Videos
|
Viral-stories

Viral Video / ଜୀବନ୍ତ ସ୍ତ୍ରୀ ଫଟୋରେ ମାଳ: ଗଙ୍ଗା କୂଳରେ ସ୍ତ୍ରୀ'ର ପିଣ୍ଡଦାନ କଲା ସ୍ୱାମୀ

Rashmita Mishra
Browse all articles by Rashmita Mishra
·4 months ago·2 min read
ଜୀବନ୍ତ ସ୍ତ୍ରୀ ଫଟୋରେ ମାଳ: ଗଙ୍ଗା କୂଳରେ ସ୍ତ୍ରୀ'ର ପିଣ୍ଡଦାନ କଲା ସ୍ୱାମୀ
Viral Video

Key Points

ଇନଷ୍ଟାରେ ନାଚିଲା ସ୍ତ୍ରୀ ଶୁଦ୍ଧି ହେଲା ସ୍ଵାମୀ । ୉
ଜୀବନ୍ତ ସ୍ତ୍ରୀ ଫଟୋରେ ମାଳ... 
ଗଙ୍ଗା କୂଳରେ ସ୍ତ୍ରୀ'ର ପିଣ୍ଡଦାନ କଲା ସ୍ୱାମୀ
ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏକ ଭିଡିଓ ହଇଚଇ ସୃଷ୍ଟି କରିଛି, ଯେଉଁଥିରେ ଜଣେ ବ୍ୟକ୍ତି ହରିଦ୍ୱାରର ହର କି ପାଉଡ଼ିରେ ତାଙ୍କ ଜୀବିତ ପତ୍ନୀଙ୍କ ଫଟୋ ଉପରେ ଛେପ ପକାଉଛନ୍ତି, ତା’ପରେ ପିଣ୍ଡ ଦାନ କରୁଛନ୍ତି ଏବଂ ତା’ପରେ ଏହାକୁ ଗଙ୍ଗାରେ ଫିଙ୍ଗି ଦେଉଛନ୍ତି ।

ଇନ୍‌ଷ୍ଟାଗ୍ରାମରେ ଭିଡିଓ ବନାଉଥିଲା ସ୍ତ୍ରୀ । ଲୋକମାନଙ୍କର କମେଣ୍ଟ ପଢ଼ି ସହି ପାରିଲା ନାହିଁ ସ୍ବାମୀ । ପ୍ରଚଣ୍ଡ ରାଗରେ ଯାଇ ହରିଦ୍ବାରରେ ଶୁଦ୍ଧି ହୋଇଗଲା । ସ୍ତ୍ରୀର ଫଟୋରେ ମାଳ ପକାଇ ପିଣ୍ଡଦାନ କରିଦେଲା । ସ୍ବାମୀ ନୁହେଁ ସ୍ତ୍ରୀକୁ ଭଲ ଲାଗୁଥିଲା ଲୋକ ମାନଙ୍କର କମେଣ୍ଟ । ସ୍ତ୍ରୀଙ୍କ ଆକାଉଣ୍ଟକୁ ଦିନକୁ ଶହ ଶହ ଫଲୋର୍ସ ଆସୁଥିଲା । ଏ ସବୁ କିନ୍ତୁ ସ୍ବାମୀକୁ ଭଲ ଲାଗୁ ନଥିଲା ।

