଣିବାରେ ଏହା ସହାୟକ ହୋଇଥାଏ ।

କିପରି ଚେକ୍ କରିବେ PNR ଷ୍ଟାଟସ୍ ?
PNR ଷ୍ଟାଟସ୍ ଜାଣିବା ପାଇଁ ତିନୋଟି ସହଜ ଉପାୟ ରହିଛି ।
- ୱେବସାଇଟ୍‌ରେ: IRCTC କିମ୍ବା ଭାରତୀୟ ରେଳବାଇର Passenger Enquiry ୱେବସାଇଟ୍‌କୁ ଯାଇ ୧୦ ଅଙ୍କ ବିଶିଷ୍ଟ PNR ନମ୍ବର ଦେଇ ଷ୍ଟାଟସ୍ ଜାଣିପାରିବେ ।
- ମୋବାଇଲ୍ ଆପ୍‌ରେ: IRCTC ଆପ୍‌ରେ PNR ନମ୍ବର ଦେଇ ଟିକେଟ୍‌ର ବର୍ତ୍ତମାନ ସ୍ଥିତି ଜାଣିହେବ ।
- SMS ଜରିଆରେ: ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ PNR ଷ୍ଟାଟସ୍ ଜାଣିହେବ । ଏଥିପାଇଁ ନିଜର ୧୦ ଅଙ୍କ ବିଶିଷ୍ଟ PNR ନମ୍ବରକୁ ବିନା ଖାଲି ସ୍ଥାନରେ 139 ନମ୍ବରକୁ SMS କରିବାକୁ ପଡ଼ିବ ।


କେତେ ଦିନ ପର୍ଯ୍ୟନ୍ତ ରହିଥାଏ PNR ରେକର୍ଡ ?
ରେଳବାଇର ସିଷ୍ଟମ୍‌ରେ PNR ରେକର୍ଡ ଅତିକମ୍‌ରେ ୯ ମାସ ପର୍ଯ୍ୟନ୍ତ ରହିଥାଏ । ଏହା ପରେ ସିଷ୍ଟମ୍‌ରୁ ଏହି ରେକର୍ଡ ସ୍ୱୟଂଚାଳିତ ଭାବେ ହଟିଯାଇପାରେ । ତେଣୁ ବହୁତ ପୁରୁଣା ଟିକେଟ୍‌ର PNR ଷ୍ଟାଟସ୍ ଚେକ୍ କଲେ ସମସ୍ତ ତଥ୍ୟ ମିଳିନପାରେ । ତେଣୁ, PNR କେବଳ ଏକ ୧୦ ଅଙ୍କ ବିଶିଷ୍ଟ ନମ୍ବର ନୁହେଁ, ବରଂ ଆପଣଙ୍କ ସମ୍ପୂର୍ଣ୍ଣ ରେଳଯାତ୍ରାର ରେକର୍ଡ ପାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ।