|
logo
Live
Argus News App
GET APP

Argus News - ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam

Technology

AI Impact Summit / ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam

Sushanta Sahoo
Browse all articles by Sushanta Sahoo
·1 month ago·3 min read
ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam
Sarvam Edge vs ChatGPT vs Gemini

Key Points

Sarvam AI ଅନ୍-ଡିଭାଇସ୍ କାର୍ଯ୍ୟ କରୁଥିବାରୁ ଏହା ଗୋପନୀୟତା ଦୃଷ୍ଟିରୁ ସୁରକ୍ଷିତ ହୋଇପାରେ । ବ୍ୟବହାରକାରୀଙ୍କ ତଥ୍ୟ ଅନ୍ୟ ବାହାର ସର୍ଭରକୁ ଯିବ ନାହିଁ । ସବୁକିଛି ଫୋନ୍ ଅଥବା ଲାପଟପ୍‌ରେ ପ୍ରୋସେସ୍ ହେବ ।
ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟରେ ଏକାଧିକ AI ବିକାଶକାରୀ ସାମିଲ୍ ହୋଇଛନ୍ତି । ସେଥିମଧ୍ୟରୁ ସରଭମ ଏଆଇ (Sarvam AI) ନାଁକୁ ନେଇ ଏବେ ବେଶ ଚର୍ଚ୍ଚା । କାରଣ କମ୍ପାନୀର ନୂଆ ପ୍ଲାଟଫର୍ମ Sarvam Edge । ଯାହାକି ଇନ୍-ଡିଭାଇସ୍ AI ଭାବରେ କାମ କରିବ ।

ସରଳ ଭାଷାରେ କହିଲେ ଏହି AI ଆପଣଙ୍କ ମୋବାଇଲ୍ ଓ ଲାପଟପ୍‌ରେ ଇଣ୍ଟରନେଟ୍ ବିନା କାର୍ଯ୍ୟ କରିବ । ଅର୍ଥାତ୍ ଆପଣଙ୍କ ପ୍ରତିଟି ପ୍ରଶ୍ନ ଓ କମାଣ୍ଡକୁ ଡାଟା କ୍ଲାଉଡ୍‌କୁ ପଠାଇବାର ଆବଶ୍ୟକତା ନାହିଁ । ସମସ୍ତ ପ୍ରକ୍ରିୟା ଡିଭାଇସ୍ ଭିତରେ ହିଁ ହେବ ।

ତେବେ ଏହି କୌଶଳ ନୂଆ ନୁହେଁ, ଭାରତ ଭଳି ଦେଶରେ ଏହା ବାସ୍ତବରେ ପରିଣତ ହୋଇପାରେ । ଯେଉଁଠି ସମସ୍ତ ସ୍ଥାନରେ ଦ୍ରୁତ ଓ ସ୍ଥିର ଇଣ୍ଟରନେଟ୍ ଉପଲବ୍ଧ ନାହିଁ । ଏଭଳି ସ୍ଥାନରେ ଅଫଲାଇନ୍ ଏବଂ ଧିର ଇଣ୍ଟରନେଟ୍‌ରେ ଚାଲୁଥିବା AI ଅଧିକ କାମରେ ଆସିପାରେ ।

ଏଥିସହ ପଢ଼ନ୍ତୁ: ଆଜିଠାରୁ ଦୁନିଆର ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଏଆଇ ଇମ୍ପାକ୍ଟ ସମ୍ମିଳନୀ

Sarvam Edgeର ଫୋକସ୍ ଦୈନନ୍ଦିନ ମୌଳିକ କାମ ଉପରେ ରହିଛି । ଯେମିତି ସ୍ଵରକୁ ଶବ୍ଦରେ ଲେଖିବା । ଲେଖାକୁ ଅନ୍ୟ ଭାଷାରେ ଅନୁବାଦ କରିବା ଅଟେ । ଏହି କମ୍ପାନୀ ଏକାଧିକ ଭାରତୀୟ ଭାଷା ଉପରେ କାମ କରୁଛି । ତେଣୁ ଏହା ହିନ୍ଦୀ ସହ ଅନ୍ୟ ଭାରତୀୟ ଭାଷାରେ କାମ କରୁଥିବା ବ୍ୟବହାରକାରୀଙ୍କ ପାଇଁ ଲାଭଦାୟକ ହୋଇପାରେ ।

ସେହିଭଳି Sarvam AI ଅନ୍-ଡିଭାଇସ୍ କାର୍ଯ୍ୟ କରୁଥିବାରୁ ଏହା ଗୋପନୀୟତା ଦୃଷ୍ଟିରୁ ସୁରକ୍ଷିତ ହୋଇପାରେ । ବ୍ୟବହାରକାରୀଙ୍କ ତଥ୍ୟ ଅନ୍ୟ ବାହାର ସର୍ଭରକୁ ଯିବ ନାହିଁ । ସବୁକିଛି ଫୋନ୍ ଅଥବା ଲାପଟପ୍‌ରେ ପ୍ରୋସେସ୍ ହେବ । ସେହିଭଳି ପୁରୁଣା ଅଥବା ଧିର କାର୍ଯ୍ୟକ୍ଷମ ହାର୍ଡୱେର ଥିଲେ ତାର ପ୍ରଦର୍ଶନ ସହ ବ୍ୟାଟେରି ପ୍ରଭାବିତ ହୋଇପାରେ ।

