Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭକ୍ତି ହିଁ ଶକ୍ତି; ୧୧୬ ବର୍ଷରେ ୯ କିମି ପାହାଡ଼ ଚଢ଼ି ଭେଙ୍କଟେଶ୍ଵରଙ୍କ ଦର୍ଶନ କଲେ ମହିଳା

Viral stories

Tirumala Miracle / ଭକ୍ତି ହିଁ ଶକ୍ତି; ୧୧୬ ବର୍ଷରେ ୯ କିମି ପାହାଡ଼ ଚଢ଼ି ଭେଙ୍କଟେଶ୍ଵରଙ୍କ ଦର୍ଶନ କଲେ ମହିଳା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭକ୍ତି ହିଁ ଶକ୍ତି; ୧୧୬ ବର୍ଷରେ ୯ କିମି ପାହାଡ଼ ଚଢ଼ି ଭେଙ୍କଟେଶ୍ଵରଙ୍କ ଦର୍ଶନ କଲେ ମହିଳା
116-Year-Old Woman Climbs 3,550 Steps for Darshan

Key Points

ଭକ୍ତି ଆଗରେ ହାର୍ ମାନିଲା ବୟସ । ୧୧୬ ବର୍ଷରେ ୯ କିଲୋମିଟର ପାହାଡ଼ ଚାଲିଚାଲି ଓ ୩୫୫୦ ଶିଡ଼ି ଚଢ଼ି ଭେଙ୍କଟେଶ୍ଵରଙ୍କ ଦର୍ଶନ କରେ ୧୧୬ ବର୍ଷର ନବନୀଥମ୍ମା ।
ତିରୁପତି: ମନରେ ଭକ୍ତି ଆଉ ଦୃଢ଼ ଇଚ୍ଛା ଶକ୍ତି ଥିଲେ ପାହାଡ଼ ବି ବାଧକ ସାଜି ପାରିବନି । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ୧୧୬ ବର୍ଷର ମହିଳା । ଆନ୍ଧ୍ରପ୍ରଦେଶର ପାହାଡ଼ ଉପରେ ଥିବା ତିରୁମାଳା ମନ୍ଦିର ଯାଇ ଭଗବାନ ଭେଙ୍କଟେଶ୍ଵରଙ୍କ ଦର୍ଶନ କରିଛନ୍ତି ବୃଦ୍ଧା ଜଣଙ୍କ । ତାହା ବି ୯ କିଲୋମିଟର ଚାଲିଚାଲି ଓ ୩୫୫୦ ଶିଡ଼ିକୁ ଚଢ଼ି ।

ବୃଦ୍ଧା ଜଣଙ୍କର ଧୈର୍ଯ୍ୟ, ସାହସ ଓ ଶକ୍ତିକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି । ତିରୁମାଳା ମନ୍ଦିର ଟ୍ରଷ୍ଟ ଏହି ମହିଳାଙ୍କ ପାଇଁ VIP ଦର୍ଶନ ବ୍ୟବସ୍ଥା କରାଇଛି । ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ମଧ୍ଯ ମହିଳାଙ୍କ ମନୋବଳର ପ୍ରଶଂସା କରିଛନ୍ତି । ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ୧୧୬ ବର୍ଷର ବୃଦ୍ଧାଙ୍କ ଭିଡିଓ ।

୯ କିଲୋମିଟର, ୩୫୫୦ ଶିଡ଼ି

ବୃଦ୍ଧା ଜଣଙ୍କ ପାଦରେ ଚାଲି ଚାଲି ତିରୁମାଳା ମନ୍ଦିର ପର୍ଯ୍ୟନ୍ତ ଯାଉଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ବୃଦ୍ଧା ଜଣଙ୍କ ହେଉଛନ୍ତି ୧୧୬ ବର୍ଷୀୟ ନବନୀଥମ୍ମା । ସେ ତାଙ୍କ ପରିବାର ଲୋକଙ୍କ ସହାୟତାରେ ପାହାଡ଼ର ଶିଡ଼ି ଚଢ଼ି ଉପରେ ଥିବା ତିରୁମାଳା ମନ୍ଦିରରେ ପହଞ୍ଚିଛନ୍ତି ।

ବୟସ ଅଧିକ ହୋଇଥିଲେ ବି ଭଗବାନ ଭେଙ୍କଟେଶ୍ଵରଙ୍କ ପୂଜା ପାଇଁ ଶେଷାଚଳମ ପାହାଡ଼ର ୯ କିଲୋମିଟର ରାସ୍ତାକୁ ଅଲୀପିରୀର ୩୫୫୦ ଶିଡ଼ି ଚଢ଼ଛନ୍ତି ନବନୀଥମ୍ମା । ଏବେ ନବନୀଥମ୍ମାଙ୍କ ଉତ୍ସାହ ଓ ମନୋବଳ ସହ ଭକ୍ତିକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ମହିଳା ଜଣଙ୍କର ଅତୁଟ ଆସ୍ଥାରେ ପ୍ରଭାବିତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ । ଏନ୍. ଚନ୍ଦ୍ରବାବୁ, ନବନୀଥମ୍ମାଙ୍କ ପ୍ରଶଂସା କରି ପୋଷ୍ଟ କରିଛନ୍ତି । ଲେଖିଛନ୍ତି, "ଭକ୍ତି କ୍ଷେତ୍ରରେ ବୟସ କେବଳ ଏକ ସଂଖ୍ୟା ମାତ୍ର ଆଉ ନବନୀଥମ୍ମାଙ୍କ ଯାତ୍ରା ପ୍ରେରଣାଦାୟକ ଅଟେ ।"

ଆଗେଇ ଆସିଲା TTD

୧୧୬ ବର୍ଷରେ ମହିଳା ଜଣଙ୍କ ୩୫୫୦ ଶିଡ଼ି ଚଢ଼ି ତିରୁମାଳାରେ ମନ୍ଦିର ପହଞ୍ଚିଛନ୍ତି । ଏହି ଭିଡିଓ ଭାଇରାଲ୍ ହେଉଥିବା ବେଳେ TTD ଅଧ୍ୟକ୍ଷ ବି.ଆର୍ ନାଇଡୁ କହିଛନ୍ତି, "ଆମେ ଏହା ଜାଣିବା ପରେ ନବୀନଥମ୍ମାଙ୍କ ସନ୍ଧାନ କରିଥିଲୁ । ନବନୀଥମ୍ମା ଓ ତାଙ୍କ ପରିବାର ଲାଗି VIP ଦର୍ଶନ ବ୍ୟବସ୍ଥା କରିଥିଲୁ ।"

ଏଥିସହ ପଢ଼ନ୍ତୁ: କିଏ ଲୁଚାଇଥିଲା ଏତେ ସୁନା ? ବିଲ ଖୋଳିବା ବେଳେ ଖୋଲିଲା ବଡ଼ ରହସ୍ୟ 

ଏବେ ନବନୀଥମ୍ମାଙ୍କ ଏହି ପ୍ରୟାସକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି । ବୃଦ୍ଧାଙ୍କ ଅସାଧାରଣ ଭକ୍ତି ଆଗରେ ସମସ୍ତେ ମଥାନତ କରୁଛନ୍ତି । ଏଥିସହ ତାଙ୍କ ପାଇଁ ମନ୍ଦିର ପ୍ରଶାସନ ସ୍ଵତନ୍ତ୍ର ବ୍ୟବସ୍ଥା ତତ୍‌କ୍ଷଣାତ୍ କରିଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored