Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍,ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି

Travel & Tourism

puri konark marine drive / ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍,ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି

Bikash Mohanty
Browse all articles by Bikash Mohanty
·5 months ago·2 min read
ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍,ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି
marine drive

Key Points

ପୁରୀ- କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍
ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି
ବାର୍ଷିକ ୧୧ କୋଟି ୭୨ ଲକ୍ଷ ଖର୍ଚ୍ଚ ଆକଳନ
ପୁରୀ- କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ ହେବ କ୍ଲିନ୍ ଆଉ ଗ୍ରୀନ୍। ସମସ୍ତ ଟୁରିଜିମ୍ ସ୍ପଟ୍ ହେବ ପ୍ଲାଷ୍ଟିକ ଓ ପ୍ରଦୂଷଣ ଫ୍ରି। ସଫେଇ ପାଇଁ ନିୟୋଜିତ ହେବେ ନିୟମିତ ଷ୍ଟାଫ। ବାର୍ଷିକ ୧୧ କୋଟି ୭୨ ଲକ୍ଷ ଖର୍ଚ୍ଚର ଆକଳନ । ପୂର୍ବରୁ ଡିସେମ୍ବର ସୁଦ୍ଧା ପର୍ଯ୍ୟଟନ ସ୍ଥଳୀ ସଫେଇ ପାଇଁ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିଲା । କେବଳ ପୁରୀ ବେଳାଭୂମି ସଫେଇ ରେ ୪ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇ ମଧ୍ୟ ଅନ୍ତର୍ଜାତୀୟ ମାନଦଣ୍ଡ ହାସଲ କରିପାରିନି ବେଳାଭୂମି ।

କୋଣାର୍କ ଯାଉଥିବା ପର୍ଯ୍ୟଟକ ପାଇବେ ନୂଆ ଅନୁଭୂତି । ବନ ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ହେବାକୁ ଯାଉଛି ସ୍ୱଚ୍ଛ ସମୁଦ୍ର କରିଡ଼ର । ବାର୍ଷିକ ୧୧ କୋଟି ୭୨ ଲକ୍ଷ ବ୍ୟୟରେ ହେବ ମେରାଇନ ଡ୍ରାଇଭ୍ ରୋଡ ସଫେଇ ଏଥିସହିତ ସମସ୍ତ ପିକ୍ନିକ୍ ସ୍ପଟ୍ ଗୁଡ଼ିକ ମଧ୍ୟ ପ୍ରଦୂଷଣ ଫ୍ରି ହେବାସହ ହଟିବ ପ୍ଲାଷ୍ଟିକ । ଏଥିପାଇଁ ପର୍ଯ୍ୟଟନ ବିଭାଗ ଫଣ୍ଡିଙ୍ଗ ମଞ୍ଜୁରୀ ଦେଇ ସାରିଛି କହିଛନ୍ତି ପୁରୀ DFO, ଯାହାଫଳରେ ପୁରୀ କୋଣାର୍କ କୁ ସଂଯୋଗ କରୁଥିବା କୋଷ୍ଟ୍ଟାଲ ରୋଡ ଏକ ସୁନ୍ଦର୍ ସବୁଜ ପରିବେଶର ଅନୁଭୂତି ଦେବା ସହ ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିବ। ଅଭୟାରଣ୍ୟ ଓ ମେରାଇନ ରାସ୍ତାର ର ଉଭୟ ପାର୍ଶ୍ଵ ତଥା ନୂଆନଈ ରାମଚଣ୍ଡୀ,ଯାହାନିଆ ଇତ୍ୟାଦି ପିକ୍ନିକ ସ୍ପଟ୍ ରେ ପ୍ଲାଷ୍ଟିକ ଜରି ଇତ୍ୟାଦି ଆବର୍ଜନା ପଡ଼ି ରହୁଛି ।ତେଣୁ ଏକ ଏଜେନ୍ସି ନିୟମିତ ଭାବରେ ସଫା କରିବା ସହ ନିୟମିତ ଭାବରେ ସଫେଇ କାର୍ଯ୍ୟରେ ନିୟୋଜିତ ରହିବେ ବୋଲି କହିଛନ୍ତି ପୁରୀ ଡିଏଫ୍ଓ ମଗର ଧାନାଜୀ ।

ସେପଟେ ବର୍ଷକ ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ସଫେଇ ପାଇଁ ଖର୍ଚ୍ଚ ହୋଇଛି ୬ କୋଟି ୭୭ ଲକ୍ଷ । ୨୦୨୫-୨୬ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ଏହି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ବାସ୍ତବରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ସଫେଇ ଠିକ୍‌ରେ ହେଉନଥିବାରୁ ଅସନ୍ତୋଷ ଝାଡି ବୁଦ୍ଧିଜୀବୀ ।ପର୍ଯ୍ୟଟନ ବିଭାଗ ତଥ୍ୟ ମୁତାବକ, ୨୦୨୪-୨୫ ଅର୍ଥିକ ବର୍ଷରେ ପୁରୀ ବେଳାଭୂମି ସଫେଇରେ ୪ କୋଟି ୬ ଲକ୍ଷ, ମଙ୍ଗଳାଘାଟ ଠାରୁ ହଂସ କୋକପାମ୍ ପର୍ଯ୍ୟନ୍ତ ପୁରୀ ବେଳାଭୂମି ରାସ୍ତା ସଫେଇରେ ୨୨ ଲକ୍ଷ ୬୬ ହଜାର, ପର୍ଯ୍ୟଟନସ୍ଥଳ ଅନ୍ତର୍ଗତ ପଞ୍ଚାୟତ ରାସ୍ତା ସଫେଇ ନିମନ୍ତେ ୩୧ ଲକ୍ଷ ୭୫ ହଜାର, ରଘୁରାଜପୁରରେ ସୁରକ୍ଷା, ନିରାପତ୍ତା ଓ ସଫେଇ ନିମନ୍ତେ ୩୬ ଲକ୍ଷ ୧୮ ହଜାର, ଚିଲିକା ହ୍ରଦର ସାତପଡ଼ା ପର୍ଯ୍ୟଟନ ଅଞ୍ଚଳରେ ୫୭ ଲକ୍ଷ ୧୨ ହଜାର, ବ୍ରହ୍ମଗିରିରେ ୪୭ ଲକ୍ଷ ୧୨ ହଜାର, କାକଟପୁରରେ ୪୭ ଲକ୍ଷ ୧୨ ହଜାର ଏବଂ ଅସ୍ତରଙ୍ଗ ପୀରଜାହାନିଆରେ ସୁରକ୍ଷା, ନିରାପତ୍ତା ଓ ସଫେଇ ନିମନ୍ତେ ୭୭ ଲକ୍ଷ ୧୨ ହଜାର ଟଙ୍କା କାର୍ଯ୍ୟନିର୍ବାହୀ ସଂସ୍ଥା ଭାବେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।ହେଲେ ଅଧିକାଂଶ ପର୍ଯ୍ୟଟନ ସ୍ଥଳ ଅଞ୍ଚଳ ଆବର୍ଜନାମୟ ହୋଇପଡ଼ିଛି କହିଛନ୍ତି ପରିବେଶବିତ୍।

4 କୋଟି ଖର୍ଚ୍ଚ ପରେ ମଧ୍ୟ ସଫେଇ ଏଜେନ୍ସି ର ଦାୟିତ୍ବହୀନତା ଯୋଗୁଁ ପୁରୀ ବେଳାଭୂମି ସ୍ବଚ୍ଛତା ମାନଦଣ୍ଡ ହାସଲ କରିନଥିବା ବେଳେ ସ୍ୱଚ୍ଛ ସମୁଦ୍ର କରିଡ଼ର ପାଇଁ ଦକ୍ଷ ଏଜେନ୍ସି ନିୟୋଜିତ କରିବାକୁ ଦାବି ହୋଇଛି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
puri konark marine drive | Puri Marine Drive Road Clean & Green | Plastic-Free Tourism Spots | Argus News