Employee Leave / ଛୁଟିରେ ଥିବାବେଳେ ବସ୍ଙ୍କ WhatsApp ମେସେଜ୍, ଜବାବ ଦେଲେନି କର୍ମଚାରୀ; Work-Life Balanceକୁ ନେଇ ଚର୍ଚ୍ଚା
·2 hours ago·3 min read

Key Points
ଜଣେ କର୍ମଚାରୀ ଛୁଟିରେ ଥିବାବେଳେ ମ୍ୟାନେଜରଙ୍କ WhatsApp ମେସେଜ୍ର ଜବାବ ନଦେବାରୁ Work-Life Balanceକୁ ନେଇ ଆରମ୍ଭ ହୋଇଛି ବିତର୍କ
ଅଫିସ୍ରେ ଦିନରାତି ପରିଶ୍ରମ କରିବା ପରେ ପ୍ରତ୍ୟେକ କର୍ମଚାରୀ ଚାହାନ୍ତି ଛୁଟି ସମୟରେ ଟିକିଏ ଆରାମ କରିବାକୁ। ଅଫିସ୍ କାମରୁ ଦୂରେଇ ପରିବାର ଓ ନିଜ ପାଇଁ ସମୟ ଦେବାକୁ ମିଳିଥାଏ ଏହି ସୁଯୋଗ। କିନ୍ତୁ ଅନେକ ସମୟରେ ଛୁଟିରେ ଥିଲେ ମଧ୍ୟ ବସ୍ଙ୍କ ଫୋନ୍ ଓ ମେସେଜ୍ରୁ ମୁକ୍ତି ମିଳେନାହିଁ। ଏବେ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ କର୍ମଚାରୀ ଛୁଟିରେ ଥିବାବେଳେ ମ୍ୟାନେଜରଙ୍କ WhatsApp ମେସେଜ୍ର ଜବାବ ନଦେବାରୁ Work-Life Balanceକୁ ନେଇ ଆରମ୍ଭ ହୋଇଛି ବିତର୍କ।
ସୂଚନା ଅନୁସାରେ, ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀ ରେଡିଟ୍ରେ ନିଜ ଅନୁଭୂତି ସେୟାର କରିଛନ୍ତି। ସେ ନିଜ କାମ ପ୍ରତି ଯଥେଷ୍ଟ ଦାୟିତ୍ୱବାନ୍ ଏବଂ ସବୁବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ଶେଷ କରିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି। କର୍ମଚାରୀ ଜଣକ ଏକ ସପ୍ତାହ ପାଇଁ ଛୁଟି ନେଇଥିଲେ। ଛୁଟିକୁ ଯିବା ପୂର୍ବରୁ ସେ ନିଜର ସମସ୍ତ କାମ ଶେଷ କରିବା ସହ ଜରୁରୀ ଦାୟିତ୍ୱଗୁଡ଼ିକୁ ଅନ୍ୟ ସହକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ତାଙ୍କ ଅନୁପସ୍ଥିତିରେ ଯେପରି ଅଫିସ୍ କାମ ପ୍ରଭାବିତ ନହୁଏ, ସେଥିପାଇଁ ଆଗୁଆ ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲେ।
ଏଥି ସହ ପଢନ୍ତୁ: ଭାତ ଖାଇବା ପରେ କାହିଁକି ଲାଗେ ନିଦ ? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
ସବୁକିଛି ଯୋଜନା ଅନୁସାରେ କରିଥିଲେ ମଧ୍ୟ ଛୁଟିର ଚତୁର୍ଥ ଦିନରେ ତାଙ୍କ ମ୍ୟାନେଜର WhatsAppରେ ମେସେଜ୍ କରିଥିଲେ। କିଛି କାମ ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ଫୋନ୍ କରିପାରିବେ କି ବୋଲି ପଚାରିଥିଲେ। ତେବେ ମ୍ୟାନେଜର ନିଜେ ଆସନ୍ତା ସପ୍ତାହରେ ଛୁଟିରେ ଯିବାକୁ ଥିବାରୁ ତା’ ପୂର୍ବରୁ କିଛି କାମ ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲେ। ଏହାକୁ ନେଇ କର୍ମଚାରୀ ଜଣକ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ମତରେ, ଯଦି ଏହି କାମଗୁଡ଼ିକ ବିଷୟରେ ଆଲୋଚନା କରିବାର ଥିଲା, ତେବେ ଛୁଟି ଆରମ୍ଭ ହେବା ପୂର୍ବରୁ ମ୍ୟାନେଜର କଥା ହୋଇପାରିଥାନ୍ତେ। ଏପରିକି ଫୋନ୍ କରିବା ପରିବର୍ତ୍ତେ ଇମେଲ୍ରେ ମଧ୍ୟ ଆବଶ୍ୟକ ତଥ୍ୟ ପଠାଇପାରିଥାନ୍ତେ।
- ଛୁଟି ପୂର୍ବରୁ ସାରିଥିଲେ ସମସ୍ତ କାମ

- ଛୁଟିର ଚତୁର୍ଥ ଦିନରେ ଆସିଲା ବସ୍ଙ୍କ ମେସେଜ୍
ସବୁକିଛି ଯୋଜନା ଅନୁସାରେ କରିଥିଲେ ମଧ୍ୟ ଛୁଟିର ଚତୁର୍ଥ ଦିନରେ ତାଙ୍କ ମ୍ୟାନେଜର WhatsAppରେ ମେସେଜ୍ କରିଥିଲେ। କିଛି କାମ ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ଫୋନ୍ କରିପାରିବେ କି ବୋଲି ପଚାରିଥିଲେ। ତେବେ ମ୍ୟାନେଜର ନିଜେ ଆସନ୍ତା ସପ୍ତାହରେ ଛୁଟିରେ ଯିବାକୁ ଥିବାରୁ ତା’ ପୂର୍ବରୁ କିଛି କାମ ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲେ। ଏହାକୁ ନେଇ କର୍ମଚାରୀ ଜଣକ ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ମତରେ, ଯଦି ଏହି କାମଗୁଡ଼ିକ ବିଷୟରେ ଆଲୋଚନା କରିବାର ଥିଲା, ତେବେ ଛୁଟି ଆରମ୍ଭ ହେବା ପୂର୍ବରୁ ମ୍ୟାନେଜର କଥା ହୋଇପାରିଥାନ୍ତେ। ଏପରିକି ଫୋନ୍ କରିବା ପରିବର୍ତ୍ତେ ଇମେଲ୍ରେ ମଧ୍ୟ ଆବଶ୍ୟକ ତଥ୍ୟ ପଠାଇପାରିଥାନ୍ତେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କାହିଁକି ଦେଲେନି ମେସେଜ୍ର ଜବାବ?
