Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟ୍ରେନ୍‌ରେ କରନ୍ତୁ ୭ ଜ୍ୟୋତିର୍ଲିଙ୍ଗ ଦର୍ଶନ, କିସ୍ତିରେ ବି ଦେଇପାରିବେ ପ୍ୟାକେଜ୍ ଖର୍ଚ୍ଚ !

Travel & Tourism

ଟ୍ରେନ୍‌ରେ କରନ୍ତୁ ୭ ଜ୍ୟୋତିର୍ଲିଙ୍ଗ ଦର୍ଶନ, କିସ୍ତିରେ ବି ଦେଇପାରିବେ ପ୍ୟାକେଜ୍ ଖର୍ଚ୍ଚ !

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଟ୍ରେନ୍‌ରେ କରନ୍ତୁ ୭ ଜ୍ୟୋତିର୍ଲିଙ୍ଗ ଦର୍ଶନ, କିସ୍ତିରେ ବି ଦେଇପାରିବେ ପ୍ୟାକେଜ୍ ଖର୍ଚ୍ଚ !

ବୁଲିବାକୁ କାହାକୁ ବା ଭଲ ନ ଲାଗେ । ଆଉ ସ୍ଵଳ୍ପ ଖର୍ଚ୍ଚରେ ଭ୍ରମଣ କରିବାକୁ ସମସ୍ତଙ୍କ ଆଗ୍ରହ ଥାଏ । କମ୍ ଖର୍ଚ୍ଚରେ କୁଆଡ଼େ ବୁଲି ଯିବାକୁ ହେଲେ ଆମ ମନକୁ ପ୍ରଥମେ ଆସେ ଟ୍ରେନ୍ । ଆଜ୍ଞା ହଁ ଭାରତୀୟଙ୍କ ଜୀବନ ଯାତ୍ରାର ପ୍ରମୁଖ ଅଙ୍ଗ ଓ ମାଧ୍ୟମ ହେଉଛି ରେଲୱେ । ଏଥିରେ ଯାତ୍ରା କରିବା ଅନ୍ୟ ସମସ୍ତ ମାଧ୍ୟମ ଠାରୁ ବେଶ୍ ଲାଭଦାୟକ ଓ ସମୟ ସଞ୍ଚୟକାରୀ । ତେଣୁ, ସର୍ବାଧିକ ଲୋକେ କୁଆଡ଼େ ଯିବା ଆସିବା କଲେ ପ୍ରଥମ ବିକଳ୍ପ ଭାବେ ଟ୍ରେନ୍‌କୁ ବାଛି ଥାଆନ୍ତି ।


ଦେଶରେ ରେଲୱେ ସେବାକୁ ଅନଲାଇନ୍‌ରେ ଆଇଆରସିଟିସି (IRCTC) ଯୋଗାଇ ଦେଇଥାଏ । ଅନଲାଇନ୍‌ରେ ଆଗୁଆ ସଂରକ୍ଷିତ ବୁକିଂକୁ ହେଉ କି ଭିନ୍ନ ଭିନ୍ନ ପ୍ୟାକେଜ୍‌ରେ ଭ୍ରମଣ ସୁବିଧା । ଆଇଆରସିଟିସି ଏ ସବୁ ପ୍ରଦାନ କରେ । ଏବେ କମ୍ପାନୀ ଲୋକଙ୍କ ଲାଗି ଟ୍ରେନ୍‌ର ୭ ଜ୍ୟୋତିର୍ଲିଙ୍ଗ ଦର୍ଶନ ପ୍ୟାକେଜ ଆଣିଛି । ଆଉ ଏହି ପ୍ୟାକେଜ୍‌ର ଖର୍ଚ୍ଚକୁ ଆପଣ ମାସିକ କିସ୍ତି (EMI) ମାଧ୍ୟମରେ ଦେଇ ପାରିବେ ।


ଏପ୍ରିଲ୍ ୧୧ରୁ ଟୁର୍


ଭାରତ ଗୌରବ ଟ୍ରେନ୍ ମାଧ୍ୟମରେ ଆଇଆରସିଟିସି ଦେଶର ତମାମ ଧାର୍ମିକ ସ୍ଥଳ ଭ୍ରମଣ ପାଇଁ ପ୍ୟାକେଜ କରିଥାଏ । ଏବେ କମ୍ପାନୀ ଟ୍ରେନ୍‌ରେ ୭ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ପ୍ୟାକେଜ ଆଣିଛି । ଯାହାକି ଏପ୍ରିଲ୍ ୧୧ରୁ ଆରମ୍ଭ ହୋଇ ୨୨ ଏପ୍ରିଲ୍‌ରେ ସରିବ । ୧୨ ଦିନ ଓ ୧୧ ରାତିର ଏହି ଟୁର୍ ପ୍ୟାକେଜ୍ ପାଇଁ ବୁକିଂ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୭ ଜ୍ୟୋତିର୍ଲିଙ୍ଗ ଦର୍ଶନ


ଏହି ଟୁର୍ ପ୍ୟାକେଜ୍‌ରେ ଯାତ୍ରୀ ଉଜ୍ଜୟନ ମହାକାଳେଶ୍ଵର, ଓଁକାରେଶ୍ଵର, ଗୁଜରାଟର ସୋମନାଥ, ଦ୍ଵାରକାଧିଶ ମନ୍ଦିର, ଭେଟ ଦ୍ଵାରକା ସିଗ୍ନେଚର ବ୍ରିଜ୍, ନାଶିକ ତ୍ରୟମ୍ବକେଶ୍ଵର, ପଞ୍ଚବଟି କାଳାରାମ ମନ୍ଦିର, ପୁଣେ ଭୀମାଶଙ୍କର ମନ୍ଦିର, ଔରଙ୍ଗାବାଦ ଘୃଷ୍ଣେଶ୍ଵର ଜ୍ୟୋତିର୍ଲିଙ୍ଗ ସହ ଅନ୍ୟ ସ୍ଥାନୀୟ ମନ୍ଦିର ଦର୍ଶନ କରି ପାରିବେ ।


ଏହି ଟ୍ରେନ୍‌ରେ ଯାତ୍ରା ସୁବିଧା ଋଷିକେଶ, ହରିଦ୍ଵାର, ମୁରାଦାବାଦ, ବରେଲି, ଶାହଜହାଁପୁର, ହରଦୋଇ, ଲକ୍ଷ୍ନୌ, କାନପୁର, ଲଳିତପୁରରୁ ମିଳିବ । ଯାତ୍ରାର ଭିନ୍ନ ଭିନ୍ନ ପ୍ୟାକେଜ୍‌ ରହିଛି । ଦ୍ଵିତୀୟ ଶ୍ରେଣୀ ଏସିରେ ଟ୍ରେନ୍‌ ଯାତ୍ରା ସହ ହୋଟେଲରେ ଡିଲକ୍ସ ରୁମ୍‌ରେ ରହିଲେ ଜଣେ ବ୍ୟକ୍ତି ପିଛା ଦର ୫୨ ହଜାର ୨୦୦ ଟଙ୍କା ରହିଛି । ସେହିଭଳି ତୃତୀୟ ଶ୍ରେଣୀ ଏସିରେ ଟ୍ରେନ୍ ଯାତ୍ରା ସହ ହୋଟେଲ୍‌ରେ ଏସି ରୁମ୍ ସହ ଟ୍ରେନ୍ ଯାତ୍ରା ଲାଗି ୩୯ ହଜାର ୫୫୦ ଟଙ୍କା ଦେବାକୁ ପଡ଼ିବ । ସ୍ଲିପର ଶ୍ରେଣୀରେ ଯାତ୍ରା ଅଣଶୀତତାପ ନିୟନ୍ତ୍ରିତ ହୋଟେଲ୍‌ରେ ରହିଲେ ୨୩ ହଜାର ୨୦୦ ଟଙ୍କା ଦେବାକୁ ହେବ ।


ଏହା ଛଡ଼ା ପ୍ୟାକେଜ ଅର୍ଥକୁ ଏକକାଳୀନ ନ ଦେଇ ଆପଣ ଏହାକୁ ମାସିକ କିସ୍ତି ଆକାରରେ ଦେଇ ପାରିବେ । ଏଥିପାଇଁ ବିଭିନ୍ନ ବ୍ୟାଙ୍କ ସହ ଆଇଆରସିଟିସି ସୁବିଧା ପ୍ରଦାନ କରୁଛି । ମାସିକ ସର୍ବନିମ୍ନ ୮୧୬ ଟଙ୍କାରି କିସ୍ତି ଆରମ୍ଭ ହେଉଛି । ଏହାଦ୍ଵାରା ସ୍ଵଳ୍ପ ଆୟକାରୀ ମଧ୍ୟ ଏହାର ଲାଭ ଉଠାଇ ପାରିବେ । ବୁକିଂ ଲାଗି ଆପଣଙ୍କୁ https://www.irctctourism.com/ ଭିଜିଟ୍ କରିବାକୁ ପଡ଼ିବ ।

Sponsored
IRCTC Tour Packages 7 Jyotirlinga Darshan By Bharat Gaurav Train | Argus News