Videos
|
Travel & Tourism

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା' ମଙ୍ଗଳା

Smruti Parija
Browse all articles by Smruti Parija
·1 year ago·1 min read
ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା' ମଙ୍ଗଳା

ଆଜି ପବିତ୍ର ବୈଶାଖ ମାସର ପ୍ରଥମ ମଙ୍ଗଳବାର । ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ପାଳି ଯାତ୍ରାj ଶେଷ ଦିନ । ବିଳମ୍ବିତ ରାତ୍ରରୁ ମା'ଙ୍କ ଦ୍ୱାରଫିଟା, ମଙ୍ଗଳଆଳତୀ, ସ୍ନାନ, ମାର୍ଜନା, ବେଶ, ଚନ୍ଦନ ଲାଗି, ସୂର୍ଯ୍ୟ ପୂଜା, ବଲ୍ଲଭ ଧୂପ, ସକାଳ ଧୂପ ପରେ ସକାଳ ୫ଘ ୩୦ମିନିଟ୍ ସମୟ ସାହାଣ ମେଳା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଆଜି ମା' ମଙ୍ଗଳା ଶ୍ରଦ୍ଧାଳୁଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ।


ବିଳମ୍ବିତ ରାତ୍ରରେ ମା' ବେଢା ପରିସରରେ କାଳିକା ନୃତ୍ୟ ଅନୁଷ୍ଠିତ ହେବାର ବିଧି ରହିଛି । ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ମା' ମଙ୍ଗଳାଙ୍କ ଏହି ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ପଞ୍ଚମ ପାଳିରେ ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାରେ ସମାପନ ହୁଏ । ଶେଷ ମଙ୍ଗଳବାରରେ ବ୍ରତଧାରୀ ମହିଳା ମାନେ ପରିବାର ମଙ୍ଗଳକାମନା ପାଈଁ ଗାଁ ଦାଣ୍ଡରେ ପନ୍ଥେଇ ନିର୍ମାଣ କରି ଗୁଆ, ନଡ଼ିଆ, କଦଳୀ, ଖଇ ସହ ପଣା ହଳଦୀ ପାଣି ଦେଇ ପୂଜା ସମାପନ କରିଥାନ୍ତି । ମା' ଶାରଳାଙ୍କ ପୀଠରୁ ଆସିଥିବା ଘଣ୍ଟ ପାଟୁଆମାନେ ପ୍ରାଚୀ ନଦୀରୁ ଜଳ ଆଣି ମାଙ୍କ ଉଦେଶ୍ୟରେ ଝାମୁ ନିଆଁରେ ଧାସ ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ଶେଷ ପାଳିରେ ମା' ମଙ୍ଗଳାଙ୍କ ନିକଟରେ ନାହିଁ ନଥିବା ଭିଡ ପରିଲିକ୍ଷିତ ହୋଇଥାଏ । ପିଲାଙ୍କ ମଙ୍ଗଳ କାମନା କରି ମାଙ୍କ ଆସୀର୍ବାଦ ନେବାକୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ ।

last-rituals-of-panthei-performed-at-kakatpur | Argus News