କର୍ମଚାରୀ ଜଣକ ମ୍ୟାନେଜରଙ୍କ ମେସେଜ୍ର କୌଣସି ଉତ୍ତର ଦେଇନଥିଲେ। ତାଙ୍କ କହିବା ଅନୁସାରେ, ଏହା ମ୍ୟାନେଜରଙ୍କ ଖରାପ ଯୋଜନାର ପରିଣାମ। ଏତେ ଜରୁରୀ କାମ ନଥିଲା ଯେ ଛୁଟି ମଝିରେ ତାଙ୍କୁ ଫୋନ୍ରେ ଯୋଗାଯୋଗ କରିବାକୁ ପଡ଼ିବ।
ସେ ନିଜ ଛୁଟିକୁ ଅଫିସ୍ କାମର ଚିନ୍ତା ବିନା ଉପଭୋଗ କରିବାକୁ ଚାହୁଁଥିଲେ। ତେଣୁ ମେସେଜ୍ର ଉତ୍ତର ନଦେବା ଠିକ୍ ନା ଭୁଲ୍, ସେନେଇ ରେଡିଟ୍ରେ ଅନ୍ୟ ୟୁଜର୍ସଙ୍କ ମତାମତ ଲୋଡ଼ିଥିଲେ।
- କର୍ମଚାରୀଙ୍କ ସମର୍ଥନରେ ଅନେକ ୟୁଜର୍ସ
ଏହି ପୋଷ୍ଟ ପରେ ଅନେକ ରେଡିଟ୍ ୟୁଜର୍ସ କର୍ମଚାରୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେମାନଙ୍କ ମତରେ, ଛୁଟି ହେଉଛି ନିଜ ପାଇଁ ଏବଂ ପରିବାର ପାଇଁ ସମୟ। ଏହି ସମୟରେ କର୍ମଚାରୀଙ୍କୁ ଅଫିସ୍ କାମରେ ବ୍ୟସ୍ତ ରଖିବା ଉଚିତ୍ ନୁହେଁ। ଜଣେ ୟୁଜର୍ କହିଛନ୍ତି ଯେ, କର୍ମଚାରୀ ଜଣକ ମେସେଜ୍ର ଉତ୍ତର ନଦେଇ ଠିକ୍ କରିଛନ୍ତି। ଅନ୍ୟ ଜଣେ ମତ ଦେଇଛନ୍ତି ଯେ, ଛୁଟି ସମୟ ନିଜର, ତେଣୁ ଏହାକୁ ଉପଭୋଗ କରିବା ଉଚିତ୍। ଆଉ କିଛି ୟୁଜର୍ସ ମ୍ୟାନେଜରଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
କିଛି ଲୋକ ଛୁଟି ସମୟରେ ଅଫିସ୍ ମେସେଜ୍ରୁ ଦୂରେଇ ରହିବା ପାଇଁ ମ୍ୟାନେଜରଙ୍କ ନୋଟିଫିକେସନ୍ ମ୍ୟୁଟ୍ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ତେବେ ସମସ୍ତେ କର୍ମଚାରୀଙ୍କ ନିଷ୍ପତ୍ତି ସହ ଏକମତ ହୋଇନାହାନ୍ତି। କିଛି ୟୁଜର୍ସଙ୍କ ମତରେ, କେବେ କେବେ ଅଫିସ୍ ସମ୍ପର୍କିତ ଜରୁରୀ କାମ ପାଇଁ ଛୁଟି ସମୟରେ ଯୋଗାଯୋଗ କରିବା ଭୁଲ୍ ନୁହେଁ। କିନ୍ତୁ ଏହା ନିୟମିତ ଅଭ୍ୟାସ ହେବା ଉଚିତ୍ ନୁହେଁ କିମ୍ବା କର୍ମଚାରୀଙ୍କ ଉପରେ ତୁରନ୍ତ ଉତ୍ତର ଦେବାର ଚାପ ରହିବା ଉଚିତ୍ ନୁହେଁ। ଏହି ଘଟଣା ପୁଣିଥରେ Work-Life Balance ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନର ଗୁରୁତ୍ୱକୁ ସାମ୍ନାକୁ ଆଣିଛି। ଛୁଟି ସମୟରେ କର୍ମଚାରୀଙ୍କ ବ୍ୟକ୍ତିଗତ ସମୟକୁ କେତେ ଗୁରୁତ୍ୱ ଦିଆଯିବା ଉଚିତ୍, ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।
Related Topics
Explore more stories