ଚାଲନ୍ତୁ ବୁଲିଯିବା ମିରିଗିସିଙ୍ଗା

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲର ଦାମପୁର ଗ୍ରାମରେ ରହିଛି ମିରିଗିସିଙ୍ଗା ପିକନିକ ସ୍ପଟ। ବୈତରଣୀ ନଦୀକୂଳରେ ଥିବା ଏହି ସ୍ଥାନଟି ଏବେ ଧୀରେ ଧୀରେ ଲୋକଲୋଚନକୁ ଆସିବାରେ ଲାଗିଛି। ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଦର୍ଶକଙ୍କୁ ଆତ୍ମବିଭୋର କରିଥାଏ। ନିକଟରେ ରହିଛି ବାବା ଝାଡେଶ୍ବର ଶୈବପୀଠ। ନଦୀକୂଳରେ ପଡ଼ିଥିବା ବିଶାଳ ଆକାରର ପ୍ରସ୍ତରଖଣ୍ଡ ବନଭୋଜି ପାଇଁ ବେଶ ଆକର୍ଷଣୀୟ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଯୋଡ଼ା ବ୍ଲକ, ବଡ଼ବିଲ ଓ ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ତଥା ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ପିକନିକ ନିମନ୍ତେ ଏଠାକୁ ପର୍ଯ୍ୟଟକ ମାନେ ଆସିଥାନ୍ତି।
କେନ୍ଦୁଝର ଜିଲ୍ଲା ସଦର ମହକୁମା ଠାରୁ ଯୋଡ଼ା ଯିବାବେଳେ ପ୍ରାୟ ୫୫ କିଲୋମିଟର ଦୂରରେ ଏହି ମନୋରମ ସ୍ଥାନଟି ରହିଛି। କେମିତି ଯିବେ: ଯୋଡ଼ା ବସଷ୍ଟାଣ୍ଡ ଠାରୁ ପ୍ରାୟ ୭ କିଲୋମିଟର ଓ ବଡ଼ବିଲଠାରୁ ୧୯ କିଲୋମିଟର କେନ୍ଦୁଝର ଆଡ଼କୁ ଗଲାବେଳେ ପଡ଼େ ଜଣ୍ଡରା ଗ୍ରାମ। ସେଠାରୁ ଦାମପୁର ଗ୍ରାମ ଭିତର ଦେଇ ପ୍ରାୟ ୫ କିଲୋମିଟର ଦୂରକୁ ଗଲେ ପଡ଼େ ମିରିଗିସିଙ୍ଗା କେନ୍ଦୁଝରର ବସ କିମ୍ବା ଟାକ୍ସି ଯୋଗେ ଯୋଡ଼ାରୁ ଏଠାରେ ପହଞ୍ଚି ହେବ।