Videos
|
Viral-stories

Emotional Viral Video / ହାତ ଯୋଡ଼ି କାକୁତିମିନତି ହେଉଥିଲେ ବାପା…କିନ୍ତୁ ଝିଅ ଗୋଇଠା ମାରି ଚାଲିଗଲା

Ritu Das
Browse all articles by Ritu Das
·52 mins ago·2 min read
ହାତ ଯୋଡ଼ି କାକୁତିମିନତି ହେଉଥିଲେ ବାପା…କିନ୍ତୁ ଝିଅ ଗୋଇଠା ମାରି ଚାଲିଗଲା
India

Key Points

ମା’ ବାପା ନିଜ ଛୁଆଙ୍କୁ ବଡ଼ କରିବାପାଇଁ କେତେ ଯେ କଷ୍ଟ ସହିଥାଆନ୍ତି ତାହା ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ
ମା’ ବାପା ନିଜ ଛୁଆଙ୍କୁ ବଡ଼ କରିବାପାଇଁ କେତେ ଯେ କଷ୍ଟ ସହିଥାଆନ୍ତି ତାହା ଶବ୍ଦରେ ବର୍ଣ୍ଣନା କରିବା କଷ୍ଟ। କିନ୍ତୁ ସଇ ଛୁଆର ଯେତେବେଳେ ମୁଣ୍ଡକୁ ହାତ ପାଏ ସେ ନିଜ ଇଚ୍ଛାରେ ପିତାମାତାଙ୍କୁ ଠୋକର ମାରି ଚାଲିଯାଏ। ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। କିଛି ଏମିତି ଭିଡିଓ ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଭିଡିଓରେ, ଜଣେ ଅସହାୟ ଏବଂ ବୃଦ୍ଧ ପିତା ତାଙ୍କ ଝିଅକୁ ହାତ ଯୋଡି ଏବଂ ଆଖିରେ ଲୁହ ଧରି ଘରକୁ ଫେରିବାକୁ ନିବେଦନ କରୁଥିବାର ଦେଖାଯାଉଛି। ତାଙ୍କର ଲୁହ ଭରା ନିବେଦନ ସତ୍ତ୍ୱେ, ଝିଅଟି କିଛି ଶୁଣୁ ନଥିଲା। ହାତକୁ ଠେଲି ତାଙ୍କ ପ୍ରେମିକଙ୍କ ପାଖକୁ ଚାଲିଗଲା। ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି। ଏହି ଦୁଃଖଦ ଦୃଶ୍ୟ ଦେଖିବା ପରେ ଲୋକମାନେ ଭାବପ୍ରବଣ ହୋଇପଡ଼ୁଛନ୍ତି।

କଲେଜ କ୍ୟାମ୍ପସରେ ଏକ ହାଇ-ଭୋଲଟେଜ୍ ଡ୍ରାମା ଆରମ୍ଭ ହୋଇଛି, ଝିଅ ଚାଲିଯାଉଥିବା ସମୟରେ ବାପା କାନ୍ଦୁଛନ୍ତି। ସୋସିଆଲ୍ ମିଡିଆରେ ପ୍ରସାରିତ ସୂଚନା ଏବଂ ଫୁଟେଜ୍ ଅନୁଯାୟୀ, ସମଗ୍ର ଘଟଣାଟି ଏକ କଲେଜ କ୍ୟାମ୍ପସ ଭିତରେ ଘଟିଥିବା କୁହାଯାଉଛି। ଭିଡିଓରେ ଦେଖାଯାଉଛି ଯେ ଜଣେ ବୃଦ୍ଧ ପିତା ତାଙ୍କ ଝିଅକୁ ହାତ ଯୋଡି ନିବେଦନ କରୁଛନ୍ତି। ବାପାଙ୍କ ଆଖି ଲୁହରେ ଭରିଯାଉଛି, କିନ୍ତୁ ଝିଅ ପରିବାରର ଭାବନାକୁ ଅଣଦେଖା କରି ତାଙ୍କ ସାଥୀଙ୍କ ସହିତ ଚାଲିଯିବାକୁ ନିଷ୍ପତ୍ତି ନେଉଛି। ସେଠାରେ ଉପସ୍ଥିତ ଲୋକମାନେ ଏହି ସମ୍ପୂର୍ଣ୍ଣ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହା ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି।

ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଭିଡିଓଟି ଭାଇରାଲ ହେବା ମାତ୍ରେ ନେଟିଜେନମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଆରମ୍ଭ କଲେ। ଲୋକମାନେ ଝିଅର ଏମିତି ବ୍ୟବହାର ଦେଖି ନିଷ୍ଠୁର ଝିଅ ବୋଲି କହିଛନ୍ତି। ପିତାମାତାଙ୍କ ଯନ୍ତ୍ରଣା ପ୍ରତି ସହାନୁଭୂତି ପ୍ରକାଶ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, "ଯେଉଁ ବାପା ନିଜର ସମଗ୍ର ଜୀବନ ଏକ ପିଲାକୁ ପାଳନ ପୋଷଣ ପାଇଁ ନିଜର ସର୍ବସ୍ବ ତ୍ୟାଗ କରିଦେଇଥାଆନ୍ତି। ତାଙ୍କ ଆଖିରେ ଏପରି ଲୁହ ଦେଖିବା ବହୁତ କଷ୍ଟଦାୟକ।" ଆଉ ଜଣେ ଲେଖିଛନ୍ତି, "ପ୍ରତ୍ୟେକଙ୍କ ଇଚ୍ଛା ଅନୁସାରେ ଜୀବନଯାପନ କରିବାର ଅଧିକାର ଅଛି, କିନ୍ତୁ ରାସ୍ତାରେ ବାପାଙ୍କୁ ଏପରି କନ୍ଦାଇବା ଠିକ୍ ନୁହେଁ।" foofaji ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି ଏବଂ ଅନେକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: