କୋରାପୁଟର ଏମିତି ଏକ ହୋଟେଲ ଯେଉଁଠି ମାଲିକ ରୁହନ୍ତି ନାହିଁ

ଆଃ କି ସୁନ୍ଦର ଦୃଶ୍ୟ, ପାହାଡ଼ ,ପର୍ବତ ,ବାଦଲ ସହ ସୁନ୍ଦର ସୁନ୍ଦର ଦେଶୀ ମାଟି ଖପର ଘର। କେଉଁ ଜାଗା ରେ ଅଛି ଏମିତି ଘର ? ଏଠି କେଉଁ ମାନେ ରୁହନ୍ତି? ଆପଣ ମାନେ ଏମିତି କିଛି ଭାବୁଛନ୍ତି କି ? ତେବେ ଆଉ ଡେରି ନ କରି ଚାଲନ୍ତୁ ଯିବା ଏହି ଜାଗାକୁ...
ଏ ଭିଜୁଆଲ ଆଉ କଥା ଶୁଣିଲେ ଆପଣ ବି ଭାବୁଥିବେ ଆମେ କଣ ଦେଖାଇବାକୁ ଚାହୁଁଛୁ ? ଆଜ୍ଞା ହଁ ଏମିତି ଏକ ହୋଟେଲ ଯେଉଁଠି ମାଲିକ ରୁହନ୍ତି ନାହିଁ। ନା କିଛି ମ୍ୟାନେଜ କରନ୍ତି। ଏ ହୋଟେଲ ବା କଟେଜ କେବଳ ଗାଁର ଆଦିବାସୀ ମହିଳାଙ୍କ ଦ୍ଵାରା ପରିଚାଳିତ ହୁଏ। ଆପଣ ମାନେ ଏବେ ବି ଭାବୁଥିବେ ଦେଶରେ ଏମିତି ଅନେକ ହୋଟେଲ ଆଉ କଟେଜ ଅଛି ...ଯେଉଁଠି ମାଲିକ ନ ଥାନ୍ତି କିନ୍ତୁ ବେଶ ଭଲରେ ହୋଟେଲ ଗୁଡିକ ଚାଲୁଥାଏ । କିନ୍ତୁ ଏ ହୋଟଲ ଦେଶିଆ କଟେଜ ବା ହୋଟେଲ। ଏକଥା ଆମେ ଏଥି ପାଇଁ କହୁଛୁ ... କାରଣ ଦେଶିଆ କଟେଜଟି ଓଡ଼ିଶାର ସୁଦୂର କୋରାପୁଟରୁ 50 ରୁ 60 କିଲୋମିଟର ଦୂରରେ ଅଛି। ଯାହାକୁ ବେଶ ସୁନ୍ଦର ଭାବରେ ଗାଁ ର ଆଦିବାସୀ ମହିଳା ମାନେ ପରିଚଳା କରୁଛନ୍ତି।
📱 Get Argus News App
✨ଆଉ ସବୁଠୁ ବଡ଼ କଥା ହେଲା ଏ ମହିଳା ମାନେ କୌଣସି ବି ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ନାହାନ୍ତି। କେବଳ ଦେଶୀ ଷ୍ଟାଇଲରେ ପର୍ଯ୍ୟଟକଙ୍କୁ ସୁବିଧା ଦେଇ ଆସୁଛନ୍ତି। ପର୍ଯ୍ୟଟକଙ୍କ ମୁଣ୍ଡରେ ସିନ୍ଦୁର ଚାଉଳ ଦେଇ ସ୍ୱାଗତ କରିବା ଠୁ ଆରମ୍ଭ କରି ଚାଷ ବିଲ ରୁ ଯାହା ଚାଷ ହେଲା ପର୍ଯ୍ୟଟକଙ୍କୁ ସେଥିରେ ସୁନ୍ଦର ଖାଦ୍ୟ ପରଷି ଦେଉଛନ୍ତି। ତ ଆଉ କିଏ ଆମ ଆଦିବାସୀ ଜନଜାତି କଣ କଣ ତାଙ୍କର ନିତିଦିନରେ ବ୍ୟବହାର କରନ୍ତି ତାର ଏକ ଦୋକାନରେ ବିକ୍ରି କରୁଛନ୍ତି। ଖାଲି ଏତିକି ନୁହେଁ ଏଠାରେ ଥିବା ମାଟି ନିର୍ମିତ ଦେଶୀ କଟେଜ ଗୁଡିକ ବି ଗାଁ ଲୋକେ ତିଆରି କରିଛନ୍ତି। କଟେଜ ଗୁଡିକ ଭିତର ଆପଣ ମାନେ ଥରେ ବୁଲିଲେ ଆଖି ଲାଖିଯିବ। ଆପଣ ମାନେ ଏଇଆ ବି ଭାବୁଥିବେ ମାଟିର ତିଆରି ଘରେ ସବୁ ସୁବିଧା ଅଛି ନା ନାହିଁ। କିନ୍ତୁ ଥରେ ଏ ରୁମ ଗୁଡିକୁ ଦେଖନ୍ତୁ ଏହାସହ ଏଠାକାର ବାଥରୁମ ବି ଦେଖନ୍ତୁ କୌଣସି 5 ଷ୍ଟାର ହୋଟେଲ ରୁ କମ୍ ନୁହେଁ। ମାଟି, ଶାଢ଼ୀ କପଡା ସହ ବଡ଼ ବଡ଼ ଏହି wall ପେଣ୍ଟିଂ ଗୁଡିକ ପର୍ଯ୍ୟଟକଙ୍କୁ ଏଠି ରହିବା ପାଇଁ ବାଧ୍ୟ କରିଥାଏ। ସହରର ଭିଡ଼ ଭିତରୁ ପର୍ଯ୍ୟଟକ ମାନେ ଦୌଡ଼ି ଆସୁଛନ୍ତି ଏଠି କିଛିଦିନ ଶାନ୍ତିରେ ରହିବାକୁ। ହୋଟେଲର ମାଲିକମାନେ କୋରାପୁଟରୁ 500 କିଲୋମିଟର ଦୂର ପୁରୀ ରେ ରହୁଥିବା ବେଳେ ସେ କୁହନ୍ତି। ସେମାନେ କିଛି ବୁଝାବୁଝି କରନ୍ତିନି।