ଘୋଷୟାତ୍ରା ପାଇଁ ଜୋରସୋର୍ ରେ ଆରମ୍ଭ ହେଲାଣି ପ୍ରସ୍ତୁତି

ଚଳିତବର୍ଷ ଘୋଷଯାତ୍ରା ପାଇଁ ଆଜି ପୁରୀରେ ପହଞ୍ଚିଛି ରଥ ଦଉଡି । ବୀରପ୍ରତାପପୁର ଓଡ଼ିଶା କତା ନିଗମ ଫ୍ୟାକ୍ଟ୍ରିରୁ ଏହି ଦଉଡି଼ ଆସିଥିବା ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି । ସମୁଦାୟ ୨୬ଟି ଦଉଡି ଆସିଥିବାବେଳେ ସେଥି ମଧ୍ୟରୁ ରଥଟଣା ପାଇଁ ୧୪ ଖଣ୍ଡ ଓ କଡର୍ନ ଦଉଡି ୧୨ ଖଣ୍ଡ ପହଞ୍ଚିଛି ।
୮ ଇଞ୍ଚ ମୋଟେଇ ଓ ୨୨୦ ଫୁଟ୍ ଲମ୍ବର ୧୪ଟି ରଥ ଟଣା ଦଉଡ଼ି ରହିଛି । ସେହିଭଳି ୨୭୦ ଫୁଟ୍ ଲମ୍ବ ,୨୫୦ ଫୁଟ୍ ଲମ୍ବ,୧୦୦ ମିଟର ଓ ମୋଟେଇ ୮ ଇଞ୍ଚର ୧୨ ଖଣ୍ଡ ଘେର ଦଉଡି ବା କଡର୍ନ ଦଉଡି ପୁରୀରେ ପହଞ୍ଚିଛି । କଡର୍ନ ଦଉଡି ମଧ୍ୟରୁ ଜେନେରାଲ କଡର୍ନ, ଇନର ଓ ଆଉଟର କର୍ଡନ,ଏବଂ ପୋଲିସ ଅଧିକାରୀ ପାଇଁ ମଧ୍ୟ କଡର୍ନ ଦଉଡି ଆସିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । ତେବେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ କହିଛନ୍ତି ।
ସେହିପରି ରାମନବମୀରେ ରଥକାଠ ଚିରଟ ଅନୁକୂଳ ହୋଇଛି । ରାମନବମୀରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଚିରଟ ପକ୍ରିୟା । ରଥ ନିର୍ମାଣ ପାଇଁ ମୋଟ 818 ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ଏବେ ସୁଦ୍ଧା 500 ଖଣ୍ଡ କାଠ ସରକାରୀ ସ ମିଲ ରେ ପହଞ୍ଚି ସରିଛି ।
📱 Get Argus News App
✨ସେହିପରି ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା । ଗତବର୍ଷ ଚନ୍ଦନଯାତ୍ରା ପରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ ବୈଜଯନ୍ତ୍ରୀ ନାମକ ୫ଟି ଡଙ୍ଗାକୁ ଭୋଇ ସେବାୟତମାନଙ୍କ ଦ୍ୱାରା ଉଦ୍ଧାର କରାଯ଼ାଇଛି ।
ଚୈତ୍ର ପୂର୍ଣ୍ଣିମାରେ ଏହାକୁ ଉଦ୍ଧାର କରି ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପୁନଃ ପ୍ରସ୍ତୁତ କରାଯାଇଥାଏ । ମଦନମୋହନ, ଭୁଦେବୀ, ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ।
