IPL Controversy / ମ୍ୟାଚ ପୂର୍ବରୁ ସାରାଙ୍କ ଭିଡିଓ ଭାଇରାଲ: ଗିଲଙ୍କୁ ସପୋର୍ଟ କରିବେ ନା ଅର୍ଜୁନଙ୍କୁ…
·3 hours ago·2 min read

Key Points
ଆଜି ଆଇପିଏଲରେ ଦୁଇଟି ହାଇଭୋଲଟେଜ ମ୍ୟାଚ
ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେଉଛି
ସାରା ଶୁବମନ ନା ଅର୍ଜୁନ କାହାକୁ ସମର୍ଥନ କରିବେ

ଆଜି ଆଇପିଏଲରେ ଦୁଇଟି ହାଇଭୋଲଟେଜ ମ୍ୟାଚ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ତାଙ୍କୁ ପଚରାଯାଇଥିଲା ଯେ, ସେ କେଉଁ ଦଳକୁ ସମର୍ଥନ କରିବେ, ଲକ୍ଷ୍ନୌ ନା ଗୁଜରାଟ।
ସାରାଙ୍କ ଭାଇ ଆଇପିଏଲ ୨୦୨୬ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ସଦସ୍ୟ। ତଥାପି ତାଙ୍କୁ ଏପର୍ଯ୍ୟନ୍ତ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇନାହିଁ। ଅନ୍ୟପକ୍ଷରେ ଗୁଜରାଟର ଅଧିନାୟକ ଶୁବମନ ଗିଲ ରହିବେ, ଯାହାଙ୍କ ସହିତ ସାରାଙ୍କ ନାମ ଯୋଡା ଯାଇଛି। ସେମାନଙ୍କ ମଧ୍ୟରୁ କେହି କେବେ ସମ୍ପର୍କରେ ଥିବା କିମ୍ବା ପରସ୍ପରକୁ ଡେଟ କରୁଥିବାର ନିଶ୍ଚିତ କରିନାହାନ୍ତି।
ଭାଇରାଲ ଭିଡିଓରେ, ଜଣେ ସାମ୍ବାଦିକ ସାରା ତେନ୍ଦୁଲକରଙ୍କୁ ଏହି ମ୍ୟାଚ୍ରେ ସେ କାହାକୁ ସମର୍ଥନ କରିବେ ବୋଲି ପଚାରିଥିଲେ। ତାଙ୍କୁ ବାରମ୍ବାର ସମାନ ପ୍ରଶ୍ନ ପଚରାଯାଇଥିଲା, କିନ୍ତୁ ସାରା ହସି ହସି ଚାଲିଯାଇଥିଲେ। କୌଣସି ଉତ୍ତର ଦେଇ ନ ଥିଲେ।
ଏହାସହ ପଢ଼ନ୍ତୁ: ‘ମୁଁ କେବଳ ବଲକୁ ଦେଖେ’ ବୋଲରଙ୍କୁ ନୁହେଁ…ବୈଭବ ସୂର୍ଯ୍ୟବଂଶୀଙ୍କ ବୟାନ ଏବେ ଚର୍ଚ୍ଚାରେ
ଅର୍ଜୁନ ତେନ୍ଦୁଲକର ୨୦୨୧-୨୦୨୫ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ ଏବଂ ୨୦୨୩ ରେ ତାଙ୍କର ପ୍ରଥମ IPL ମ୍ୟାଚ ଖେଳିଥିଲେ। ମୁମ୍ବାଇ ସହିତ ତାଙ୍କର ଚାରି ବର୍ଷ ମଧ୍ୟରେ, ସେ କେବଳ ପାଞ୍ଚଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। IPL 2026 ମିନି ନିଲାମ ପୂର୍ବରୁ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଏକ ଚୁକ୍ତି କରିଥିଲା, ଯେଉଁଥିରେ ଶାର୍ଦ୍ଦୁଳ ଠାକୁର MIରେ ଯୋଗ ଦେଇଥିଲେ ଏବଂ ଅର୍ଜୁନ LSGରେ ଯୋଗ ଦେଇଥିଲେ। ଅର୍ଜୁନ ତାଙ୍କ ପାଞ୍ଚ ମ୍ୟାଚ ବିଶିଷ୍ଟ IPL କ୍ୟାରିୟରରେ ଏପର୍ଯ୍ୟନ୍ତ ତିନୋଟି ଉଇକେଟ ନେଇଛନ୍ତି।
ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ ବିଜୟଲାଭ କରିଥିଲା। ୧୮୧ରନର ପିଛା କରି ନିର୍ଦ୍ଧାରିତ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୮୨ରନ୍ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୪ଓ୍ବିକେଟ ହରାଇ ୧୮୧ ରନ୍ କରିଥିଲା।
ଲକ୍ଷ୍ନୌର ଦୁଇ ବ୍ୟାଟର ଅର୍ଦ୍ଧଶତକ କରିଛନ୍ତି । ଆୟୂଷ ବାଦୋନୀ ୩୪ବଲରେ ୫୪ରନ୍ କରିଥିବାବେଳେ ମୁକୁଲ ଚୌଧୁରୀ ୨୭ ବଲରେ ୫୪ରନ୍ (ନଟ୍ ଆଉଟ) ରହିଥିଲେ। ସେହିଭଳି ମିଚେଲ୍ ମାର୍ସ ୧୧ ବଲରେ ୧୫ରନ୍, ଏଡେନ ମାର୍କନ ୧୫ବଲରେ ୨୨ରନ୍ , ରିଷଭ ପନ୍ତ ୯ ବଲରେ ୧୦ରନ୍, ନିକୋଲାସ୍ ପୁରନ ୧୫ବଲରେ ୧୩ରନ୍ , ଅବ୍ଦୁଲ ସମାଦ ୪ବଲରେ ୨ରନ୍, ମହମ୍ମଦ ସାମି ୧, ଆବେଶ ଖାନ୍ ୧ ରନ୍(ନଟ୍ ଆଉଟ୍) କରିଛନ୍ତି । ବୋଲିଂର କଥା ଯଦି କହିବା ତେବେ ବୈଭବ ଅରୋରା ଏବଂ ଅନୁକୁଳ ରୟ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସୁନିଲ ନାରିନ, କାର୍ତ୍ତିକ ତ୍ୟାଗି, କ୍ୟାମରନ ଗ୍ରୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି। ତେବେ ଆଜି ଜିଟି ଏବଂ ଲକ୍ଷ୍ନୌ ମ୍ୟାଚରେ କିଏ ଜିତୁଛି ତାହା ଦେଖିବାକୁ ବାକି ରହିଲା।

Sara Tendulkar comes to Lucknow, and a fan asks her whether she’s supporting Lucknow or GT. She doesn’t answer, but blushes and starts smiling 😂💙
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) April 10, 2026
What do you think who will Sara Tendulkar support? pic.twitter.com/zT26orXeXC
ଭାଇରାଲ ଭିଡିଓରେ, ଜଣେ ସାମ୍ବାଦିକ ସାରା ତେନ୍ଦୁଲକରଙ୍କୁ ଏହି ମ୍ୟାଚ୍ରେ ସେ କାହାକୁ ସମର୍ଥନ କରିବେ ବୋଲି ପଚାରିଥିଲେ। ତାଙ୍କୁ ବାରମ୍ବାର ସମାନ ପ୍ରଶ୍ନ ପଚରାଯାଇଥିଲା, କିନ୍ତୁ ସାରା ହସି ହସି ଚାଲିଯାଇଥିଲେ। କୌଣସି ଉତ୍ତର ଦେଇ ନ ଥିଲେ।
