ଚାଲ ବୁଲିଯିବା ତାଳଚେର ସହର

ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଢେଙ୍କାନାଳ ଜିଲ୍ଲାରେ ପର୍ଜଙ୍ଗ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ବହୁ ପର୍ଯ୍ୟଟନସ୍ଥଳ ସହ ପ୍ରାଚୀନ କଳାକୃତି ରହିଛି। ସରାଙ୍ଗସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ୫୫ଫୁଟର ଅନନ୍ତଶୟନ ମୂର୍ତ୍ତି ସେଥିରୁ ଅନ୍ୟତମ। ଭଗବାନ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରି ଥିବାବେଳେ ପାଦ ତଳେ ଅଛନ୍ତି ମା' ଲକ୍ଷ୍ମୀ। ମସ୍ତିଷ୍କରେ ରହିଛି ଅନନ୍ତଶେଷ ନାଗ। ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଉଛି। ଶୟନରତ ଠାକୁରଙ୍କ ଏହି ବିରାଟ ପ୍ରତିମୂର୍ତ୍ତି ଦେଖିବାକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ବିଶେଷ କରି ପର୍ଯ୍ୟଟନ ଋତୁରେ ଏମାନଙ୍କ ସଂଖ୍ୟା ବେଶ ଅଧିକ ହୋଇଥାଏ।
କେମିତ ଯିବେ: ଭୁବନେଶ୍ବରରୁ ଢେଙ୍କାନାଳ-କାମାକ୍ଷାନଗର ଦେଇ ଗଲେ ପଡ଼ିବ ପର୍ଜଙ୍ଗ। ସେଠାରୁ ୧୦ କିଲୋମିଟର ଗଲେ ପଡ଼ିବ ସରାଙ୍ଗ ତନଖି ଫାଟକ। ସେଠାରୁ ଡାହାଣକୁ ଗଲେ ପଡ଼େ ଏହି ସ୍ଥାନ। ସେହିପରି ଅନୁଗୋଳରୁ ବଅଁରପାଳ ଦେଇ ଗଲେ ପଡ଼ିବ ବହ୍ଲର ଛକ। ସେଠାରୁ ୩ କିଲୋମିଟର ସରାଙ୍ଗ ଆଡ଼କୁ ଗଲେ ପଡ଼ିବ ତନଖି ଫାଟକ। ଫାଟକର ବାମକୁ ୧ କିଲୋମିଟର ଗଲେ ପଡ଼ିବ ଏହି ସ୍ଥାନ। ଟ୍ରେନରେ ରେ ଯିବାକୁ ହେଲେ ତାଳଚେର ଷ୍ଟେଶନ କିମ୍ବା ତାଳଚେର ରୋଡ ଷ୍ଟେଶନରେ ଓହ୍ଲାଇ ଅଟୋରେ ଯିବାକୁ ପଡ଼ିବ। ରାତ୍ରିଯାପନ ପାଇଁ ତାଳଚେର ସହରରେ ବିଭିନ୍ନ ଲଜ୍ର ସୁବିଧା ରହିଛି।
📱 Get Argus News App
✨ତାଳଚେର ରାଜପ୍ରାସାଦ: ଅନୁଗୋଳ ଜିଲ୍ଲାର ତାଳଚେର ସହରରେ ଥିବା ତାଳଚେର ରାଜପ୍ରାସାଦ ପର୍ଯ୍ୟଟକମାନେ ବୁଲିବା ପାଇଁ ଆଉ ଏକ ଆକର୍ଷଣ। ଏହା ପୂର୍ବରୁ ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବଙ୍କର ନିବାସ ଥିଲା। ଏହାର ପ୍ରଧାନ ଆକର୍ଷଣଗୁଡିକ ହେଲେ ତାଳଚେର ପ୍ରବେଶ ପଥରେ ଏକ ମୁଖ୍ୟ ଗେଟ ରହିଛି। ଏହି ଗେଟରେ ଦୁଇଟି ସିଂହ ଏବଂ ଏକ ବଡ଼ ବୃତ୍ତ ଚକ୍ର ରହିଛି। ତାଳଚେର ସହରର ଏକ ଉଚ୍ଚ ଅଂଶରୁ ବ୍ରାହ୍ମିଣୀ ନଦୀର ସୁନ୍ଦର ଦୃଶ୍ୟ ଦେଖାଯାଏ।
ସାତେକୋଶିଆ ଅଭୟାରଣ୍ୟ: ଅନୁଗୋଳ ଜିଲ୍ଲାର ଆଉ ଏକ ମୁଖ୍ୟ ଆକର୍ଷଣ ହେଉଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ। ଏହି ଅଭୟାରଣ୍ୟରେ ବାଘ, ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଅଛନ୍ତି। ଏହି ଅଭୟାରଣ୍ୟରେ ପର୍ଯ୍ୟଟକ ମାନେ ରହିବାର ବ୍ୟବସ୍ଥା ମଧ୍ୟ ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଇକୋ ଟୁରିଜିମ ପକ୍ଷରୁ ବହୁ କଟେଜ କରାଯାଇଛି।