ସ୍ତ୍ରୀର ଏଭଳି ରୂପ ସ୍ଵାମୀକୁ ହଜମ ହେଲା ନାହିଁ । ଆଇନକୁ ହାତକୁ ନନେଇ ସିଧା ଶୁଦ୍ଧି ହୋଇଗଲା ସ୍ଵାମୀ । ସ୍ତ୍ରୀ ଫଟୋ ଉପରେ ଫୁଲମାଳ ପକାଇ ଗଙ୍ଗାରେ ଯାଇ ପିଣ୍ଡ ଦାନ କରିଦେଲେ । ଆଜିର ସମାଜରେ ଇନଷ୍ଟାଗ୍ରାମ୍‌ ଲୋକଙ୍କୁ ବାଇଆ କରିଛି । ରିଲ୍ସ କରି ଭାଇରାଲ ହେବାକୁ ପସନ୍ଦ କରୁଛନ୍ତି ଲୋକେ । ସେମିତି ଜଣେ ଯୁବକଙ୍କ ସ୍ତ୍ରୀ ମଧ୍ୟ ଅଧା ପୋଷାକ ପିନ୍ଧି ରିଲ୍ସ କରୁଥିଲେ । ଯାହା ପରେ ଖରାପ କମେଣ୍ଟ ପଢ଼ି ତାଙ୍କ ସ୍ତ୍ରୀଙ୍କୁ ଶୁଦ୍ଧି କରିଦେଇଛନ୍ତି ସ୍ଵାମୀ ଜଣକ ।

ଯେଉଁ ସ୍ତ୍ରୀ ଘରର ମର୍ଯ୍ୟାଦା ହୋଇ ଆସିଥିଲା । ସେହି ସ୍ତ୍ରୀ ଯେତେବେଳେ ଅଧା ପୋଷାକ ପିନ୍ଧି ଇନ୍‌ଷ୍ଟାରେ ନାଚିବ ଆଉ ତାକୁ ଲକ୍ଷ ଲକ୍ଷ ଲୋକ ଦେଖିବେ ତାକୁ କେଉଁ ସ୍ଵାମୀ ସହିବେ । ସେଥିପାଇଁ ସାତ ଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୃତିକୁ ଭୁଲି ସ୍ତ୍ରୀକୁ ବଞ୍ଚି ଥାଉ ଥାଉ ପିଣ୍ଡ ଦାନ କରି ମାରି ଦେଇଛନ୍ତି ସ୍ବାମୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢନ୍ତୁ: ବାମନ ବୋଲି ତାଚ୍ଛଲ୍ୟ କରୁଥିଲେ, ଏବେ ସେଲଫି ନେଉଛନ୍ତି ଲୋକେ

ଘଟଣାଟି ଘଟିଛି ହରିଦ୍ୱାରର ପବିତ୍ର ଗଙ୍ଗା କୂଳରେ। ଫଟୋରେ ଫୁଲମାଳ ପକାଇ ପଣ୍ଡିତଙ୍କ ଦ୍ବାରା ପିଣ୍ଡ ଦାନ କରିଥିଲେ। ତେବେ ହରିଦ୍ୱାରରେ ପିଣ୍ଡଦାନ କରୁଥିବା ବେଳର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା। ଯାହାପରେ ତାଙ୍କ ସ୍ତ୍ରୀଙ୍କ ପାଖରେ ଏହି ଭିଡିଓ ପହଞ୍ଚିଥିଲା ।

ସେପଟେ ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଛନ୍ତି କି "ମୁଁ ଜୀବିତ ଅଛି, କିନ୍ତୁ ମୋ ସ୍ୱାମୀ ମୋତେ ମାରି ସାରିଲେଣି । ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି ଏବଂ ତାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଏହିଭଳି କାଣ୍ଡ ଘଟାଇଛନ୍ତି । ତାଙ୍କ ସ୍ବାମୀ କୁଆଡ଼େ ଚାହୁଁଥିଲେ ସମାଜ ଏବଂ ପରିବାର ଆଗରେ ତାଙ୍କୁ ମୃତ ବୋଲି ପ୍ରମାଣିତ କରିଦେବାକୁ। ଯାହାପରେ ସେ ଦ୍ୱିତୀୟ ବିବାହ କରିପାରିବେ। ଯଦି ଦେଖିବା ଅଭିଯୋଗ ପରେ ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ କରୁଛି ଏବଂ ସ୍ୱାମୀଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କରିଛି।

Viral Video | Husband Performs Last Rites of Living Wife at Haridwar | Argus News