Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Travel & Tourism

ବାଦୁଡ଼ିକୁ ଏଠାରେ ପୂଜା କରାଯାଏ...

Sudeshna Mishra
Browse all articles by Sudeshna Mishra
·1 year ago·2 min read
ବାଦୁଡ଼ିକୁ ଏଠାରେ ପୂଜା କରାଯାଏ...

Key Points

ବିହାର ରାଜ୍ୟର ମୁଜାଫରପୂର୍ ଜିଲ୍ଲାର ଛପରା ଗାଁ


ପ୍ରାୟ ସମସ୍ତେ ବାଦୁଡ଼ିକୁ ଅଶୁଭ ବୋଲି ମାନି ଥାଆନ୍ତି


କିନ୍ତୁ ଏହି ଗାଁର ଲୋକମାନେ ବାଦୁଡିକୁ ପୂଜା କରିଥାନ୍ତି


ଗ୍ରାମବାସୀମାନଙ୍କ ବିଶ୍ୱାସ ବାଦୁଡି ମାନେ ହେଉଛନ୍ତି ଜନ ଧନ ବୃଦ୍ଧି ଓ ଭଲ ସ୍ୱାସ୍ଥ୍ୟର ପ୍ରତୀକ 

ବିଶ୍ୱାସ କରି ନହେଲେ ବି ଏ କଥାଟି କିନ୍ତୁ ସତ। ଚାଲନ୍ତୁ ବୁଲି ଯିବା ବିହାର ରାଜ୍ୟର ଏକ ପ୍ରତିଷ୍ଠିତ ଗାଁକୁ । ମୁଜାଫରପୂର୍ ଜିଲ୍ଲାର ଛପରା ଗାଁ।

ପ୍ରାୟ ସମସ୍ତେ ବାଦୁଡ଼ିକୁ ଅଶୁଭ ବୋଲି ମାନି ଥାଆନ୍ତି କିନ୍ତୁ ଏହି ଗାଁର ଲୋକମାନେ ବାଦୁଡିକୁ ପୂଜା କରିଥାନ୍ତି । ଗ୍ରାମବାସୀମାନଙ୍କ ବିଶ୍ୱାସ ବାଦୁଡି ମାନେ ହେଉଛନ୍ତି ଜନ ଧନ ବୃଦ୍ଧି ଓ ଭଲ ସ୍ୱାସ୍ଥ୍ୟର ପ୍ରତୀକ ।


ସେମାନଙ୍କ ଅନୁସାରେ ଏହି ଗାଁ ଟି ପ୍ରାୟ ୬୦୦ ବର୍ଷ ତଳେ ମେଘ ରାୟ ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ସ୍ଥାପନ କରାଯାଇଥିଲା । ସେଠାରେ ବସବାସ କରିବାପରେ ତାଙ୍କର ପରିବାରର ଉନ୍ନତି ହୋଇଥିଲା । ସେ ଚାରୋଟି ପୁତ୍ର ସନ୍ତାନ ଲାଭ କରିବା ସହିତ ଧନ ଧାନ୍ୟ ରେ ତାଙ୍କ ଘରଟି ପୁରି ଉଠି ଥିଲା । କୌଣସି ପ୍ରକାର ରୋଗ ତାଙ୍କୁ ଛୁଇଁ ପାରିନଥିଲା । ସେବେଠାରୁ ଗାଁ ର ଗୋଟିଏ ବଡ଼ ଗଛରେ ବାଦୁଡ଼ିମାନେ ରହିବାକୁ ଲାଗିଲେ ।ଗ୍ରାମବାସୀମାନେ ବଡ଼ ଖୁସିରେ ସମୟ ଅତିବାହିତ କରୁଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ ପ୍ରାୟ ୨୫୦ ବର୍ଷ ପୂର୍ବେ ଜଣେ ବାଦୁଡ଼ିମାନଙ୍କୁ ଅନ୍ୟ ଏକ ଗାଁକୁ ଘଉଡାଇ ନେଇଗଲେ । ବାଦୁଡିମାନେ ଛପର। ଗାଁ ଛାଡ଼ିବା ପରେ ସେ ଗାଁକୁ ବିଭିନ୍ନ ପ୍ରକାରର ବିପତ୍ତି ମାଡ଼ି ଆସିଲା । ଗ୍ରାମବାସୀ ଏକ ପଣ୍ଡିତ ପାଖକୁ ଗଲେ ଏବଂ ତାଙ୍କ କହିବା ଅନୁସାରେ ପୂଜାପାଠର ବ୍ୟବସ୍ଥା କରାଗଲା । ସମସ୍ତେ ବାଦୁଡିମାନଙ୍କୁ ପ୍ରାର୍ଥନା କଲେ ସେମାନଙ୍କ ଗାଁକୁ ଫେରିଯିବା ପାଇଁ ।ଆଶ୍ଚର୍ଯ୍ୟର କଥା ବାଡୁଡ଼ିମାନେ ମଧ୍ୟ ଛପର। ଗାଁକୁ ଫେରିଗଲେ । ସେଇ ଗଛରେ ସେମାନଙ୍କ ସଂଖ୍ୟା ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ଵ । ତାପରେ ଧୀରେ ଧୀରେ ଗ୍ରାମବାସୀମାନଙ୍କ ଅବସ୍ଥା ସୁଧୁରିବାରେ ଲାଗିଲା ଓ ସମସ୍ତେ ହସଖୁସିରେ ସମୟ ବିତାଇବାକୁ ଲାଗିଲେ ।


ଗ୍ରାମବାସୀମାନେ ବାଡୁଡ଼ି ମାନଙ୍କୁ ଦେବତାଙ୍କ ମାନ୍ୟତା ଦେଇଛନ୍ତି ଓ ସେମାନଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରୁଛନ୍ତି । ବାଦୁଡିମାନଙ୍କ ସୁରକ୍ଷା ପାଇଁ ଏକ ଗ୍ରାମ୍ୟ କମିଟି ଗଠନ କରାଯାଇଛି ।ଯିଏ ବି ବାଡୁଡ଼ିମାନଙ୍କୁ ହଇରାଣ କରିବ ବିହିତ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି ।ଆର୍ଥିକ ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି । ଏହାକୁ ଦେଖିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।


Sponsored
Bihar-Chapra-village-bat-are-worshipped | Argus News