ଏହାସହ ପଢ଼ନ୍ତୁ: ‘ମୁଁ କେବଳ ବଲକୁ ଦେଖେ’ ବୋଲରଙ୍କୁ ନୁହେଁ…ବୈଭବ ସୂର୍ଯ୍ୟବଂଶୀଙ୍କ ବୟାନ ଏବେ ଚର୍ଚ୍ଚାରେ
ଅର୍ଜୁନ ତେନ୍ଦୁଲକର ୨୦୨୧-୨୦୨୫ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ ଏବଂ ୨୦୨୩ ରେ ତାଙ୍କର ପ୍ରଥମ IPL ମ୍ୟାଚ ଖେଳିଥିଲେ। ମୁମ୍ବାଇ ସହିତ ତାଙ୍କର ଚାରି ବର୍ଷ ମଧ୍ୟରେ, ସେ କେବଳ ପାଞ୍ଚଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। IPL 2026 ମିନି ନିଲାମ ପୂର୍ବରୁ, ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଏକ ଚୁକ୍ତି କରିଥିଲା, ଯେଉଁଥିରେ ଶାର୍ଦ୍ଦୁଳ ଠାକୁର MIରେ ଯୋଗ ଦେଇଥିଲେ ଏବଂ ଅର୍ଜୁନ LSGରେ ଯୋଗ ଦେଇଥିଲେ। ଅର୍ଜୁନ ତାଙ୍କ ପାଞ୍ଚ ମ୍ୟାଚ ବିଶିଷ୍ଟ IPL କ୍ୟାରିୟରରେ ଏପର୍ଯ୍ୟନ୍ତ ତିନୋଟି ଉଇକେଟ ନେଇଛନ୍ତି।
ଚଳିତ ଆଇପିଏଲ ୧୫ତମ ଲିଗ୍ ମ୍ୟାଚରେ କେକେଆରକୁ ହରାଇଲା ଲକ୍ଷ୍ନୌ ବିଜୟଲାଭ କରିଥିଲା। ୧୮୧ରନର ପିଛା କରି ନିର୍ଦ୍ଧାରିତ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୮୨ରନ୍ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି କେକେଆର୍ ୨୦ ଓଭରରେ ୪ଓ୍ବିକେଟ ହରାଇ ୧୮୧ ରନ୍ କରିଥିଲା।
ଲକ୍ଷ୍ନୌର ଦୁଇ ବ୍ୟାଟର ଅର୍ଦ୍ଧଶତକ କରିଛନ୍ତି । ଆୟୂଷ ବାଦୋନୀ ୩୪ବଲରେ ୫୪ରନ୍ କରିଥିବାବେଳେ ମୁକୁଲ ଚୌଧୁରୀ ୨୭ ବଲରେ ୫୪ରନ୍ (ନଟ୍ ଆଉଟ) ରହିଥିଲେ। ସେହିଭଳି ମିଚେଲ୍ ମାର୍ସ ୧୧ ବଲରେ ୧୫ରନ୍, ଏଡେନ ମାର୍କନ ୧୫ବଲରେ ୨୨ରନ୍ , ରିଷଭ ପନ୍ତ ୯ ବଲରେ ୧୦ରନ୍, ନିକୋଲାସ୍ ପୁରନ ୧୫ବଲରେ ୧୩ରନ୍ , ଅବ୍ଦୁଲ ସମାଦ ୪ବଲରେ ୨ରନ୍, ମହମ୍ମଦ ସାମି ୧, ଆବେଶ ଖାନ୍ ୧ ରନ୍(ନଟ୍ ଆଉଟ୍) କରିଛନ୍ତି । ବୋଲିଂର କଥା ଯଦି କହିବା ତେବେ ବୈଭବ ଅରୋରା ଏବଂ ଅନୁକୁଳ ରୟ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସୁନିଲ ନାରିନ, କାର୍ତ୍ତିକ ତ୍ୟାଗି, କ୍ୟାମରନ ଗ୍ରୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି। ତେବେ ଆଜି ଜିଟି ଏବଂ ଲକ୍ଷ୍ନୌ ମ୍ୟାଚରେ କିଏ ଜିତୁଛି ତାହା ଦେଖିବାକୁ ବାକି ରହିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories