Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Travel & Tourism

Odisha Government Plan to Boost Tourism / ପର୍ଯ୍ୟଟନ ହବ୍ ହେବ ଓଡିଶା

Bikash Mohanty
Browse all articles by Bikash Mohanty
·5 months ago·2 min read
ପର୍ଯ୍ୟଟନ ହବ୍ ହେବ ଓଡିଶା
Tourism Development

Key Points

ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ  ସରକାରଙ୍କ ବଡ଼ ଯୋଜନା
ସୃଷ୍ଟି ହେବ ନୂଆ ସ୍ପେଶାଲ ଟୁରିଜିମ ଜୋନ୍
ରାଜ୍ୟରେ ବଢ଼ିବ ହୋଟେଲ ଶିଳ୍ପ
ପର୍ଯ୍ୟଟନ ହବ୍ ହେବ ଓଡିଶା । ପର୍ଯ୍ୟଟନ କ୍ଷେତ୍ରରେ ସଂସ୍କାର ପାଇଁ ରାଜ୍ୟ ସରକାର ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଖୋଲିବ ବହୁ ସଂଖ୍ୟାରେ ହୋଟେଲ ଓ ରିସୋର୍ଟ । ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସୃଷ୍ଟି ହେବ ଲକ୍ଷାଧିକ ନିଯୁକ୍ତି ସୁଯୋଗ । ଥ୍ରୀ ଷ୍ଟାର ଓ ତଦୁର୍ଦ୍ଧ ହୋଟେଲ, ରିସୋର୍ଟ ପାଇଁ ସର୍ବନିମ୍ନ ନିବେଶ ସୀମା ୫୦ଟି ରୁମରୁ ୧୦ଟି ରୁମକୁ ହ୍ରାସ କରିଛନ୍ତି ସରକାର । ୧୦ଟି ରୁମରେ ହୋଟେଲ କଲେ ବି ସରକାର ଦେବେ ପୁଞ୍ଜିନିବେଶ ସବସିଡି । ୨୦୨୨ ପର୍ଯ୍ୟଟନ ନୀତିରେ ଷ୍ଟାର ହୋଟେଲ ପାଇଁ ନିବେଶ ସୀମା ଥିଲା ୫୦ ରୁମ୍ । ଏହାସହ ହୋଟେଲରେ ସଂପ୍ରସାରଣ ଯୋଗ୍ୟତା ସୀମା ହ୍ରାସ କରାଯାଇଛି । ହୋଟେଲକୁ ଅତିକମରେ ୨୫ ପ୍ରତିଶତ ସଂପ୍ରସାରଣ କଲେ ବି ମିଳିବ ସରକାରୀ ସବସିଡି ।

ଅନ୍ୟପଟେ ନିବେଶକଙ୍କ ସୁବିଧା ପାଇଁ ଦୁଇଟି ସ୍ଲାବରେ ଦିଆଯିବ ପୁଞ୍ଜିନିବେଶ ସବସିଡି । ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକରେ ନିବେଶ କଲେ ୩୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମିଳିବ । ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ପାଇଁ ୫୦ କୋଟି ଓ ୨୦୦ କୋଟି ଟଙ୍କାରୁ ଅଧିକ ନିବେଶ ପାଇଁ ୧୦୦ କୋଟି ପର୍ଯ୍ୟନ୍ତ ସର୍ବାଧିକ ସବସିଡି ଦେୟ ସୀମା ଧାର୍ଯ୍ୟ କରାଯାଇଛି । "ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେବ ରାଜ୍ୟ ପର୍ଯ୍ୟଟନ ପରାମର୍ଶଦାତା ପରିଷଦ" ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଓଡ଼ିଶାରେ ସ୍ପେଶାଲ ପର୍ଯ୍ୟଟନ ଜୋନ ମଧ୍ୟ ବଢାଇଛନ୍ତି ସରକାର । ପୂର୍ବରୁ ଚିଲିକା, କେବିକେ, କନ୍ଧମାଳ ଓ ଗଜପତିକୁ ନେଇ ପର୍ଯ୍ୟଟନ ଜୋନ କରାଯାଇଥିଲା । ତେବେ ସଂଶୋଧିତ ନୀତିରେ ହୀରାକୁଦ, ସାତକୋଶିଆ, ଶିମିଳିପାଳ, ନୃସିଂହନାଥ ଓ ହରିଶଙ୍କର, ରତ୍ନଗିରି-ଉଦୟଗିରି-ଲଳିତଗିରି ଓ ଭିତରକନିକାକୁ ସ୍ପେଶାଲ ଜୋନ୍ ମାନ୍ୟତା ମିଳିଛି । ଏହି ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକ ସମେତ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀଙ୍କ ଦ୍ଵାରା ପ୍ରୋତ୍ସାହିତ ପ୍ରକଳ୍ପ ଗୁଡ଼ିକୁ ବି ୪୦% ହାରରେ ବର୍ଦ୍ଧିତ ପୁଞ୍ଜିନିବେଶ ସବସିଡି ଦେବେ ସରକାର । ଏଥିରେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ସହିତ ପ୍ରକଳ୍ପ ପାଇଁ ୬୦ କୋଟି ଓ ୨୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହ ପ୍ରକ‌ଳ୍ପ ପାଇଁ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ସବସିଡି ମିଳିବ କହିଛନ୍ତି , ହୋଟେଲିୟର ଯୁଗବ୍ରତ କର

ସେହିଭଳି ସଂଗ୍ରହାଳୟ ଓ ଐତିହ୍ୟ ସମ୍ପର୍କିତ ପର୍ଯ୍ୟଟନ କ୍ଷେତ୍ର ପାଇଁ ୪୦% ପର୍ଯ୍ୟନ୍ତ ପୁଞ୍ଜିନିବେଶ ସହାୟତା ଦେବେ ସରକାର । ଏହାସହ ପାୱାର ବୋଟ୍, କାରାଭାନ, ଆର୍ଟ ଓ ହ୍ୟାଣ୍ଡିକ୍ରାଫ୍ଟ ଆଧାରିତ କମ୍ପ୍ଲେକ୍ସ ପାଇଁ ମିଳିବ ୫୦% ପର୍ଯ୍ୟନ୍ତ ସବସିଡି । ଏହାଛଡ଼ା ପର୍ଯ୍ୟଟନ ବିଭାଗ ଦ୍ଵାରା ଅଧିସୂଚିତ ପର୍ଯ୍ୟଟନସ୍ଥଳି।

ରାଜ୍ୟ ଭିତରେ ଓ ବାହାରେ ପାଞ୍ଚଟି ମେଟ୍ରୋ ସହର ଯଥା ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା, ପାଞ୍ଚଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଆଗ୍ରା, ବାରାଣସୀ, ଗୋଆ, କୋଚି ଓ ଜୟପୁରରେ ଓଡ଼ିଆ ଖାଦ୍ୟର ପ୍ରୋତ୍ସାହନ ପାଇଁ ସରକାର ଦେବେ ପୁଞ୍ଜିନିବେଶ ସହାୟତା । ପର୍ଯ୍ୟଟନ କ୍ଷେତ୍ରରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ଓ ହୋମଷ୍ଟେ ମାଲିକଙ୍କୁ ମଧ୍ୟ ମିଳିବ ସରକାରୀ ପ୍ରୋତ୍ସାହନ । ଯାହାଦ୍ଵାରା ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ ବଜାରରେ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Government Unveils Major Plan to Boost Tourism Industry | Odisha Government Unveils Major Plan to Boost Tourism Industry, Targets 15,000 Star Hotel Rooms by 2036 | Argus News