Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏହି ଦ୍ୱୀପରେ ପୁରୁଷଙ୍କ ଏଣ୍ଟ୍ରି ପୁରା ବ୍ୟାନ୍

Viral stories

Women Only Island / ଏହି ଦ୍ୱୀପରେ ପୁରୁଷଙ୍କ ଏଣ୍ଟ୍ରି ପୁରା ବ୍ୟାନ୍

Rashmita Mishra
Browse all articles by Rashmita Mishra
·1 hour ago·2 min read
ଏହି ଦ୍ୱୀପରେ ପୁରୁଷଙ୍କ ଏଣ୍ଟ୍ରି ପୁରା ବ୍ୟାନ୍
Women Only Island

Key Points

  • ଏହି ଦ୍ୱୀପରେ ପୁରୁଷଙ୍କୁ ମିଳେନି ପ୍ରବେଶ ଅନୁମତି । 
  • କେବଳ ମହିଳାଙ୍କ ପାଇଁ ଦୁନିଆର ଏହି ଗୋପନୀୟ ଦ୍ୱୀପ । 
  • ପୁରୁଷଙ୍କ ପ୍ରବେଶ ନିଷେଧ
  • ଏହି ଦ୍ୱୀପରେ ପୁରୁଷଙ୍କ ଏଣ୍ଟ୍ରି ପୁରା ବ୍ୟାନ୍ ।

    ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କେବଳ ମହିଳାମାନେ ରହିପାରିବେ । ପୁରୁଷମାନେ ସେହି ସ୍ଥାନରେ ପାଦ ବି ଦେଇପାରିବେନି । ଏମିତି ଏକ ଜାଗା ରହିଛି ଫିନଲ୍ୟାଣ୍ଡରେ ନିକଟବର୍ତ୍ତୀ ବାଲିଷ୍ଟିକ ସାଗରରେ ଲୁଚି ରହିଛି ଚମତ୍କାର ସୁପର ଶୀ ଦ୍ଵୀପ । ଏହା ବିଶ୍ଵର ସବୁଠାରୁ ଅନନ୍ୟ ସ୍ଥାନ ମଧ୍ୟରୁ ଗୋଟିଏ ।

    ଏହା କେବଳ ମହିଳାଙ୍କ ପାଇଁ ଏକ ଦ୍ୱୀପ, ଯେଉଁଠାରେ ପୁରୁଷମାନଙ୍କୁ ପ୍ରବେଶ କରିବା ପାଇଁ କଡ଼ା ନିଷେଧ । ଏହି ୮.୪ ଏକର ପରିମିତ ସ୍ୱତନ୍ତ୍ର ଦ୍ୱୀପଟି ମହିଳାମାନଙ୍କ ପାଇଁ ଏକ ବିଳାସପୂର୍ଣ୍ଣ ରିଟ୍ରିଟ ଭଳି ଡିଜାଇନ କରାଯାଇଥିଲା । ଯାହା ଆରାମ, ପୁନର୍ଜୀବନ ଏବଂ ନିଜକୁ ଟିକେ ଟାଇମ ଦେବାପାଇଁ ଏହି ଗୋପନୀୟ ସ୍ଥାନ ପ୍ରତିଷ୍ଠା କରାଯାଇଥିଲା । ଯେଉଁଥିରେ ମହିଳାମାନେ ନିଜ ପାଇଁ କିଛି ସମୟ ବାହାର କରିପାରିବେ ।

    ୨୦୧୭ ମସିହାରେ କ୍ରିଷ୍ଟୀନା ରୋଥ ଏହି ଆଇଲ୍ୟାଣ୍ଡକୁ ମହିଳାଙ୍କ ପାଇଁ ଆରମ୍ଭ କରିଥିଲେ । ସୁପର ସିର ଅଫିସିଆଲ ଓ୍ବେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ସୁପର ସି ଆଇଲ୍ୟାଣ୍ଡ ଏକ ପର୍ଯ୍ୟଟନସ୍ଥଳ ନୁହେଁ, ଏକ ଆନ୍ଦୋଳନ । ମହିଳାମାନଙ୍କ ପାଇଁ ଏହି ସ୍ଥାନକୁ ନିର୍ମାଣ କରିବାକୁ ବହୁତ ଚିନ୍ତା କରିବାପରେ ବନାଯାଇଥିଲା। ରୋଥ ମହିଳାଙ୍କ ପାଇଁ କଣ ଆବଶ୍ୟକତା ରହିଛି ଅତ୍ୟନ୍ତ ଗଭୀର ଭାବେ ଜାଣିପାରିଥିଲେ ସେଥିପାଇଁ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ନିହାତି ଦରକାର ବୋଲି ଭାବିଥିଲେ। ଏକ ଏମିତି ଜାଗା ଯେଉଁଠି ମହିଳାଙ୍କୁ ହଇରାଣ କରିବାକୁ ବା କିଛି ଘରକାମ କରିବାକୁ କେହି କହିବାକୁ ନ ଥିବେ।

    କାହିଁକି ମହିଳାଙ୍କ ପାଇଁ ଏହି ଦ୍ବୀପ ରିଜର୍ଭ ରହିଛି
    ଏହି କାରଣ ପାଇଁ ଏହି ଜାଗା ରିଜର୍ଭ ରହିଛି। ଏହି ଦ୍ବୀପ ଅନ୍ୟ ପର୍ଯ୍ୟଟନସ୍ଥଳ ଠାରୁ ଭିନ୍ନ। କେବଳ ଏକ ସ୍ଥାନ ବୁକ କରି ଏହାକୁ ପରିଦରର୍ଶନ କରାଯାଇପାରିବ ନାହିଁ। ଏହି ଜାଗାକୁ ଯିବାକୁ ହେଲେ ମହିଳାଙ୍କୁ ପ୍ରଥମେ ଆବେଦନ କରିବାକୁ ପଡ଼ିବ। ଆଉ ସିଲେକ୍ସନ ହେବା ପରେ ହିଁ ସେମାନେ ସେଠାରେ ରହିପାରିବେ। ଏହି ସ୍ଥାନ ବିଶ୍ବର ସବୁଠାରୁ ସ୍ବତନ୍ତ୍ର ଭ୍ରମଣ ଅନୁଭୂତି ମଧ୍ୟରୁ ଗୋଟିଏ ।

    ଏହି ରିଟ୍ରିଟରେ ଗୋଟିଏଥରରେ ୧୦ଜଣ ମହିଳା ରହିପାରିବେ। ଏଥିରେ ମହିଳାଙ୍କର ଗୋପନୀୟତାକୁ ପ୍ରାଥମିକତା ଦିଆଯାଏ। ଅତିଥିଙ୍କୁ ସ୍ପେଶିଆଲ ଟ୍ରିଟମେଣ୍ଟ ଦିଆଯାଏ। ଏହି ରିଟ୍ରିଟର ଚତୁଃପାର୍ଶ୍ବ ଅତି ସୁନ୍ଦର। ଚାରିପାଖ ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ। ପାଖରେ ବହିଯାଉଛି ନୀଳ ସମୁଦ୍ର।
    ଖାଲି ସେତିକି ନୁହେଁ ଏହି ଦ୍ବୀପରେ ଯୋଗ ଏବଂ ମେଡିଟେସନ, ନିର୍ମଳ ଦୃଶ୍ୟ ମଧ୍ୟରେ ପର୍ବତାରୋହଣ, ଓ୍ବେଲନେସ ଓ୍ବାର୍କସପ ଏବଂ କୁକିଂ କ୍ଲାସ ଭଳି କାର୍ଯ୍ୟକମର ଆୟୋଜନ କରାଯାଉଛି। ଯେଉଁଥିରେ ମହିଳାମାନଙ୍କ ମାଇଣ୍ଡ ଏବଂ ଶରୀର ରିଲାକ୍ସ ଫିଲ କରିବ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Women Only Island | Men Completely Banned From This Unique Island | Argus News