Videos
|
Viral-stories

Viral Engagement Drama / ୭୫ ବର୍ଷୀୟ ବୃଦ୍ଧଙ୍କୁ ବାହା ହେବା ନାଟକ… ଫେରିଆସିଲେ ସ୍ୱାମୀ, ବଦଳିଗଲା ରାଣୀଙ୍କ ନିଷ୍ପତ୍ତି

Ritu Das
Browse all articles by Ritu Das
·1 hour ago·2 min read
୭୫ ବର୍ଷୀୟ ବୃଦ୍ଧଙ୍କୁ ବାହା ହେବା ନାଟକ… ଫେରିଆସିଲେ ସ୍ୱାମୀ, ବଦଳିଗଲା ରାଣୀଙ୍କ ନିଷ୍ପତ୍ତି
India

Key Points

ସୋସିଆଲ ମିଡିଆରେ ଲୋକପ୍ରିୟିା ହାସଲ କରିବାକୁ ଲୋକ କିଛି ବି କରୁଛନ୍ତି
ସୋସିଆଲ ମିଡିଆରେ ଲୋକପ୍ରିୟିା ହାସଲ କରିବାକୁ ଲୋକ କିଛି ବି କରୁଛନ୍ତି। ଉତ୍ତର ପ୍ରଦେଶର ଔରୈୟାରେ ୭୫ ବର୍ଷୀୟ ରାମସୁଗର ଏବଂ ରାଣୀ କିଛି ଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା ଜଣେ ୭୫ ବର୍ଷର ବୁଢାକୁ ଜଣେ ୩୦ବର୍ଷୀୟା ଝିଅ ନିର୍ବନ୍ଧ କରିଥିଲା। କିନ୍ତୁ ଆଜି ଏକ ଖବର ଆସିଛି ଏହା କେବଳ ଏକ ସୁନିୟୋଜିତ ନାଟକ ବ୍ୟତୀତ ଅନ୍ୟ କିଛି ନଥିଲା। ସୋସିଆଲ ମିଡିଆରେ ଅଧିକ 'ଲାଇକ୍' (likes) ଏବଂ 'ଭ୍ୟୁ' (views) ପାଇବା ଉଦ୍ଦେଶ୍ୟରେ ହିଁ ଏହି ସମଗ୍ର ଘଟଣାଟିକୁ କରାଯାଇଥିଲା। ଶସ୍ତା ଲୋକପ୍ରିୟତା ପାଇବାର ଲୋଭରେ ସମ୍ପର୍କର ପବିତ୍ରତାକୁ ଏକ ପରିହାସର ବିଷୟ କରାଯାଉଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବଂ ଉକ୍ତ ବୟସ୍କ ବ୍ୟକ୍ତି ଓ ଯୁବତୀଙ୍କ ନିର୍ବନ୍ଧ, ବିବାହ ତଥା ହଳଦୀ ଉତ୍ସବର ଖବର ବିଭିନ୍ନ ଖବରକାଗଜ ଓ ଟେଲିଭିଜନ ଚ୍ୟାନେଲରେ ଚାରିଆଡେ ବାଜୁଥିଲା। 

ଭାଇରାଲ ଡ୍ରାମାରେ ମୁଖ୍ୟ ଭୂମିକାରେ ଥିବା ରାଣୀ ଜଣେ ବୃଦ୍ଧଙ୍କୁ ବିବାହ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଦେଖି ରାଣୀଙ୍କ ସ୍ବାମୀ ଫେରିଆସିଥିଲେ। ଏହାପରେ ଆମ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହି ଭିଡିଓକୁ ନେଇ ବହୁତ ଝଗଡ଼ା ଚାଲିଲା। ମୋ ସ୍ବାମୀଙ୍କ କହିବା କଥା ହେଲା ମୋତେ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କେମିତି କରିଲ? ରାଣୀ କହିଲେ ମୁଁ ବୃଦ୍ଧ ବ୍ୟକ୍ତିଙ୍କୁ ବାହା ହୋଇନି ଏହା କେବଳ ନାଟକ ଥିଲା। ସ୍ୱାମୀଙ୍କ ଆଡ଼କୁ ଇଙ୍ଗିତ କରି ସେ କହିଲେ, "ଆମେ ଏବେ ନିଷ୍ପତ୍ତି ନେଇଛୁ ଯେ ମୁଁ ମୋ ସ୍ବାମୀଙ୍କ ସହିତ ରହିବି। ଯଦି ମୋତେ
କେବେ ପୁଣି ବିବାହ କରିବାକୁ ପଡ଼େ, ତେବେ ମୁଁ ତାଙ୍କୁ ହିଁ ବିବାହ କରିବି।"

ରାଣୀ ଏହା ଖଣ୍ଡନ କରିଛନ୍ତି ଯେ ତାଙ୍କ ନିର୍ବନ୍ଧ ଏକ ସୁନିୟୋଜିତ ନାଟକ ଥିଲା। ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ଲାଗିଲା ଯେ ତାଙ୍କୁ ସମର୍ଥନ କରିବାକୁ କେହି ନାହାନ୍ତି, ସେତେବେଳେ ସେ ନିଜ ସାଙ୍ଗ ରାଧାଙ୍କ ନିକଟରେ ମନର କଥା ପ୍ରକାଶ କରିଥିଲେ। ତେବେ, ପରିସ୍ଥିତି ବର୍ତ୍ତମାନ ବଦଳି ଯାଇଛି। ରାଣୀ ଜଣାଇଛନ୍ତି ଯେ ସେହି ବୟସ୍କ ବ୍ୟକ୍ତିଙ୍କ ସହ ହୋଇଥିବା ନିର୍ବନ୍ଧ ସମ୍ପୂର୍ଣ୍ଣ ମିଥ୍ୟା। ଯଦିଓ ରାଧା ଏବେ ମଧ୍ୟ ବିବାହ ପାଇଁ ଜିଦ୍ ଧରିଛନ୍ତି, ତଥାପି ଏହି ବିବାହ ହେବ ନାହିଁ। କାରଣ ତାଙ୍କ ସ୍ୱାମୀ ଫେରିଆସିଛନ୍ତି।

ରାଧା ଏବଂ ତାଙ୍କ ପରିବାରକୁ ଚେତାବନୀ
ରାଣୀ ତାଙ୍କ ସାଙ୍ଗ ରାଧା ଏବଂ ତାଙ୍କ ପରିବାରକୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଆଉ କୌଣସି ବ୍ଲଗ୍ କିମ୍ବା ଭିଡିଓ ପୋଷ୍ଟ କରାଯିବା ଉଚିତ୍ ନୁହେଁ। ରାଣୀ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, ସେ ରାଧାଙ୍କୁ ତାଙ୍କ ବିଷୟରେ ଆଉ କୌଣସି ବ୍ଲଗ୍ କିମ୍ବା ବିଷୟବସ୍ତୁ ପୋଷ୍ଟ ନ କରିବାକୁ ଏବଂ ତାଙ୍କ ପାରିବାରିକ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ କହିସାରିଛନ୍ତି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ରାଧା, ତାଙ୍କ ଭଉଣୀ କିମ୍ବା ତାଙ୍କ ବାପା (ଯିଏ ବୟସ୍କ ଅଟନ୍ତି) — ଏମାନଙ୍କ ସହିତ ତାଙ୍କର ଆଉ କୌଣସି ସମ୍ପର୍କ ନାହିଁ କିମ୍ବା ସେମାନଙ୍କ ପ୍ରତି ତାଙ୍କର କୌଣସି ଆଗ୍ରହ ମଧ୍ୟ ନାହିଁ।
 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ସମୟରେ, ବୃଦ୍ଧ ବ୍ୟକ୍ତିଙ୍କ ଝିଅ ରାଧା, ରାଣୀଙ୍କ ନିଷ୍ପତ୍ତି ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହାକୁ ଏକ ବିଶ୍ୱାସଘାତକତା ବୋଲି କହିଛନ୍ତି। ସେ କହିଛନ୍ତି ଯେ, ସେ ଏହି ବିଷୟରେ ରାଣୀ ଓ ତାଙ୍କ ପରିବାର ସହ କଥା ହେବେ। ଏହି ସମୟରେ, ବୃଦ୍ଧ ବ୍ୟକ୍ତିଙ୍କ ଚେହେରାରେ ମଧ୍ୟ ଗଭୀର ଦୁଃଖ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା।