Videos
|
Travel & Tourism

ଆସ ବୁଲିଯିବା ଭୀମକୁଣ୍ଡ ଜଳପ୍ରପାତ

Ritu Das
Browse all articles by Ritu Das
·1 year ago·1 min read
ଆସ ବୁଲିଯିବା ଭୀମକୁଣ୍ଡ ଜଳପ୍ରପାତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଭୀମକୁଣ୍ଡ। ମୟୂରଭଞ୍ଜ ଓ କେନ୍ଦୁଝର ଦୁଇ ଜିଲ୍ଲାର ସୀମାନ୍ତରେ ପ୍ରବାହିତ ବୈତରଣୀ ଏଠାରେ ସଂକୀର୍ଣ୍ଣ ହୋଇ ବିଶାଳ ଭୂପୃଷ୍ଠ ବିଶାଳ ଭୂପୃଷ୍ଠ ଶିଳାସ୍ତରକୁ ବିଦୀର୍ଣ୍ଣ କରି ଛୋଟବଡ଼ ପଥର ଉପରୁ ତଳକୁ ପଡ଼ିଛି। ସୃଷ୍ଟି କରିଛି ଜଳପ୍ରପାତ। ପ୍ରାୟ ୩୦୦ ମିଟର ନଦୀରେ ପ୍ରବାହିତ ସଂକୀର୍ଣ୍ଣ ଜଳଧାରକୁ ଉଭୟ ପାର୍ଶ୍ବବେଷ୍ଟିତ କରି ରଖିଛି ବିଶାଳ ପଥର କାନ୍ଥ। ଏଥିରେ ରହିଛି ୩ଟି କୁଣ୍ଡ। ଶେଷ ଭାଗ ବଡ଼କୁଣ୍ଡରେ ଥିବା ଜଳର ପ୍ରାୟ ୫୦ ଭାଗ ଭୂତଳରେ ୧୨ କିମି ଯାଇ ସୁନାଖମ୍ବଠାରେ ନିର୍ଗତ ହେଉଛି। ଭୀମକୁଣ୍ଡଠାରେ ପର୍ଯ୍ୟଟକମାନେ ସୁବିଧାରେ ଚାଲି ଚାଲି ଦେଖିବା ପାଇଁ ପଥର ବେଷ୍ଟିତ ଅଞ୍ଚଳରେ ତିଆରି ହୋଇଛି ସିମେଣ୍ଟ କଙ୍କ୍ରିଟ ରାସ୍ତା, ପ୍ଲାଟଫର୍ମ, ଛତା ଓ ଓ୍ବାଚ ଟାଓ୍ବାର। ଭୀମକୁଣ୍ଡର ଚତୁଃପାର୍ଶ୍ବରେ ରହିଥିବା ଶାଳଗଛ ଜଙ୍ଗଲ ପରିବେଶକୁ ଆହୁରି ସୁନ୍ଦର କରିଥାଏ। ନଭେମ୍ବର ଠାରୁ ଜାନୁୟାରୀ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନେ କୁଣ୍ଡେଶ୍ବର ମହାଦେବଙ୍କ ମନ୍ଦିରକୁ ଆସନ୍ତି। ଯାତ୍ରୀଙ୍କ ରହିବାପାଇଁ ଏଠାରେ ଏକ ଗୃହ ମଧ୍ୟ ନିର୍ମାଣ ହୋଇଛି। ଗମନାଗମନର ସୁବିଧା ଭଲ ରହିଛି। ଏଣୁ ପର୍ଯ୍ୟଟକ ଏଠାକୁ ଆସିବାକୁ ଆଗ୍ରହୀ ହୋଇଥାନ୍ତି। ଏଠାରେ ଥିବା ଶାଳ ଜଙ୍ଗଲ ମଧ୍ୟରେ ପିକ୍‌ନିକ୍‌ କରିବାର ସୁବିଧା ରହିଛି।

କେମିତି ଯିବେ: ଭୀମକୁଣ୍ଡକୁ ଯିବାପାଇଁ ସହଜ ରାସ୍ତା ହେଉଛି ଆନନ୍ଦପୁରଠାରୁ ୨୨ ନମ୍ବର ରାଜ୍ୟ ରଜପଥରେ ୪୦ କିମି ଆସି ଠାକୁରମୁଣ୍ଡାରେ ପହଞ୍ଚି ୧୯ କିମି ଯିବାକୁ ପଡ଼ିବ। ସେହିପରି କରଞ୍ଜିଆଠାରୁ ଠାକୁରମୁଣ୍ଡା ରାସ୍ତାରେ ୨୭ କିମି ଆସି କେନ୍ଦୁଜିଆଣୀ ଦେଇ ଭୀମକୁଣ୍ଡକୁ ଯିବାକୁ ପଡ଼ିବ। କେନ୍ଦୁଝର ଜିଲ୍ଲା ପାଟଣାଠାରୁ ୧୭ କିମି ଆସିଲେ ପଡ଼େ ଭୀମକୁଣ୍ଡ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Let's visit Bhimkund WaterFalls | Argus News