Heartwarming Story / ମା’ଙ୍କ ଜନ୍ମଦିନରେ ୧୦୦ ଟଙ୍କା ନେଇ ଗିଫ୍ଟ କିଣିବାକୁ ଗଲା ୬ ବର୍ଷର ଝିଅ, ଦୋକାନୀ ଫ୍ରିରେ ଦେଇଦେଲା ଚେନ
·2 weeks ago·3 min read

Key Points
ମା’ଙ୍କ ଜନ୍ମଦିନରେ କୁନି ଝିଅର ବଡ଼ ସରପ୍ରାଇଜ୍
୧୦୦ ଟଙ୍କା ବଦଳରେ ମିଳିଲା ରୂପା ଚେନ୍
୧୦୦ ଟଙ୍କା ବଦଳରେ ମିଳିଲା ରୂପା ଚେନ୍
ମା’ଙ୍କ ଜନ୍ମଦିନ ପାଇଁ ସବୁ ଛୁଆ ଖାସ କରିବାକୁ ନିଶ୍ଚିତ ଭାବିଥାଆନ୍ତି। ମା’ ମାନଙ୍କ ପାଇଁ ସେହି ଉପହାର ଜୀବନର ସବୁଠୁ ବଡ଼ ଉପହାର ହୋଇଥାଏ। ଏମିତି ହି ଏକ ସୁନ୍ଦର କାହାଣୀ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତିଛି। ଛଅବର୍ଷର ଅନ୍ୟା ନିଜ ମା’ଙ୍କ ଜନ୍ମଦିନରେ ତାଙ୍କୁ ଏକ ବିଶେଷ ଉପହାର ଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପାଖରେ ମାତ୍ର ୧୦୦ ଟଙ୍କା ଥିଲା। ମା’ଙ୍କ ପାଇଁ ଉପହାର କିଣିବାର ଯେଉଁ ଉତ୍ସାହ ତାଙ୍କ ମନରେ ଯେମିତି ନୂତନ ଉନ୍ମାଦନା ଦେଉଥିଲା। ଆଉ ଏହି ଉତ୍ସାହର ମୂଲ୍ୟ ପଇସା ଠାରୁ ଢେର ଗୁଣ ଊର୍ଦ୍ଧ୍ବରେ। ଘଟଣାଟି ଘଟିଛି ଏକ ମେଳାରେ। ଯେଉଁଠି ଅନ୍ୟା ନିଜ ମା’ ଗୀତାଞ୍ଜଳି ଏବଂ ବାପାଙ୍କ ସହ ମେଳା ବୁଲିବାକୁ ଯାଇଥିଲେ। ଆଗକୁ ଥିଲା ମା’ଙ୍କ ଜନ୍ମଦିନ। ମେଳାରେ ବହୁ ଭିନ୍ନ ଭିନ୍ନ ସାମଗ୍ରୀ ବିକ୍ରି ହେଉଥିଲା। ଭଳିକି ଭଳିକି ଜୁଏଲାରୀ ଷ୍ଟଲ ବି ଲାଗିଥିଲା। ଆଉ ଏହାକୁ ଦେଖି ବହୁତ ଖୁସି ହୋଇଯାଇଥିଲେ। କାରଣ ଆଗକୁ ଥିଲା ମା’ଙ୍କ ଜନ୍ମଦିନ। ଆଉ ସେ ଭାବିଥିଲେ ମା’ଙ୍କୁ କଣ ଗୋଟିଏ ଗିଫ୍ଟ ଦେବ। କୁନି ଝିଅଟି ହେଲେ ବି ମା’ ପାଇଁ ଥିଲା ଭଲପାଇବା ଅଜସ୍ର। କେତେ ଟଙ୍କାରେ ଅଳଙ୍କାର ହୁଏ ସେତିକି ଛୁଆଟିର ଧାରଣା ବି ନଥିଲା। ଖାଲି ମା'ଙ୍କୁ ଉପହାର ଦେବେ ବୋଲି ଭାବିଥିଲେ।
ଏହାସହ ପଢ଼ନ୍ତୁ: ଆଇଫୋନ୍ ପାଇଁ ଜିଦ୍ର ଭୟଙ୍କର ପରିଣତି…ପୁଅକୁ ବଞ୍ଚାଇବାକୁ ଯାଇ ବାପା-ମାଆଙ୍କ ସହ ୩ ମୃତ
ଆଉ ତାଙ୍କୁ ଜଣାଥିଲା ଯେ, ତାଙ୍କ ମା’ଙ୍କୁ ଜୁଏଲାରୀ ପସନ୍ଦ। ସେଥିପାଇଁ ସେ ଭିନ୍ନ ଭିନ୍ନ ଷ୍ଟଲକୁ ଯାଇ ମା’ଙ୍କ ପାଇଁ ଜିନିଷ ଦେଖିଥିଲେ। ଶେଷରେ ଅନ୍ୟା ଏକ ଦୋକାନକୁ ଯାଇ ମା’ଙ୍କ ପାଇଁ ଗୋଇଏ ଜିନିଷ କିଣିଲେ। ଆଉ ଦୋକାନୀଙ୍କୁ ୧୦୦ଟଙ୍କା ବଢ଼ାଇଦେଲା। ଆଉ କହିଲା ଭାଇ ମୋ ପାଖରେ ୧୦୦ ଟଙ୍କା ହିଁ ଅଛି। ଆଉ ମୋତେ ମୋ ଜିନିଷ ଦିଅ। “ମୋ ମା’ଙ୍କ ଜନ୍ମଦିନ।“ ସେ ମା’ଙ୍କ ପାଇଁ ଏକ ଡ୍ରଇଙ୍ଗ ମଧ୍ୟ କରିଥିଲେ।
