ଭାରତରେ ଏମିତି ଏୟାରପୋର୍ଟ ରହିଛି ଯାହା ଆପଣଙ୍କ ଯାତ୍ରାକୁ ସ୍ମରଣୀୟ କରିବ

ଅର୍ଗସ ବ୍ୟୁରୋ: ଏମିତି କୁହାଯାଏ କି ଆମେ ଯଦି କେଉଁଠିକୁ ବୁଲିବାକୁ ଯାଉଛେ ତାହାମଧ୍ୟରେ ସବୁଠୁ ସୁନ୍ଦର ଏବଂ ସ୍ମରଣୀୟ ତାର ଯାତ୍ରା ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଜାଗା ବିଷୟରେ କହିବୁ ଯେଉଁ ସ୍ଥାନ ବହୁତ ସୁନ୍ଦର ଏହାସହ ଯିବାବେଳେ ଆପଣ ଯାତ୍ରାକୁ ବି ଉପଭୋଗ କରିପାରିବେ। ଆପଣ ଯଦି ଏହି ସ୍ଥାନମାନଙ୍କୁ ଫ୍ଲାଇଟରେ ଯାଉଛନ୍ତି ତେବେ ଆମେ ଭାରତରେ ଥିବା କିଛି ସୁନ୍ଦର ଏୟାରପୋର୍ଟ ବିଷୟରେ କହିବାକୁ ଯାଉଛୁ। ଏହି ଏୟାରପୋର୍ଟ ଗୁଡ଼ିକ ଖୁବ ସୁନ୍ଦର ଥରେ ଗଲେ ଆପଣଙ୍କୁ ଆଉ ଆସିବାକୁ ମନ ବଳାଇବେ ନାହିଁ। ଚାଲନ୍ତୁ ଜାଣିବା ଏହି ସୁନ୍ଦର ବିମାନବନ୍ଦର ଗୁଡ଼ିକ ବିଷୟରେ।
ଲେଙ୍ଗପୁଇ ବିମାନବନ୍ଦର: ଲେଙ୍ଗପୁଇ ବିମାନବନ୍ଦର ମିଜୋରାମରେ ଅବସ୍ଥିତ। ଏହି ବିମାନବନ୍ଦରର ଭ୍ୟୁ ଖୁବ ସୁନ୍ଦର। ଏହି ବିମାନବନ୍ଦର ନିକଟରେ ବଡ଼ ବଡ଼ ପାହାଡ ସହ ଚାରିଆଡର ପ୍ରାକୃତିକ ଦୃଶ୍ୟ ଖୁବ ମନଲୋଭା।
ଗଗଲ ବିମାନବନ୍ଦର: ହିମାଳୟ ପର୍ବତମାଳାର କୋଳରେ ରହିଛି ଗଗଲ ବିମାନବନ୍ଦର। ଏହା ଭାରତର ସବୁଠୁ ସୁନ୍ଦର ବିମାନବନ୍ଦର କହିଲେ ଭୁଲ ହେବନି। ଏହି ବିମାନବନ୍ଦର ୨୫୨୫ ଫୁଟର ଉଚ୍ଚରେ ଅବସ୍ଥିତ। ଯାହା ଧର୍ମଶାଳା ଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏହି ବିମାନବନ୍ଦରର ଭ୍ୟୁ ଦେଖିଲେ ଆପଣ ଅନ୍ୟ ଜାଗାକୁ ବି ଭୁଲିଯିବେ।
ବୀର ସଭରକର ଅନ୍ତର୍ଜାତୀୟ ଏୟାରପୋର୍ଟ, ପୋର୍ଟବ୍ଲେୟର: ଏହି ଏୟାରପୋର୍ଟ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ମୁଖ୍ୟ ଏୟାରପୋର୍ଟ ଅଟେ।
କୁଶୋକ ବକୁଳା ରିଙ୍ଗପୋଚ, ଲଦାଖ ଏୟାରପୋର୍ଟ: ଏହି ବିମାନବନ୍ଦର ସବୁଠାରୁ ଉଚ୍ଚରେ ରହିଛି। ପ୍ରାୟତଃ ୩୨୫୬ ମିଟର ଉଚ୍ଚତାରେ ଏହାର ଅବସ୍ଥିତି ରହିଛି। ଏହି ବିମାନବନ୍ଦରର ଆଖପାଖ ଏତେ ସୁନ୍ଦର ଯେ ଆପଣ ବି ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ। ଏହି ବିମାନବନ୍ଦରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସନ୍ତି। ସେମିତି ବି ଲଦାଖ ଯିବା ସମସ୍ତଙ୍କ ସ୍ବପ୍ନ ରହିଥାଏ କାରଣ ଏହାର ସୌନ୍ଦର୍ଯ୍ୟ ସତରେ ଶବ୍ଦରେ ବର୍ଣ୍ଣନା କରିହେବନି।
ଡାବୋଲିମ ଏୟାରପୋର୍ଟ, ଗୋଆ: ଏହି ବିମାନବନ୍ଦର ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦର ନାଁରେ ପରିଚିତ। ଏହି ଏୟାରପୋର୍ଟ ଡାବୋଲିଗ ଗାଁରେ ରହିଛି। ଏହି ବିମାନବନ୍ଦରର ଆଉ ଏକ ଖାସ କଥା ହେଉଛି ଏହି ବିମାନବନ୍ଦର ନିକଟରେ ସମୁଦ୍ର ରହିଛି। ଲୋକେଶନ କାରଣରୁ ଏହା ଭାରତର ସବୁଠୁ ସୁନ୍ଦର ବିମାନବନ୍ଦର ବୋଲି କୁହାଯାଏ।
ଅଗାତି ଏୟାରପୋର୍ଟ: ଏହି ଏୟାରପୋର୍ଟ ସମୁଦ୍ର ମଝିରେ ଅବସ୍ଥିତ। ଚାରିଆଡେ ସମୁଦ୍ରର ନୀଳରାଶି ଆଉ ମଝିରେ ଏକ ସୁନ୍ଦର ବିମାନବନ୍ଦର ଯାହା ପର୍ଯ୍ୟଟକଙ୍କୁ ବାରମ୍ବାର ଆକୃଷ୍ଟ କରେ ଯିବାକୁ। ଯେବେବି କୌଣସି ଫ୍ଲାଇଟ ଏଠାକୁ ଲ୍ୟାଣ୍ଡ କରେ ଲାଗେ ସତେ ଯେମିତି ସମୁଦ୍ର ପାଣିକୁ ବିମାନ ଅବତରଣ କରୁଛି। ଆପଣ ଥରେ ଏହି ଏୟାରପୋର୍ଟ ଗଲେ ନିଶ୍ଚିତ ଏହି ଜାଗାର ଦିଓ୍ବାନା ହୋଇଯିବେ।