Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Travel & Tourism

ଝଟକୁଛି ଅଗ୍ନିରୂପୀ ମା' ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର

Smruti Parija
Browse all articles by Smruti Parija
·1 year ago·1 min read
ଝଟକୁଛି ଅଗ୍ନିରୂପୀ ମା' ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର

ଝଟକୁଛି ଅଗ୍ନିରୂପୀ ମା' ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର । ଅଗ୍ନି ରୂପେ ପ୍ରକଟିତ ମାଙ୍କର ଚାଲିଛି ନବ ଦିନାତ୍ମକ ପୂଜା ଉତ୍ସବ । କାହିଁ କେତେ ଆଡୁ କେତେ ଭକ୍ତ ଛୁଟି ଆସୁଛନ୍ତି ମାଙ୍କର ଏହି ଅଗ୍ନି ରୂପର ଦର୍ଶନ ପାଇଁ । ଚାଲିଛି ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରା । ପ୍ରତ୍ୟକ ଦିନ ମାଆଙ୍କୁ ବିଧି ପୂର୍ବକ ଉଭା ସ୍ଥଳୀରେ ପୂଜାର୍ଚନା କରାଯାଉଛି । ଏଥର ମାଆଙ୍କ ମନ୍ଦିରକୁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜା ଯାଇଛି । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭକ୍ତିମୟ ପରିବେଶରେ ଫାଟି ପଡୁଛି ମାଙ୍କ ପୀଠ ଗୋପାଳଗଡ଼ ।


ଗୋଟେ ପଟେ ଭକ୍ତିମୟ ପରିବେଶ ଆଉ ଅନ୍ୟପଟେ ଆୟୋଜିତ ହେଉଥିବା ଲୋକ ମହୋତ୍ସବ ସମସ୍ତଙ୍କୁ ଟାଣି ଆଣୁଛି ମାଙ୍କ ପୀଠକୁ । ଚଳିତ ଥର ଆୟୋଜିତ ହେଉଛି ୨୧ତମ ଲୋକ ମହୋତ୍ସବ । ମହୋତ୍ସବର ପ୍ରତେକ ସନ୍ଧ୍ୟାରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ସଭିଙ୍କ ମନ ଜିଣୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳ ମାନଙ୍କର ଭଳିକି ଭଳି ନୃତ୍ୟ ପରିବେଷଣ, ପୂଜା ଦେଖିବାକୁ ଆସିଥିବା ପ୍ରତ୍ୟକ ଦର୍ଶକଙ୍କ ମନକୁ ଛୁଉଁଛି । ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ପ୍ରଶାସନ ମଧ୍ୟ ପୂଜା ଓ ମହୋତ୍ସବ ପାଇଁ ସମସ୍ତ ବନ୍ଦୋବସ୍ତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଦିନ କେଇଟା ପରେ ମାଆଙ୍କ ଶୀତୁଳା ଯାତ୍ରା ଅନୁଷ୍ଠିତ ହେବ । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠା ଲାଗିରହିଛି ।

Sponsored
talcher-hingula-yatra- | Argus News