ChatGPT ସହ ତୁଳନା

ChatGPT କ୍ଲାଉଡ୍‌ରେ ଚାଲୁଥିବା ବିଶାଳ AI ମଡେଲ୍ । ଯାହାକି ଇଣ୍ଟରନେଟ୍ ମାଧ୍ୟମରେ କାମ କରେ । ଏହାର ଶକ୍ତି ହେଉଛି, ଏହା ଜଟିଳ ଓ କଠିନ ପ୍ରଶ୍ନର ସାମ୍ନା କରେ । ଦୀର୍ଘ ସମୟ ଆଲୋଚନା କରିପାରେ ଏବଂ ଏକାଧିକ ବିଷୟରେ ଗଭୀର ଉତ୍ତର ଦେଇପାରେ ।

ସେହିଭଳି Sarvam Edgeର କଥା ଅଲଗା । ଯାହାକି ଛୋଟ ଓ ହାଲୁକା ମଡେଲ୍ ଅଟେ । ଏହାର ଉଦ୍ଦେଶ୍ୟ ଅନ୍ୟ ଭଳି ସାଧାରଣ AI ହେବା ନୁହେଁ । ବରଂ କିଛି ବିଶେଷ ଟାସ୍କକୁ ସ୍ଥାନୀୟ ସ୍ତରରେ ସହଜ କରିବା । ଯେଉଁଠି ଇଣ୍ଟରନେଟ୍ ନଥିବ ଅଥବା ଧିର ଥିବ, ସେହି ସ୍ଥାନରେ ଏହା ଅଧିକ ଫଳପ୍ରଦ ହେବ ।

ଏଥିସହ ପଢ଼ନ୍ତୁ: ଏଲନ ମସ୍କଙ୍କ ବଡ଼ ପ୍ଲାନ; ଜହ୍ନରେ ବସାଇବେ ଫ୍ୟାକ୍ଟ୍ରି

Geminiଠୁ କେତେ ଭଲ ?

ଗୁଗଲ୍‌ର Gemini ମଧ୍ୟ କ୍ଲାଉଡ୍ ପରିଚାଳିତ AI ବ୍ୟବସ୍ଥା ଅଟେ । ଯାହାକି ବଡ଼ ଡାଟା ସେଣ୍ଟର ଦ୍ଵାରା ଚାଲେ । Geminiର ଫୋକସ୍ ମଲ୍ଟିମଡେଲ୍ AI ଉପରେ ରହିଛି । ଯାହା ଲେଖା, ଫଟୋ ଆଦିକୁ ଏକ ସମୟରେ ବୁଝିପାରେ । ଅତ୍ୟଧିକ ବ୍ୟବହାରକାରୀ ଓ କମ୍ପାନୀଗୁଡ଼ିକ ଲାଗି ଏହାର ଡିଜାଇନ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ: NASAର ବଡ଼ ନିଷ୍ପତ୍ତି; ଏଣିକି ମହାକାଶକୁ ନିଜ ଫୋନ ନେବେ ମହାକାଶଚାରୀ

ଏଠି Sarvam Edge ମଧ୍ୟ ଅଲଗା । ଏହାର ପରିସର ଛୋଟ ହୋଇଥିବା ବେଳେ ଏହାର ଉଦ୍ଦେଶ୍ୟ ତଳସ୍ତରର ବ୍ୟବହାରକାରୀଙ୍କ ପାଖରେ ପହଞ୍ଚିବା । ବିଶେଷକରି ଯେଉଁମାନେ ସ୍ଥାନୀୟ ଭାଷାରେ କାମ କରୁଛନ୍ତି । ଯେଉଁମାନଙ୍କ ପାଖରେ ସବୁ ସମୟରେ ଦ୍ରୁତ ଇଣ୍ଟରନେଟ ଉପଲବ୍ଧ ନାହିଁ ।

ଭାରତ ପାଇଁ କେତେ ଲାଭଦାୟୀ Sarvam ?

ଭାରତ ସରକାର ଇଣ୍ଡିଆ ଏଆଇ ମିଶନ ଜରିଆରେ ସ୍ଥାନୀୟ AIକୁ ପ୍ରୋତ୍ସାହନ ଦେଉଛନ୍ତି । Sarvam AI ଭଳି ଷ୍ଟାର୍ଟଅପ୍ ଏହାର ଅଂଶ । ଯାହାକି ଭାରତର ବିଭିନ୍ନ ଭାଷାଭାଷୀ ବ୍ୟବହାରକାରୀଙ୍କ ପାଇଁ ନିର୍ମିତ ହୋଇଛି ।

ତେବେ ବର୍ତ୍ତମାନ Sarvam Edgeକୁ ଭାରତର ChatGPT କହିବା ଠିକ୍ ହେବ ନାହିଁ । କାରଣ Sarvam AI ଏବେ ପ୍ରାରମ୍ଭିକ ସ୍ତରରେ ରହିଛି । ଲୋକେ ଏହାକୁ ନିଜର ଫୋନ୍ ଓ ଲାପଟପ୍‌ରେ ବ୍ୟବହାର କରିବା ପରେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବ । ସେତେବେଳେ ଜଣାପଡ଼ିବ ଏହା କେତେ ସ୍ଥିର ଓ ଲାଭଦାୟକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI Impact Summit: ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam | Argus News