Kiss Demand Incident / ବିଦେଶୀ ମହିଳା ୟୁଟ୍ୟୁବରଙ୍କୁ ରାସ୍ତାରେ ଚୁମ୍ବନ ମାଗି ଫସିଲେ ଯୁବକ… ଭିଡିଓ ଭାଇରାଲ୍ ପରେ ଗିରଫ
·1 hour ago·2 min read

Key Points
ଉଦୟପୁରରେ ଥାଇ ୟୁଟ୍ୟୁବରଙ୍କୁ ଲିପ୍ କିସ୍ ମାଗିଲେ ଯୁବକ, ଭିଡିଓ ଭାଇରାଲ୍
ବାରମ୍ବାର ମନା ସତ୍ତ୍ୱେ ଚୁମ୍ବନ ପାଇଁ ଜିଦ୍, ଅଶାଳୀନ ବ୍ୟବହାର ଅଭିଯୋଗରେ ଗିରଫ
ରାଜସ୍ଥାନ ହେଉଛି ଦେଶର ସବୁଠୁ ସୁନ୍ଦର ସହର। ଆଉ ଆମ ଦେଶରେ ଅତିଥି ମାନଙ୍କୁ ଭଗବାନଙ୍କ ଦର୍ଜା ଦିଆଯାଏ। ସେଥିପାଇଁ କୁହାଯାଏ ଅତିଥିଦେବୋ ଭବଃ। କିନ୍ତୁ ଏମିତି କିଛି ବ୍ୟକ୍ତିଙ୍କ ଅଦ୍ଭୁତ ଏବଂ ଲଜ୍ଜାଜନକ ଆଚରଣ କେବେ କେବେ ସମଗ୍ର ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିପାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଉଦୟପୁର ରାସ୍ତାରେ ଜଣେ ଥାଇ-ଫ୍ରେଞ୍ଚ ୟୁଟ୍ୟୁବର୍ଙ୍କ ସହ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଥାଇ ୟୁ-ଟ୍ୟୁବରଙ୍କୁ କିସ ମାଗୁଥିବାର ଦେଖିବାକୁ ମିଳିଛି। ଯେଉଁଥିପାଇଁ ଚାରିଆଡ଼ୁ ନିନ୍ଦା କରାଯାଉଥିବାର ଦେଖିବାପରେ ପ୍ରଶାସନ ସମ୍ପୃକ୍ତ୍ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତଙ୍କୁ ବିଦେଶୀ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିବା ପାଇଁ ଗିରଫ କରାଯାଇଛି। ଚାଲନ୍ତୁ ଜାଣିବା ପୁରା ଘଟଣା କ’ଣ?
'ଜଷ୍ଟକେଥ୍' (JustKeth) ନାମରେ ପରିଚିତ ଜଣେ ଲୋକପ୍ରିୟ ୟୁଟ୍ୟୁବର୍ ରାତିବେଳା ଉଦୟପୁରର ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଲାଇଭ୍ ଷ୍ଟ୍ରିମିଂ କରୁଥିଲେ। ସେହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ନିକଟକୁ ଆସି କ୍ୟାମେରା ସାମ୍ନାରେ ଏକ ଅତ୍ୟନ୍ତ ଅଦ୍ଭୁତ ଏବଂ ଲଜ୍ଜାଜନକ ଦାବି କରିଥିଲେ।
ଭାଇରାଲ୍ ହୋଇଥିବା ଏହି ଭିଡିଓରେ, ଜଣେ ବ୍ୟକ୍ତି ୟୁଟ୍ୟୁବର୍ଙ୍କ ନିକଟକୁ ଆସି "ଦୟାକରି ଗୋଟିଏ ଚୁମ୍ବନ ଦିଅନ୍ତୁ, ଗୋଟିଏ ଲିପ୍ କିସ୍ ଦିଅନ୍ତୁ" ବୋଲି କହୁଥିବାର ସ୍ପଷ୍ଟ ଶୁଣାଯାଉଛି। ୟୁଟ୍ୟୁବର୍ ଜଣକ ତୁରନ୍ତ ଏହାକୁ ବୁଝିକି ମନା କରିଦିଅନ୍ତି ଏବଂ ସ୍ପଷ୍ଟ ଭାବେ ଜଣାଇ ଦିଅନ୍ତି ଯେ ତାଙ୍କର ଏଥିରେ କୌଣସି ଆଗ୍ରହ ନାହିଁ।
ଆଶ୍ଚର୍ଯ୍ୟର ବିଷୟ ହେଲା, ମହିଳା ଜଣକ ବାରମ୍ବାର ମନା କରିବା ସତ୍ତ୍ୱେ ସେହି ବ୍ୟକ୍ତି ଜଣକ ନିଜ ଜିଦ୍ରେ ଅଟଳ ରହୁଛନ୍ତି ଏବଂ ଚୁମ୍ବନ ଦେବା ପାଇଁ ବାରମ୍ବାର ଚାପ ପକାଉଛନ୍ତି। ଏହି ସମୟରେ ୟୁଟ୍ୟୁବର୍ଙ୍କ ଅସହଜତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ତଥାପି, ସେ ନିଜର ସଂଯମତା ବଜାୟ ରଖନ୍ତି ଏବଂ ନିଜ ମନା କରିବା ନିଷ୍ପତ୍ତିରେ ଦୃଢ଼ ରୁହନ୍ତି। ସେ ସଫା ମନା କରିବାପରେ ଶେଷରେ ସେହି ବ୍ୟକ୍ତି ଜଣକ ଏକାଠି ଫଟୋ ଉଠାଇବାକୁ କୁହନ୍ତି, ଯେଉଁଥିରେ ୟୁଟ୍ୟୁବର୍ରାଜି ହୋଇଯାଆନ୍ତି। ସେଠାରୁ ଯିବା ସମୟରେ, ସେ ହାତ ମିଳାଇବା ପାଇଁ ହାତ ବଢ଼ାନ୍ତି, କିନ୍ତୁ ୟୁଟ୍ୟୁବର୍ ହାତ ମିଳାଇବା ବଦଳରେ ତାଙ୍କୁ ବିଦାୟ ଜଣାଇବା ପାଇଁ 'ଫିଷ୍ଟ ବମ୍ପ୍' (ମୁଠି ଛୁଆଁଇ ଅଭିବାଦନ) ଦିଅନ୍ତି। ଇନଷ୍ଟାଗ୍ରାମରେ ଏହି ଭିଡିଓ କ୍ଲିପ୍ଟିକୁ ସେୟାର କରି, ସେ ଏକ ବ୍ୟଙ୍ଗାତ୍ମକ କ୍ୟାପସନ୍ ଲେଖିଛନ୍ତି: "ଅନ୍ତତଃ ସେ ପଚାରିଲେ ତ”!
୫୦ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ଏହି ଭିଡିଓଟି, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ଏବଂ 'ବ୍ୟକ୍ତିଗତ ସୀମାରେଖା' (personal boundaries) ନେଇ ଇଣ୍ଟରନେଟରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି...
ନିଜର କ୍ରୋଧ ପ୍ରକାଶ କରି ଜଣେ ୟୁଜର୍ ଲେଖିଛନ୍ତି, "ଭାଇ, ଏତେ ସାହସ ଆସେ କେଉଁଠୁ? ଜଣେ ଅଜଣା ମହିଳାଙ୍କ ପାଖକୁ ଯାଇ ଓଠରେ ଚୁମ୍ବନ ମାଗିବା ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଘୃଣ୍ୟ କାର୍ଯ୍ୟ।"
ଅନ୍ୟ ଜଣେ ୟୁଜର୍ ମତାମତ ଦେଇଛନ୍ତି, "ୟୁଟ୍ୟୁବର୍ ଜଣକ ଯେପରି ଶାନ୍ତ ରହି ଏହି ପରିସ୍ଥିତିକୁ ସମ୍ଭାଳିଲେ, ତାହା ପ୍ରକୃତରେ ପ୍ରଶଂସନୀୟ। ତଥାପି, ଏହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।"
ଏହି ସମୟରେ, ଆଉ ଜଣେ ୟୁଜର୍ କହିଛନ୍ତି, "ଯେତେବେଳେ କେହି 'ନା' କୁହନ୍ତି, ତାର ଅର୍ଥ 'ନା' ହିଁ ହୋଇଥାଏ। ଏଭଳି ଆଚରଣ ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମନରେ ଭୟ ସୃଷ୍ଟି କରେ।"

- ବାରମ୍ବାର ମନା କରିବା ସତ୍ତ୍ୱେ 'ଲିପ୍ କିସ୍' (ଓଠରେ ଚୁମ୍ବନ) ପାଇଁ ଜିଦ୍ ଧରିଲେ ବ୍ୟକ୍ତି

- ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା
୫୦ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ଏହି ଭିଡିଓଟି, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ଏବଂ 'ବ୍ୟକ୍ତିଗତ ସୀମାରେଖା' (personal boundaries) ନେଇ ଇଣ୍ଟରନେଟରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି...
ନିଜର କ୍ରୋଧ ପ୍ରକାଶ କରି ଜଣେ ୟୁଜର୍ ଲେଖିଛନ୍ତି, "ଭାଇ, ଏତେ ସାହସ ଆସେ କେଉଁଠୁ? ଜଣେ ଅଜଣା ମହିଳାଙ୍କ ପାଖକୁ ଯାଇ ଓଠରେ ଚୁମ୍ବନ ମାଗିବା ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଘୃଣ୍ୟ କାର୍ଯ୍ୟ।"
ଅନ୍ୟ ଜଣେ ୟୁଜର୍ ମତାମତ ଦେଇଛନ୍ତି, "ୟୁଟ୍ୟୁବର୍ ଜଣକ ଯେପରି ଶାନ୍ତ ରହି ଏହି ପରିସ୍ଥିତିକୁ ସମ୍ଭାଳିଲେ, ତାହା ପ୍ରକୃତରେ ପ୍ରଶଂସନୀୟ। ତଥାପି, ଏହି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।"
ଏହି ସମୟରେ, ଆଉ ଜଣେ ୟୁଜର୍ କହିଛନ୍ତି, "ଯେତେବେଳେ କେହି 'ନା' କୁହନ୍ତି, ତାର ଅର୍ଥ 'ନା' ହିଁ ହୋଇଥାଏ। ଏଭଳି ଆଚରଣ ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମନରେ ଭୟ ସୃଷ୍ଟି କରେ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories