Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Travel & Tourism

ଆଜି ଆସନ୍ତୁ ବୁଲିଯିବା ସୁଦୂର ଦକ୍ଷିଣ ଓଡ଼ିଶା

Ritu Das
Browse all articles by Ritu Das
·1 year ago·2 min read
ଆଜି ଆସନ୍ତୁ ବୁଲିଯିବା ସୁଦୂର ଦକ୍ଷିଣ ଓଡ଼ିଶା

ବଣ୍ଡା ଜନଜାତିର ଲୋକମାନଙ୍କ ସଂସ୍କୃତି, ପରମ୍ପରା ଜାଣିବା ପାଇଁ ବଣ୍ଡାଘାଟି ହେଉଛି ଏକ ନିଆରା ପର୍ଯ୍ୟଟନସ୍ଥଳୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ନିକଟରେ ଏହା ଅବସ୍ଥିତ। ବଣ୍ଡାମାନଙ୍କ ବେଶଭୂଷା, ପର୍ବପର୍ବାଣୀ, ପ୍ରକୃତି କୋଳରେ ବଞ୍ଚିବାର ଭିନ୍ନ ଜୀବନଶୈଳୀ ବିଷୟରେ ଜାଣିବାକୁ ବର୍ଷତମାମ ପର୍ଯ୍ୟଟକ ତଥା ବିଶେଷଜ୍ଞମାନଙ୍କ ଭିଡ଼ ଜମିଥାଏ। ବଣ୍ଡା ଜନଜାତିର ରମଣୀମାନେ ପରିଧାନ କରୁଥିବା ବଳା, ଖଡ଼ି, ମାଳି, ଅଣ୍ଟାମାଳି ଏବଂ ମାଳି ଗଛର ବକଳରୁ ତିଆରି ବସ୍ତ୍ର ଏବଂ ପୁରୁଷମାନେ ଧାରଣ କରିଥିବା କଇଥିନ ଅନ୍ୟତ୍ର ବିରଳ। ବଣ୍ଡା ଘାଟିର ପାହାଡ଼ ଶୀର୍ଷରେ ପୂଜା ପାଉଛନ୍ତି ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଡାଲଖାଇ ଠାକୁରାଣୀ। ବଣ୍ଡା ସମ୍ପ୍ରଦାୟର ପର୍ବପର୍ବାଣୀ ପରି ବଣ୍ଡା ପାହାଡ଼ ଈଶ୍ବରୀୟ ପୂଜାବିଧି ମତଧ୍ୟ ବିଚିତ୍ର। ଦେବୀଙ୍କ ନିକଟରେ କେବଳ ଗଛର ଡାଳ ହିଁ ଭୋଗ ଲାଗିଥାଏ। ବଣ, ପାହାଡ଼, ଝରଣା ଆଦି ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ସୀତାକୁଣ୍ଡ ଘାଟି ପ୍ରମୁଖ ଆକର୍ଷଣ। ଲୋକକଥା ଅନୁସାରେ ରାମଚନ୍ଦ୍ରଙ୍କ ୧୪ବର୍ଷ ବନବାସ ମଧ୍ୟରୁ ଗୋଟିଏ ବର୍ଷ ଏଠାରେ ଅତିବାହିତ କରିଥିଲେ। ଏକ ଝରଣା କୁଣ୍ଡରେ ସୀତାଦେବୀ ସ୍ନାନ କରୁଥିବାରୁ ସେହି କୁଣ୍ଡକୁ ସୀତାକୁଣ୍ଡ ଭାବେ ନାମିତ କରାଯାଇଛି। ଏଠାରେ ମାତା ସୀତାଙ୍କ ପାଦ ଚିହ୍ନ ରହିଛି। କୁଣ୍ଡରେ ବର୍ଷସାରା ଜଳ ପ୍ରବାହିତ ହୋଇଥାଏ। ବଣ୍ଡା ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଏହା ପୁଣ୍ୟପୀଠ ଭାବେ ପରିଚିତ।


କେମିତି ଯିବେ: ବଣ୍ଡା ଘାଟିକୁ ଯିବା ପାଇଁ ନିକଟତମ ରେଳ ଷ୍ଟେଶନ ହେଉଛି କୋରାପୁଟ। ଏଠାରୁ ବସ ଯୋଗେ ଜୟପୁରରୁ ଚିତ୍ରକୋଣ୍ଡାକୁ ସଂଯୋଗ କରୁଥିବା ୪୭ ନଂ ଜାତୀୟ ରାଜପଥରେ ଖଇରପୁଟ ଆସି ବଣ୍ଡା ଘାଟିକୁ ଯିବାପାଇଁ ସୁବିଧା ରହିଛି। ଖଇରପୁଟ ଠାରୁ ବଣ୍ଡାଘାଟି ମାତ୍ର ୧୪ କିମି। ଭୁବନେଶ୍ବରରୁ ବସ ଯୋଗେ ମାଲକାନଗିରି ଆସି ସେଠାରୁ ଖଇରପୁଟ ଯାଇପାରିବେ। ମାଲକାନଗିରିରୁ ଖଇରପୁଟ ମାତ୍ର ୬୦ କିମି। ଏଠାକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧା ରହିଛି। ପର୍ଯ୍ୟଟକମାନଙ୍କୁ ଆବଶ୍ୟକ ସାମଗ୍ରୀ ଖଇରପୁଟରୁ ସଂଗ୍ରହ କରିବାକୁ ପଡ଼ିଥାଏ। ରହିବାପାଇଁ ମାଲକାନଗିରିରେ ସୁଲଭ ହୋଟେଲ ସହ ପାନ୍ଥଶାଳାର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-lets-take-a-trip-to-remote-southern-odisha | Argus News