ମାଆ ପରେ ସମ୍ପୂର୍ଣ୍ଣ କାହାଣୀଟି ଜାଣିପାରିଲେ।
ଝିଅଟିର କଥା ଶୁଣିବା ପରେ, ଜୁଏଲାରୀ ଷ୍ଟଲରେ ଥିବା ଟିମ ତାଙ୍କ ଭାବନା ବୁଝିପାରିଲେ। ସେମାନେ ତାଙ୍କଠାରୁ ୧୦୦ ଟଙ୍କା ଏବଂ ତାଙ୍କ ଚିତ୍ର ଗ୍ରହଣ କଲେ। ବଦଳରେ, ସେମାନେ ଅନ୍ୟାଙ୍କୁ ଏକ ଛୋଟ ରୂପା ଚେନ୍ ଦେଲେ। ଅନ୍ୟା ପାଇଁ, ଏହା ଏକ ବହୁତ ବଡ଼ ଉପହାର ଥିଲା। ତାଙ୍କୁ ଲାଗିଲା ଯେପରି ସେ ତାଙ୍କ ନିଜ ଟଙ୍କାରେ ତାଙ୍କ ମାଆଙ୍କୁ ଜନ୍ମଦିନ ଉପହାର କିଣିଛନ୍ତି। ଯେତେବେଳେ ଅନ୍ୟାଙ୍କ ମାଆ ଗୀତାଞ୍ଜଳି ଏହା ଜାଣିବାକୁ ପାଇଲେ, ସେ ଅଳଙ୍କାର ଦୋକାନୀଙ୍କ ସହିତ ଯୋଗାଯୋଗ କଲେ। ସେ ପଚାରିଲେ ଯେ ଚେନ୍ର ମୂଲ୍ୟ କେତେ ଏବଂ ତାଙ୍କୁ କେତେ ଦେବାକୁ ପଡ଼ିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ଅଳଙ୍କାର ବ୍ୟବସାୟୀଙ୍କ ଉତ୍ତର କାହାଣୀକୁ ଆହୁରି ସ୍ୱତନ୍ତ୍ର କରିଦେଇଥିଲା। ସେମାନେ କହିଥିଲେ ଯେ ଗୀତାଞ୍ଜଳିଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ସେମାନଙ୍କ ଅନୁସାରେ, ଅନ୍ୟା ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଏକ ଚୁକ୍ତି କରିଥିଲେ, ଏବଂ ୧୦୦ଟଙ୍କା ଏବଂ ତାଙ୍କର ଚିତ୍ର କେବଳ ଏଥିପାଇଁ ଥିଲା। ଜୁଏଲାରୀ ଦୋକାନୀ ବୁଝିପାରିଲେ ଯେ ଏହା କେବଳ ଜିନିଷ ବିକ୍ରି କରିବା ବିଷୟରେ ନୁହେଁ। ଜଣେ ୬ବର୍ଷର ଝିଅ ତାଙ୍କ ମାଆଙ୍କୁ ଖୁସି କରିବା ପାଇଁ ତାଙ୍କର ଛୋଟ ସଞ୍ଚୟ ଆଣିଥିଲା। ତେଣୁ, ସେମାନେ ସେହି ମୁହୂର୍ତ୍ତର ଇମୋସନକୁ ଟଙ୍କା ଅପେକ୍ଷା ଅଧିକ ମୂଲ୍ୟ ଦେଇଥିଲେ।
ସତରେ ଛଅ ବର୍ଷର ଝିଅ ପାଇଁ ୧୦୦ଟଙ୍କା ଏକ ଛୋଟ ରାଶି ପରି ମନେହୁଏ, କିନ୍ତୁ ତାଙ୍କ ମାଆ ପାଇଁ ଉପହାର କିଣିବା ପାଇଁ ତାଙ୍କର ପ୍ରୟାସ ପ୍ରକୃତରେ ବିଶେଷ ଥିଲା। ଅଳଙ୍କାର ଦଳ, ଭାବନାକୁ ବୁଝି ଏକ ସୁନ୍ଦର ସ୍ମୃତି ସୃଷ୍ଟି କରିଥାଏ। ମା’ ଝିଅଙ୍କ ସୁନ୍ଦର ଭଲପାଇବା ସମାଜ ପାଇଁ ଏକ ସୁନ୍ଦର ଶିକ୍ଷା ଥିଲା। କାରଣ ଛୋଟବେଳୁ ହିଁ ଜଣେ ଛୁଆର ଶିକ୍ଷା ଦିକ୍ଷା ସଂସ୍କାର ବିଷୟରେ ପୂରା ଜଣାପଡ଼େ।

Related Topics
Explore more stories