Videos
|
Viral-stories

Shocking Death / ମୃତ୍ୟୁ ପରେ କଫିନରେ ୨ ଦିନ… ହଠାତ୍ ଶୁଭିଲା ଗୁଣୁଗୁଣୁ, ଖୋଲିଲା ବେଳକୁ ଜୀବିତ ଥିଲେ ବୃଦ୍ଧା

Ritu Das
Browse all articles by Ritu Das
·1 hour ago·2 min read
ମୃତ୍ୟୁ ପରେ କଫିନରେ ୨ ଦିନ… ହଠାତ୍ ଶୁଭିଲା ଗୁଣୁଗୁଣୁ, ଖୋଲିଲା ବେଳକୁ ଜୀବିତ ଥିଲେ ବୃଦ୍ଧା
SurPrise

Key Points

ମୃତ୍ୟୁର ଦୁଇ ଦିନ ପରେ କଫିନରୁ ଶୁଭିଲା ଗୁଣୁଗୁଣୁ ଶବ୍ଦ!
ପରିବାର ଲୋକେ ଭୟରେ କଫିନ ଖୋଲିବା ପରେ ଯାହା ଦେଖିଲେ, ତାହା ସମସ୍ତଙ୍କୁ ଚକିତ କରିଦେଲା
ମୃତ୍ୟୁର ଦୁଇ ଦିନ ପରେ କଫିନରୁ ଶୁଭିଲା ଗୁଣୁଗୁଣୁ ଶବ୍ଦ! ପରିବାର ଲୋକେ ଭୟରେ କଫିନ ଖୋଲିବା ପରେ ଯାହା ଦେଖିଲେ, ତାହା ସମସ୍ତଙ୍କୁ ଚକିତ କରିଦେଲା। ମୃତ ବୋଲି ଭାବି କଫିନରେ ରଖାଯାଇଥିବା ୭୦ ବର୍ଷରୁ ଅଧିକ ବୟସ୍କା ମହିଳା ସେତେବେଳେ ନିଶ୍ୱାସ ନେଉଥିଲେ ଏବଂ ହୃଦସ୍ପନ୍ଦନ ମଧ୍ୟ ଚାଲୁଥିଲା। ଚୀନର ହେବେଇ ପ୍ରଦେଶର ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତେବେ ଏହା କ’ଣ ଚମତ୍କାର ନା ଏହା ପଛରେ ରହିଛି ଏକ ଚିକିତ୍ସା ବିଜ୍ଞାନସମ୍ପର୍କୀୟ କାରଣ? ଚାଲନ୍ତୁ ଜାଣିବା।

ସ୍ଥାନୀୟ ଗଣମାଧ୍ୟମ (ସାଉଥ ଚାଇନା ମର୍ନିଙ୍ଗ )ରିପୋର୍ଟ ଅନୁଯାୟୀ, ବୃଦ୍ଧା ମହିଳା ଜଣକ କିଛି ବର୍ଷ ଧରି ସେରେବ୍ରାଲ୍ ଥ୍ରୋମ୍ବୋସିସ୍ (ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା) ଏବଂ କର୍କଟ ଭଳି ରୋଗରେ ପୀଡ଼ିତ ଥିଲେ। ଶେଷରେ ଡାକ୍ତର ତାଙ୍କ କ୍ୟାନସର ରୋଗର ଚିକିତ୍ସା ଏବେ ସମ୍ଭବ ନୁହେଁ ବୋଲି କହି ଫେରାଇ ଦେଇଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ଘରକୁ ଫେରାଇ ଆଣି ଯତ୍ନ ନେଉଥିଲେ। ମୃତ ବୋଲି ଭ୍ରମ : ସେପ୍ଟେମ୍ବର ୮ ତାରିଖରେ ପରିବାର ଲୋକେ ମହିଳାଙ୍କ ଦେହରେ ଜୀବନ ନଥିବା ଭଳି ଅନୁଭବ କଲେ। ପରିବାର ଲୋକଙ୍କୁ ଲାଗିଲା କି ସମ୍ପୃକ୍ତ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି। ବାହାରେ ଥିବା ଅନ୍ୟ ସମ୍ପର୍କୀୟମାନେ ଫେରିବା ପର୍ଯ୍ୟନ୍ତ ଶରୀରକୁ ସୁରକ୍ଷିତ ରଖିବା ପାଇଁ ତାଙ୍କୁ ରେଫ୍ରିଜରେଟେଡ୍ କଫିନରେ ରଖାଯାଇଥିଲା।

ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟାରେ ମହିଳାଙ୍କ ବୋହୂ ହଠାତ ଏମିତି ଏକ ଶବ୍ଦ ଶୁଣିଲେ। ଯାହାକୁ ସେ ନିଜେ ମଧ୍ୟ ବିଶ୍ବାସ କରିପାରିଲେନି। ତାଙ୍କ ବୋହୂ କଫିନ ଭିତରୁ ଗୁଣୁଗୁଣ ଶବ୍ଦ ଶୁଣିଥିଲେ ଭୟଭୀତ ହୋଇ ପରିବାର ଲୋକେ ତୁରନ୍ତ କଫିନ ଖୋଲିବାରୁ ମହିଳା ଜଣକ ନିଶ୍ୱାସ ନେଉଥିବା ଏବଂ ହୃଦୟ ସ୍ପନ୍ଦନ ହେଉଥିବା ଜାଣିବାକୁ ପାଇଥିଲେ। ସେପ୍ଟେମ୍ବର ୧୧ ତାରିଖରେ ଅନ୍ୟ ସଦସ୍ୟମାନେ ପହଞ୍ଚିବା ପରେ ସେ ଆଖି ମଧ୍ୟ ଖୋଲିଥିଲେ। କିନ୍ତୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେ ଠିକ୍ ଭାବରେ ଖାଇବା କିମ୍ବା ପିଇବାକୁ ଅସମର୍ଥ ଥିଲେ। ଶେଷରେ ସେପ୍ଟେମ୍ବର ୧୧ ତାରିଖ ରାତିରେ ତାଙ୍କର ପୁନର୍ବାର ମୃତ୍ୟୁ ଘଟିଥିଲା ଏବଂ ସେପ୍ଟେମ୍ବର ୧୩ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
ତେବେ ଯେଉଁ ମହିଳାଙ୍କର ମୃତ୍ୟ ପରିବାର ଲୋକ ୮ ସେପ୍ଟେମ୍ବରରୁ ହୋଇଥିବା ମାନିଯାଇଥିଲେ କିନ୍ତୁ ପୁଣି କଫିନ ଭିତରେ ଜୀବିତ ଥାଇ ଦୁଇ ଦିନ ପରେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବାପରେ ବହୁ ପ୍ରକାର ପ୍ରଶ୍ନ ଲୋକଙ୍କ ମନରେ ଆସୁଛି। ଏମିତି କେମିତି ସମ୍ଭବ। ଜଣେ ମୃତ ବ୍ୟକ୍ତି ପୁଣି ଜୀବିତ କେମିତି ହେଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡାକ୍ତରମାନେ କ'ଣ କୁହନ୍ତି?
ଡାକ୍ତରଙ୍କ କହିବା ଅନୁଯାଇ , ଏହି ମାମଲା "ଦୃଶ୍ୟମାନ ମୃତ୍ୟୁ" (Apparent Death) ଅବସ୍ଥା ସହିତ ଜଡିତ ହୋଇପାରେ। ଏପରି ପରିସ୍ଥିତିରେ ଶରୀରର ମେଟାବୋଲିଜିମ୍, ଶ୍ୱାସକ୍ରିୟା ଏବଂ ହୃଦସ୍ପନ୍ଦନ ଏତେ ଅତ୍ୟନ୍ତ ଧୀର ହୋଇଯାଏ ଯେ ସାଧାରଣ ପଦ୍ଧତିରେ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇପାଏ ଏବଂ ବ୍ୟକ୍ତି କୋମାକୁ ଚାଲିଯାଆନ୍ତି। ଏଥିସହ, କଫିନର ଥଣ୍ଡା ପରିବେଶ ତାଙ୍କ ଶାରୀରିକ କାର୍ଯ୍ୟକଳାପକୁ ଅଧିକ ମନ୍ଥର କରିଦେଇଥିବାରୁ ସେ ପରେ ଜୀବନର ସଙ୍କେତ ଦେଖାଇବା ସମ୍ଭବ ହୋଇଥିଲା।
ଏହି ଆଶ୍ଚର୍ଯ୍ୟକର ଘଟଣା ବ୍ୟକ୍ତିବିଶେଷଙ୍କ ମୃତ୍ୟୁ ନିଶ୍ଚିତ କରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବା ନେଇ ପୁନର୍ବାର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି ।