Videos
|
Technology

Indian Railways / ରେଳ କର୍ମଚାରୀଙ୍କ ଇ-ପାସ୍ ଚେକିଂ ଏବେ ଡିଜିଟାଲ୍, HHTରେ ହେବ ତୁରନ୍ତ ଯାଞ୍ଚ ଜାଣନ୍ତୁ କିପରି...

Rashmita Mishra
Browse all articles by Rashmita Mishra
·3 hours ago·2 min read
ରେଳ କର୍ମଚାରୀଙ୍କ ଇ-ପାସ୍ ଚେକିଂ ଏବେ ଡିଜିଟାଲ୍, HHTରେ ହେବ ତୁରନ୍ତ ଯାଞ୍ଚ ଜାଣନ୍ତୁ କିପରି...
Indian Railways

Key Points

ଟ୍ରେନ୍‌ ଟିକେଟରେ ବଦଳଲା ନିୟମ । 
ରେଳ କର୍ମଚାରୀଙ୍କ ଇ-ପାସ୍ ଚେକିଂ ଏବେ ଡିଜିଟାଲ୍ ।  
HHTରେ ହେବ ତୁରନ୍ତ ଯାଞ୍ଚ ଜାଣନ୍ତୁ କିପରି...

ଭାରତୀୟ ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଆସିଛି ଏକ ବଡ଼ ଟେକ୍ନୋଲୋଜିକାଲ୍ ଅପଡେଟ୍ । ରେଳ କର୍ମଚାରୀଙ୍କୁ ମିଳୁଥିବା ଇ-ପାସ୍‌ର ଯାଞ୍ଚ ଏଣିକି କାଗଜପତ୍ର ଦେଖି ମାନୁଆଲ୍ ଭାବେ ନୁହେଁ, ବରଂ ହ୍ୟାଣ୍ଡ ହେଲ୍ଡ ଟର୍ମିନାଲ୍ (HHT) ମାଧ୍ୟମରେ ଡିଜିଟାଲ୍ ଭାବେ କରାଯିବ ।

ରେଳ ବୋର୍ଡ ଏହି ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ସମସ୍ତ ଜୋନ୍‌କୁ ନିର୍ଦ୍ଦେଶ ଦେଇଛି । ଏହା ଦ୍ୱାରା ଟିକେଟ୍ ଚେକିଂ ଷ୍ଟାଫ୍‌ ବା TTE ମାନେ ଯାତ୍ରୀଙ୍କ ଇ-ପାସ୍‌କୁ HHT ଟାବ୍‌ରେ ସ୍କାନ୍ କରି ତୁରନ୍ତ ତଥ୍ୟ ଯାଞ୍ଚ କରିପାରିବେ ।

HRMS ସର୍ଭର ସହ ଯୋଡ଼ା ହେଲା HHT
ନୂଆ ବ୍ୟବସ୍ଥାରେ ରେଳର HHT ଆପ୍‌କୁ HRMS (Human Resource Management System)ସର୍ଭର ସହ ଯୋଡ଼ାଯାଇଛି । TTE ଇ-ପାସ୍‌ ସ୍କାନ୍ କରିବା ପରେ ଏହାର ତଥ୍ୟ HRMSରେ ଥିବା ରେକର୍ଡ ସହ ମେଳ କରାଯିବ । ଯଦି ଇ-ପାସ୍‌ରେ କୌଣସି ତ୍ରୁଟି ଥାଏ, ପାସ୍‌ର ଅବଧି ଶେଷ ହୋଇଥାଏ କିମ୍ବା ପାସ୍‌ଟି ଜାଲି ଥାଏ, ତେବେ ସିଷ୍ଟମ୍‌ ଏହାକୁ ଚିହ୍ନଟ କରି TTEଙ୍କୁ ସୂଚନା ଦେବ । ଫଳରେ ନକଲି କିମ୍ବା ଅବୈଧ ଇ-ପାସ୍‌ର ଦୁରୁପଯୋଗ ଉପରେ ରୋକ ଲଗାଇବାରେ ଏହି ବ୍ୟବସ୍ଥା ସହାୟକ ହେବ ।

ଏଥି ସହ ପଢନ୍ତୁ: ଦୂରନ୍ତ ଏକ୍ସପ୍ରେସର ଏସି କୋଚକୁ ପଥର ମାଡ଼, ଯାତ୍ରୀଙ୍କ ଖାଦ୍ୟରେ ପଡ଼ିଲା କାଚ ଖଣ୍ଡ

ଆରକ୍ଷଣ ଚାର୍ଟ ପରେ ଇ-ପାସ୍‌ ମଧ୍ୟ ପେପରଲେସ୍
ରେଳରେ ଟିକେଟ୍ ଯାଞ୍ଚ ପାଇଁ ପାରମ୍ପରିକ କାଗଜ ଆରକ୍ଷଣ ଚାର୍ଟ ବଦଳରେ HHT ବ୍ୟବହାର ହେଉଛି। ଏହା ମାଧ୍ୟମରେ ଖାଲି ସିଟ୍‌ର ତଥ୍ୟ ମଧ୍ୟ ଶୀଘ୍ର ଅପଡେଟ୍ କରାଯାଇପାରୁଛି । ଏବେ ସେହି ଡିଜିଟାଲ୍ ବ୍ୟବସ୍ଥାରେ ରେଳ କର୍ମଚାରୀଙ୍କ ଇ-ପାସ୍‌ ଯାଞ୍ଚକୁ ମଧ୍ୟ ସାମିଲ କରାଯାଉଛି । ଏହା ଦ୍ୱାରା ଯାଞ୍ଚ ପ୍ରକ୍ରିୟା ଶୀଘ୍ର ହେବା ସହ ତଥ୍ୟ ଯାଞ୍ଚରେ ଅଧିକ ସ୍ୱଚ୍ଛତା ଆସିବ ।

ସମସ୍ତ ଜୋନ୍‌କୁ ନିର୍ଦ୍ଦେଶ
ରେଳ ବୋର୍ଡ ଦେଶର ସମସ୍ତ ଜୋନ୍‌ର ପ୍ରଧାନ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ (PCCM)ଙ୍କୁ ଏହି ବ୍ୟବସ୍ଥା ଲାଗୁ କରିବା ଏବଂ ଟିକେଟ୍ ଚେକିଂ ଷ୍ଟାଫ୍‌ଙ୍କୁ ଆବଶ୍ୟକ ତାଲିମ ଦେବାକୁ ନିର୍ଦ୍ଦେଶ ଦେଇଛି । ନୂଆ ଡିଜିଟାଲ୍ ସିଷ୍ଟମ୍‌ରେ କୌଣସି ବୈଷୟିକ ସମସ୍ୟା ଦେଖାଦେଲେ TTEମାନେ CRIS (Centre for Railway Information Systems)କୁ ଫିଡ୍‌ବ୍ୟାକ୍ ପଠାଇପାରିବେ ।

ରେଳ କର୍ମଚାରୀଙ୍କ ପାଇଁ ବୈଧ ଇ-ପାସ୍‌ରେ ଯାତ୍ରା କରିବା ସମୟରେ ଏହି ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସହଜ ଓ ଦ୍ରୁତ କରିବା ଲକ୍ଷ୍ୟ ରଖିଛି । ଅନ୍ୟପଟେ, ନକଲି କିମ୍ବା ଅବୈଧ ପାସ୍‌ ବ୍ୟବହାର କରି ଯାତ୍ରା କରୁଥିବା ଲୋକଙ୍କୁ ଚିହ୍ନଟ କରିବା ମଧ୍ୟ ସହଜ ହେବ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: