Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସ ବୁଲିଯିବା ଖଣ୍ଡାଧାର ଜଳପ୍ରପାତ

Travel & Tourism

ଆସ ବୁଲିଯିବା ଖଣ୍ଡାଧାର ଜଳପ୍ରପାତ

Ritu Das
Browse all articles by Ritu Das
·1 year ago·1 min read
ଆସ ବୁଲିଯିବା ଖଣ୍ଡାଧାର ଜଳପ୍ରପାତ

ପର୍ଯ୍ୟଟନ ଋତୁ ଆସିଲେ ସମସ୍ତଙ୍କ ମନେପଡ଼େ କେନ୍ଦୁଝର ଜିଲ୍ଲାର ଖଣ୍ଡାଧାର ଜଳପ୍ରପାତ। କେନ୍ଦୁଝରଠାରୁ ଏହାର ଦୂରତ୍ବ ପ୍ରାୟ ୬୦ କିମି। ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଞ୍ଚାୟତରେ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି। ଖଣ୍ଡାର ଧାର ଭଳି ପ୍ରାୟ ୭୦୦ ଫୁଟ ଉଚ୍ଚ ପାହାଡ଼ରୁ ନଦୀର ଜଳ ତଳକୁ ପଡ଼ୁଥିବାରୁ ଏହାର ଏପରି ନାମକରଣ ହୋଇଥିବା କୁହାଯାଏ। ସୁଉଚ୍ଚରୁ ପାଣି ଖସି ପଡ଼ୁଥିବା ସମୟରେ ଏହା ତୀର୍ଯ୍ୟକ ସୂର୍ଯ୍ୟକିରଣ ପଡ଼ି ଭାସମାନ ଇନ୍ଦ୍ରଧନୁର ଭ୍ରମ ମଧ୍ୟ ସୃଷ୍ଟି କରିଥାଏ। ଯାହାକି ଦର୍ଶକଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର।

ପର୍ଯ୍ୟଟକମାନେ ଏହାର ମନୋରମ ପରିବେଶ ଉପଭୋଗ କରିବା ସହ ଭୋଜିଭାତ କରିବାକୁ ପ୍ରଶସ୍ତ ସ୍ଥାନ ରହିଛି। ନିକଟରେ ରହିଛି ଏକ ଶିବ ମନ୍ଦିର। ଏହି ଜଳପ୍ରପାତକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ଯାତାୟତ ସୁବିଧା ରହିଛି। କେମିତି ଯିବେ: କେନ୍ଦୁଝର ଯାଇ ସେଠାରୁ ବସ କିମ୍ବା ଟ୍ୟାକ୍ସି ଯୋଗେ ବାଂଶପାଳ ଯିବାକୁ ପଡ଼ିଥାଏ। ସେଠାରୁ ଖଣ୍ଡାଧାର ଯିବାକୁ ସମସ୍ତ ସୁବିଧା ରହିଛି। ଟ୍ରେନରେ ଆସୁଥିବା ଯାତ୍ରୀମାନେ କେନ୍ଦୁଝରଗଡ଼ ଷ୍ଟେଶନରେ ଓହ୍ଲାଇ ଟ୍ୟାକ୍ସି ଯୋଗେ ଖଣ୍ଡାଧାର ଯାଇପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lets-go-and-visit-khandadhar-waterfall | Argus News