Viral Video Shame / ରାସ୍ତାରେ ଅଳିଆ ଫିଙ୍ଗି ସୋସିଆଲ୍ ମିଡିଆରେ ହରାଇଲେ ଇଜ୍ଜତ, ପୁଣି ନିଜକୁ ଗୁଳି କରିଦେଲେ ଯୁବକ
·1 hour ago·3 min read

Key Points
ଅଳିଆ ପାଇଁ ଆତ୍ମହତ୍ୟା । ସବୁ ସାରିଦେଲା ସୋସିଆଲ୍ ମିଡିଆ । ରାସ୍ତାରେ ଆବର୍ଜନା ଫିଙ୍ଗୁଥିଲେ, ଆଉ ସେହି ଭିଡିଓ ଜଣେ ଛାତ୍ରଙ୍କ ଜୀବନ ବରବାଦ୍ କରି ଦେଇଛି । ଅନଲାଇନ୍ରୁ ଥାନା ପୁଣି କୋର୍ଟ । ଶେଷରେ ବାଥରୁମ୍ରେ ବତୁରି ଯାଇଛି ଅବସାଦର ବେଦନା ।
ନୂଆଦିଲୀ: ଆଜିର ଦିନରେ ସୋସିଆଲ୍ ମିଡିଆ ଅନେକଙ୍କୁ ଜିରୋରୁ ହିରୋ କରୁଛି । ରାତାରାତି ଭାଇରାଲ୍ କରିବା ସହ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ଅର୍ଥ ଉର୍ପାଜନର ସୁଯୋଗ ବି ଦେଉଛି । ସୋସିଆଲ୍ ମିଡିଆ ଅନେକଙ୍କୁ ପରିଚୟ ଦେଇ ସେମାନଙ୍କ ଭାଗ୍ୟ ବିଧାତା ସାଜୁଥିବା ବେଳେ ଜଣେ ଯୁବକଙ୍କ ଜୀବନ ଡୋରି ବାନ୍ଧି ଦେଇଛି ।
ଏଭଳି ଅଘଟଣ ଘଟିଛି ଗୋଆରେ । ଯେଉଁଠି ଜଣେ ୨୩ ବର୍ଷୀୟ ପାଠ ପଢ଼ୁଆ ଯୁବକ ନିଜ ଜୀବନ ହାରି ଦେଇଛନ୍ତି । ତାହା ବି ଅଳିଆ ଆବର୍ଜନା ପାଇଁ । ମୃତକ ଯୁବକ ଜଣଙ୍କ ହେଲେ ସାମୁଏଲ୍ ଗାର୍ଭିନ୍ ଡେ ବ୍ରାଗନକା । ଗୁରୁବାର ରାତିରେ ଉତ୍ତର ଗୋଆର ମାପୁସାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି ।
ଏଥିସହ ପଢ଼ନ୍ତୁ: କେତେ ସମ୍ପତ୍ତିର ମାଲିକ ଖାନ୍ ସାର ? ଦିନେ ବସ୍ ଭଡ଼ା ପାଇଁ ନଥିଲା ଟଙ୍କା, ଆଜି କୋଟିପତି
ସୂଚନା ଅନୁସାରେ, ଯୁବକ ଜଣଙ୍କ ରାସ୍ତା କଡ଼ରେ ଅଳିଆ ଫିଙ୍ଗୁଥିବା ବେଳେ କେହି ଭିଡିଓ ରେକର୍ଡ କରି ନେଇଥିଲେ । ପରେ ଉକ୍ତ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା । ଲୋକେ ନାନା କଥା କହୁଥିବା ବେଳେ ଯୁବକ ନିଜକୁ ଲଜ୍ଜିତ ମନେ କରିଥିଲେ ।
ନିଜକୁ ଗୁଳି କରିଦେଲେ
ଆଉ ଗୁରୁବାର ରାତିରେ ସାମୁଏଲଙ୍କ ମୃତଦେହ ସେ ରହୁଥିବା ଘରର ବାଥରୁମ୍ରୁ ମିଳିଛି । ସେ ନିଜକୁ ନିଜେ ଗୁଳି କରି ଦେଇଥିବା ପୋଲିସ କହିଛି । ତେବେ ପରିବାର ଲୋକଙ୍କ କହିବା କଥା- ରାସ୍ତା କଡ଼ରେ ସାମୁଏଲ୍ ଅଳିଆ ଫିଙ୍ଗୁଥିବା ଭିଡିଓ ଭାଇରାଲ୍ ହେବା ପରେ ସେ ଅବସାଦକୁ ଚାଲି ଯାଇଥିଲା ।
ଏପରିକି ଉକ୍ତ ଭିଡିଓ ଭାଇରାଲ୍ ହେବା ପରେ ମାପୁସା ଥାନାରେ ସାମୁଏଲ୍ ନାରେ ଏତଲା ଦିଆଯାଇଥିଲା । ବିଏନ୍ସର ଧାରା ୨୭୧ରେ ପୋଲିସ ମାମଲା ରୁଜୁ କରିବା ସହ ଥାନାକୁ ଡାକି ଆଇନ୍ଗତ ନୋଟିସ୍ ଦେଇଥିଲା ।
ଭାଇରାଲ୍ ଭିଡିଓକୁ ନେଇ ସାମୁଏଲ୍ ଆଇନ୍ ଫାଶରେ ଫସି ଯାଇଥିଲେ । ଆଉ ସୋସିଆଲ୍ ମିଡିଆରେ ଇଜ୍ଜତ ହରାଇବା ପରେ ଗୁରୁବାର ରାତିରେ ନିଜେ ନିଜକୁ ଗୁଳି କରିଦେଲେ । ସାମୁଏଲ୍ଙ୍କୁ ପରିବାର ଲୋକେ ମେଡିକାଲ୍ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
ସାମୁଏଲ୍ଙ୍କ ମୃତ୍ୟୁ ପରେ ଏବେ ପରିବାର ଲୋକେ ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ସେୟାର୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କହିଛନ୍ତି, ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିବା ଏବଂ ଟ୍ରୋଲ୍ ପାଇଁ ସାମୁଏଲ୍ଙ୍କ ଜୀବନ ଚାଲି ଯାଇଛି ।
ଏଥିସହ ପଢ଼ନ୍ତୁ: ରୋଗାଗ୍ରସ୍ତ ପୁଅ ପାଇଁ ଦେଉଥିଲେ ଇସ୍ତଫା; ଗଲାନି ଚାକିରି, ମାସକୁ ମାସ ଦରମା ପଠାଇଲେ ବସ୍
ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦୁଃଖ ପ୍ରକାଶ କରିଛନ୍ତି । ମାମଲାର ବିସ୍ତୃତ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଦିଗରୁ ଛାନଭିନ୍ କରିବାକୁ କର୍ତ୍ତୃପକ୍ଷଙକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଭିଡିଓ ଭାଇରାଲ୍ର ହେବ ତଦନ୍ତ
କେଉଁ ପରିସ୍ଥିତିରେ କିଏ ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କଲେ । ଛାତ୍ର ଜଣଙ୍କ ବିରୋଧରେ ନିଆଯାଇଥିବା ଆଇନ୍ଗତ ପଦକ୍ଷେପ ଓ ପରିବାର ଆଣୁଥିବା ଅଭିଯୋଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ହେଲ୍ପଲାଇନ୍
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories