Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶକ୍ତି ଦକ୍ଷତା ତଥା ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ଲକ୍ଷ୍ୟ

Travel & Tourism

ଶକ୍ତି ଦକ୍ଷତା ତଥା ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ଲକ୍ଷ୍ୟ

Smruti Parija
Browse all articles by Smruti Parija
·2 years ago
ଶକ୍ତି ଦକ୍ଷତା ତଥା ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ଲକ୍ଷ୍ୟ

ଅର୍ଗସ ବ୍ୟୁରୋ: ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ। ଶକ୍ତି ସଂରକ୍ଷଣର ଗୁରୁତ୍ବ ଉପରେ ବାର୍ତ୍ତା ବିସ୍ତାର କରିବା ଏବଂ ଶକ୍ତି ଦକ୍ଷତା ତଥା ସଂରକ୍ଷଣ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରଦର୍ଶନ କରିବା ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ରୂପେ ପାଳନ କରାଯାଉଛି ।  ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ଜାତୀୟ ଶକ୍ତି ସଂରକ୍ଷଣ ଦିବସ  ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଂଶଗ୍ରହଣ କରିବେ। 

ଏହି ଅବସରରେ ରାଷ୍ଟ୍ରପତି  ସମାବେଶକୁ ସମ୍ବୋଧିତ କରିବେ ଏବଂ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ,  ଜାତୀୟ ଶକ୍ତି ଦକ୍ଷତା ଅଭିନବ ପୁରସ୍କାର ଏବଂ ଶକ୍ତି ସଂରକ୍ଷଣ ଉପରେ ଜାତୀୟ ଚିତ୍ରକଳା ପ୍ରତିଯୋଗିତା 2023 ର ବିଜେତାମାନଙ୍କୁ ମଧ୍ୟ ସମ୍ମାନିତ କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
N/A | Argus News