ରତ୍ନଭଣ୍ଡାର ମରାମତି; ଲାଗିଲା ନୂଆ ଷ୍ଟେନ୍ ଲେସ୍ ବକ୍ସ ବିମ୍

ଶ୍ରୀମନ୍ଦିର ଯାଇ ରତ୍ନଭଣ୍ଡାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏନେଇ ନିଜ X ଆକାଉଣ୍ଟରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଏସଆଇ ପୁରୀ ମଣ୍ଡଳର ଅଧିକାରୀଙ୍କ ସହ ରତ୍ନଭଣ୍ଡାର ମରାମତି ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟ ପ୍ରଶାସକ । ରତ୍ନଭଣ୍ଡାର ଭିତରେ ଥିବା ପୁରୁଣା ଲୁହା ବିମ୍ କୁ କଢାଯାଇ ନୂଆ ୫ଟି ଷ୍ଟେନ୍ ଲେସ୍ ଷ୍ଟିଲ୍ ବକ୍ସ ବିମ୍ ଦିଆଯାଇଛି ।
ବାହାର ରତ୍ନଭଣ୍ଡାରରେ ପୁରୁଣା ଭଙ୍ଗା ପଥର ଗୁଡିକ କାଢି ନୂଆ ପଥର ଲଗାଯାଇଛି । ରତ୍ନଭଣ୍ଡାର ବାହାରପାର୍ଶ୍ୱର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଚାଲିଛି । ଜଗମୋହନ ଓ ରତ୍ନଭଣ୍ଡାର ମଧ୍ୟ ସ୍ଥଳୀରୁ ପ୍ଲାଷ୍ଟର ଛଡାଯାଉଛି । ଏହି ସ୍ଥାନରେ ଫାଟି ଯାଇଥିବା ପଥର ସ୍ଥାନରେ ନୂଆ ପଥର ଲାଗୁଛି । ତେବେ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ଶେଷ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା କରିଛନ୍ତି ।
📱 Get Argus News App
✨Reviewed the conservation and repair works of the Ratna Bhandar at Shree Mandir with officials from the ASI, Puri circle. The inner conservation works of the Bhitara Ratna Bhandar are nearly complete, except the floor renovation. Precise installation of five SS box beams inside…
— Arabinda K Padhee (@arvindpadhee) April 11, 2025
ଗତବର୍ଷ ଜୁଲାଇ ୧୬ରେ ରତ୍ନ ଭଣ୍ଡାର ଖୋଲା ଯାଇଥିଲା । ତା ପରେ ଡିସେମ୍ବର ୧୭ରୁ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାମ । ପ୍ରଥମେ ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ମରାମତି ଚାଲିଛି । ଅଧିକାଂଶ ପଥର ଖରାପ ହୋଇ ଯାଇଥିବାରୁ ବଦଳା ଯାଉଥିବା ସୂଚନା ରହିଛି ।