One Crore Gift / ଭିଣେଇଙ୍କ ଅଜବ ଉପହାର... ଦୁଇ ଶଳାଙ୍କୁ ପିନ୍ଧାଇଲେ ୧ କୋଟି ଟଙ୍କାର ନୋଟ୍ ମାଳ

Key Points
ଦୁଇ ଶଳାଙ୍କୁ ପିନ୍ଧାଇଲେ ୧ କୋଟି ଟଙ୍କାର ନୋଟ୍ ମାଳ
୧୦୦ ଫୁଟ୍ର ନୋଟ୍ ମାଳ, ସମ୍ଭାଳିବାକୁ ଲାଗିଲେ ଅନେକ ଲୋକ ।
ବାହାଘରରେ ଉପହାର ତ ଅନେକ ମିଳିଥାଏ, କିନ୍ତୁ ଏମିତି ଉପହାର ହୁଏତ ଆପଣ କେବେ ଦେଖିନଥିବେ । ଦୁଇ ଶଳାଙ୍କ ବାହାଘରରେ ଭିଣେଇ ଏମିତି ଏକ ଚମକାଇଦେବା ଉପହାର ଦେଇଛନ୍ତି, ଯାହାକୁ ଦେଖି ପୂରା ବରଯାତ୍ରୀ ତାଜୁବ୍ । ଫୁଲମାଳ ନୁହେଁ, ବରଂ ୫୦୦ ଟଙ୍କିଆ ନୋଟ୍ରେ ତିଆରି ୧-୧ କୋଟି ଟଙ୍କାର ବିଶାଳ ମାଳ ପିନ୍ଧାଇଛନ୍ତି ଦୁଇ ବରଙ୍କୁ । ଏହି ଅଜବ ଉପହାରର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।
୧୦୦ ଫୁଟ୍ର ନୋଟ୍ ମାଳ, ସମ୍ଭାଳିବାକୁ ଲାଗିଲେ ଅନେକ ଲୋକ
ଏଭଳି ଅଦ୍ଭୁତ ଘଟଣା ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ସୁରୀର ଥାନା ଅଞ୍ଚଳ ଅନ୍ତର୍ଗତ ନଗଲା ଫୋଣ୍ଡା ଗାଁରେ ଘଟିଛି । ଶନିବାର ସନ୍ଧ୍ୟାରେ ଦୁଇ ଭାଇ ପ୍ରଶାନ୍ତ ଓ କାନ୍ହା ରାଘବଙ୍କ ଘୋଡ଼ାଚଢ଼ି ରୀତିନୀତି ଚାଲିଥିବା ସମୟରେ ସେମାନଙ୍କ ଭିଣେଇ ଯୋଗେଶ କୁମାର ଓରଫ ଭୁରା ଠାକୁର ଏହି ନିଆରା ଉପହାର ଦେଇଥିଲେ ।
ରିପୋର୍ଟ ଅନୁସାରେ, ଉଭୟ ମାଳ ୫୦୦ ଟଙ୍କିଆ ନୋଟ୍ରେ ତିଆରି ହୋଇଥିବା ବେଳେ ପ୍ରତ୍ୟେକ ମାଳର ମୂଲ୍ୟ ୧ କୋଟି ଟଙ୍କା ବୋଲି କୁହାଯାଉଛି । ମାଳଗୁଡ଼ିକର ଲମ୍ବ ପ୍ରାୟ ୧୦୦ ଫୁଟ୍ ଥିଲା । ଏତେ ବଡ଼ ଓ ଭାରୀ ମାଳକୁ ଧରିବା ପାଇଁ ଏକାଧିକ ଲୋକଙ୍କ ସହାୟତା ନେବାକୁ ପଡ଼ିଥିଲା ।
ଛାତ ଉପରେ ଠିଆ ହୋଇ ମାଳ ପିନ୍ଧିଲେ ବର
ଏହି ବିଶାଳ ନୋଟ୍ ମାଳ ପିନ୍ଧାଇବା ପାଇଁ ଦୁଇ ବରଙ୍କୁ ଛାତ ଉପରେ ଠିଆ କରାଯାଇଥିଲା । ପରେ ଅନେକ ଲୋକ ମିଶି ମାଳଗୁଡ଼ିକୁ ସମ୍ଭାଳି ଉଭୟଙ୍କୁ ପିନ୍ଧାଇଥିଲେ । ଏହି ଦୃଶ୍ୟକୁ ଦେଖି ବିବାହରେ ଉପସ୍ଥିତ ସମ୍ପର୍କୀୟ ଓ ଗ୍ରାମବାସୀ ମୋବାଇଲ୍ରେ ଭିଡିଓ କରିଥିଲେ। ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ।
ଗୋବର୍ଦ୍ଧନରେ ହେବାର ଥିଲା ବିବାହ
ସୂଚନା ଅନୁସାରେ, ପ୍ରଶାନ୍ତ ଓ କାନ୍ହା ରାଘବଙ୍କ ବିବାହ ଗୋବର୍ଦ୍ଧନର ମୁଡ଼ସେରସ ଗାଁର ଦୁଇ ଯୁବତୀଙ୍କ ସହ ସ୍ଥିର ହୋଇଥିଲା । ଉଭୟ ବର କୃଷକ ନେତା ମହାବୀର ସ୍ୱାମୀଙ୍କ ପୁତୁରା ବୋଲି ଜଣାପଡ଼ିଛି । ଅନ୍ୟପଟେ, ଜିଜା ଯୋଗେଶ କୁମାର ରାଜସ୍ଥାନର କାମାଁ ଅଞ୍ଚଳର ନନ୍ଦୋଲା ଗାଁର ବାସିନ୍ଦା ଏବଂ ସେଠାକାର ସରପଞ୍ଚ ବୋଲି କୁହାଯାଉଛି ।
ତେବେ ଏହି ନିଆରା ଉପହାରକୁ ନେଇ ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଯଦିଓ ମାଳରେ ଲାଗିଥିବା ଟଙ୍କାର ମୋଟ ମୂଲ୍ୟ ୨ କୋଟି ବୋଲି ଦାବି କରାଯାଉଛି, ତଥାପି ଏହାର ସ୍ୱତନ୍ତ୍ର ଭାବେ ସତ୍ୟାପନ ହୋଇନାହିଁ ।
📱 Get Argus News App
✨Related Topics
Explore more stories