Videos
|
Technology

20 ବର୍ଷ ବିତିଗଲାଣି, ଏବେ ବି କାମ କରିବାରେ ମଜା ଆସୁଛି

Smruti Parija
Browse all articles by Smruti Parija
·2 years ago·1 min read
20 ବର୍ଷ ବିତିଗଲାଣି, ଏବେ ବି କାମ କରିବାରେ ମଜା ଆସୁଛି

ଅର୍ଗସ ବ୍ୟୁରୋ: ଆମ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଗୁଗୁଲ୍ । ଚୁଟିକିରେ ସବୁ ସମସ୍ୟାର ସମାଧାନ କରୁଛି ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ । ଯେତେବେଳେ ମନରେ କିଛି ବି ସଙ୍କା ରହୁଛି ସଙ୍ଗେ ସଙ୍ଗେ ଉତ୍ତ୍ର ଦେଉଛି  ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ।  

1998 ସେପ୍ଟେମ୍ବର 4 ରେ ଏହି ସର୍ଚ୍ଚ ଇଞ୍ଜିନ୍ ର ପ୍ରତିଷ୍ଠା ହୋଇଥିଲା । ଯେଉଁଥିରେ ଜଣେ ଭାରତୀୟଙ୍କ କାର୍ଯ୍ୟକାଳକୁ 20 ବର୍ଷ ପୁରୁଛି । ହଁ ଆମେ ଗୁଗୁଲ୍ ର ସିଇଓ ପଦରେ କାର୍ଯ୍ୟରତ ସୁନ୍ଦର ପିଚାଇଙ୍କ କଥା କହୁଛୁ । ଗୁଗୁଲ କମ୍ପାନୀରେ ଦୁଇ ଦଶନ୍ଧି ପୂରଣ କରିଛନ୍ତି । 

2004 ରେ ସୁନ୍ଦର ପିଚାଇ ଜଣେ ପ୍ରଡକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ନିଷ୍ଠା ବଳରେ ଗୁଗୁଲ୍ ର ସିଇଓ ହୋଇଥିଲେ । ଏବେ ସେ ଆଲଫାବେଟ୍ ର ନିର୍ଦ୍ଦେଶକ ବୋର୍ଡରେ ମଧ୍ୟ କାର୍ଯ୍ୟରତ । 

ତେବେ 20 ବର୍ଷ ପୂରଣରେ ପିଚାଇ କହିଛନ୍ତି 2004 ରୁ 2024 ବହୁତ କିଛି ପରିବର୍ତ୍ତନ ହୋଇଛି । ହେଲେ ପରିବର୍ତ୍ତନ ହେଇନି ତ ଗୋଟିଏ କଥା କମା କରି ମୁଁ ପାଉଥିବା ରୋମାଞ୍ଚ । ସେଥିପାଇଁ କୁହନ୍ତି କାମ କୁ ଭଲ ପାଓ । ଜୀବନରେ ବହୁତ ଆଗକୁ ଯିବ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: