Journalist Viral Video / ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଧକ୍କା ଦେଲା ବିଶାଳ ଢେଉ…ଆଉ ତା’ପରେ
·1 hour ago·2 min read

Key Points
ଲାଇଭ ରିପୋର୍ଟିଙ୍ଗରେ ସାମ୍ବାଦିକମାନଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି ଯାହା କେହି କେବେ ଭାବି ନ ଥିବେ
ଲାଇଭ ରିପୋର୍ଟିଙ୍ଗରେ ସାମ୍ବାଦିକମାନଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି ଯାହା କେହି କେବେ ଭାବି ନ ଥିବେ। ସାମାନ୍ୟ ଲାଇକ ଏବଂ ଭ୍ୟୁ ନିଜ ନିଜ ଜୀବନକୁ ବିଦରେ ପକାଇବାକୁ ପଛାଉନାହାନ୍ତି। ଗଣମାଧ୍ୟମ ହେଉଛି ଚତୁର୍ଥସ୍ତମ୍ଭ । ସେମାନଙ୍କ କାମ ହେଲା ଖବର ପରିବେଷଣ କରିବା କିନ୍ତୁ ପ୍ରଥମେ ନିଜ ଜୀବନ ପ୍ରତି ଧ୍ୟାନ ଦେବା ଦରକାର। ଯାହାକି ସେମାନେ କରୁ ନାହାନ୍ତି। ଏମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା ସ୍ପେନରୁ ଆସିଛି ଯାହା ଆପଣ ଦେଖିଲେ ମଧ୍ୟ ଡରିଯିବେ। ସମୁଦ୍ର କୂଳରେ ରିପୋର୍ଟିଙ୍ଗ କରୁଥିବାବେଳେ ହଠାତ ଏକ ବଡ଼ ଢେଉ ମାଡ଼ିଆସିଥିଲା ଯେଉଁଥିରେ ସାମ୍ବାଦିକ ଜଣେ କିଛି ବାଟ ଭାସିଯାଇଥିଲେ। ପାଣି ତଳେ ଏମିତି ପଡ଼ିଲେ ଯେ, ତାଙ୍କ କ୍ୟାମେରା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା। ଆଉ ଏହାର ଦୃଶ୍ୟ ସେ ଠିକ ଲାଇଭ କଭରେଜ କରିବାବେଳେ ଉତ୍ତୋଳନ କରାଯାଇଥିଲା।
ସ୍ପେନ୍ର ବାସ୍କ୍ (Basque) ଅଞ୍ଚଳରେ ଥିବା ଓଣ୍ଡାରୋଆ (Ondarroa) ସହରରେ, ସମୁଦ୍ର କୂଳରେ ଛିଡ଼ା ହୋଇ ଲାଇଭ ରିପୋର୍ଟିଂ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କ ଉପରେ ଏକ ବିଶାଳ ଢେଉ ମାଡ଼ି ଆସିଲା। ସାମ୍ବାଦିକ ସର୍ଜିଓ ଓଭେଜେରୋ (Sergio Ovejero) ଏକ ଟେଲିଭିଜନ କାର୍ଯ୍ୟକ୍ରମ ପାଇଁ ସମୁଦ୍ର କୂଳରୁ ସିଧା ପ୍ରସାରଣ (ଲାଇଭ୍ ରିପୋର୍ଟିଂ) କରୁଥିଲେ। ସେ ବୁଝାଉଥିଲେ ଯେ ସମୁଦ୍ରର ଢେଉଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଏବଂ ତଟ ନିକଟରେ ଥିବା ଲୋକମାନେ ସତର୍କ ରହିବା ଆବଶ୍ୟକ। ଠିକ୍ ସେହି ସମୟରେ, ଏକ ବିଶାଳ ଢେଉ ସମୁଦ୍ର କୂଳର ସୁରକ୍ଷା ପ୍ରାଚୀର ଉପର ଦେଇ ଆସି ସେମାନଙ୍କ ପାଖରେ ପହଞ୍ଚିଗଲା। ଢେଉର ବେଗ ଏତେ ପ୍ରବଳ ଥିଲା ଯେ ସାମ୍ବାଦିକ ଏବଂ ତାଙ୍କ ସହ ଥିବା କ୍ୟାମେରାମ୍ୟାନ୍ ରାକ୍ୱେଲ୍ (Raquel) ନିଜର ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲେ।
ଏଭଳି ଦୁର୍ଘଟଣା ଘଟିବା ସମୟରେ କିଛି ସମୟ ପାଇଁ ଟିଭି ସିଗନାଲ ବନ୍ଦ ହୋଇଗଲା। ଷ୍ଟୁଡିଓରେ ଛିଡ଼ା ହୋଥିବା ଆଙ୍କର କ୍ୟାମେରାମ୍ୟାନ ସହ ଏଭଳି ଘଟଣା ଦେଖି ବିଚଳିତ ହୋଇଯାଇଥିଲେ। ସେମାନେ ସେମାନଙ୍କ ସହକର୍ମୀଙ୍କ ବିଷୟରେ ଚିନ୍ତିତ ହୋଇଗଲେ ଏବଂ ସେମାନେ ସୁରକ୍ଷିତ ଥିବାର ନିଶ୍ଚିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ। ପରେ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଲା, ଯେଉଁଥିରେ ଏକ ଶକ୍ତିଶାଳୀ ସମୁଦ୍ର ଢେଉ କିଭଳି ସାମ୍ବାଦିକଙ୍କୁ ତଳେ ପକାଇଦେଇଥିଲା ଦେଖିବାକୁ ମିଳିଛି। ଘଟଣା ପରେ, ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ସେର୍ଗିଓ ଏବଂ ରାକେଲ୍ ଉଭୟ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କର କୌଣସି ଗୁରୁତର ଆଘାତ ହୋଇନାହିଁ।
ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେକ ୟୁଜର୍ସ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନଙ୍କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ତ ଆଉ କିଛି ବ୍ୟକ୍ତି ମାନେ ସେ ସୁରକ୍ଷିତ ଥିବାରୁ ଆଶ୍ବସ୍ତି ଲାଭ କରିଛନ୍ତି। ଆଉ କିଛି କହିଛନ୍ତି ସମୁଦ୍ର କୂଳରେ ଛିଡ଼ା ହୋଇ ରିପୋଟିଂ କରିବାବେଳେ ପ୍ରଥମେ ନିଜେ ସୁରକ୍ଷିତ ଅଛନ୍ତି କି ନାହିଁ ଧ୍ୟାନ ଦିଅନ୍ତୁ। ଖରାପ ପାଗ ଏବଂ ପ୍ରବଳ ଢେଉ ମଧ୍ୟରେ ରିପୋର୍ଟିଂ କରିବା କେତେ ବିପଜ୍ଜନକ, ତାହା ଏହି ଘଟଣା ପୁଣି ଥରେ ଦର୍ଶାଇ ଦେଇଛି।
🇪🇸 A Spanish TV reporter gets HIT by a BIG WAVE while covering the storm live. The wave crashed over the promenade wall in Ondarroa, slamming him and the camera. The signal briefly dropped, but both he and the camerawoman are fine. Reporting rough seas just got a LIVE demonstration 🌊 Writer: Lucas https://t.co/bYaX8r2s5T
— Mario Nawfal (@MarioNawfal) October 22, 2026
ସ୍ପେନ୍ର ବାସ୍କ୍ (Basque) ଅଞ୍ଚଳରେ ଥିବା ଓଣ୍ଡାରୋଆ (Ondarroa) ସହରରେ, ସମୁଦ୍ର କୂଳରେ ଛିଡ଼ା ହୋଇ ଲାଇଭ ରିପୋର୍ଟିଂ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କ ଉପରେ ଏକ ବିଶାଳ ଢେଉ ମାଡ଼ି ଆସିଲା। ସାମ୍ବାଦିକ ସର୍ଜିଓ ଓଭେଜେରୋ (Sergio Ovejero) ଏକ ଟେଲିଭିଜନ କାର୍ଯ୍ୟକ୍ରମ ପାଇଁ ସମୁଦ୍ର କୂଳରୁ ସିଧା ପ୍ରସାରଣ (ଲାଇଭ୍ ରିପୋର୍ଟିଂ) କରୁଥିଲେ। ସେ ବୁଝାଉଥିଲେ ଯେ ସମୁଦ୍ରର ଢେଉଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଏବଂ ତଟ ନିକଟରେ ଥିବା ଲୋକମାନେ ସତର୍କ ରହିବା ଆବଶ୍ୟକ। ଠିକ୍ ସେହି ସମୟରେ, ଏକ ବିଶାଳ ଢେଉ ସମୁଦ୍ର କୂଳର ସୁରକ୍ଷା ପ୍ରାଚୀର ଉପର ଦେଇ ଆସି ସେମାନଙ୍କ ପାଖରେ ପହଞ୍ଚିଗଲା। ଢେଉର ବେଗ ଏତେ ପ୍ରବଳ ଥିଲା ଯେ ସାମ୍ବାଦିକ ଏବଂ ତାଙ୍କ ସହ ଥିବା କ୍ୟାମେରାମ୍ୟାନ୍ ରାକ୍ୱେଲ୍ (Raquel) ନିଜର ନିୟନ୍ତ୍ରଣ ହରାଇ ତଳେ ପଡ଼ିଗଲେ।
ଏଭଳି ଦୁର୍ଘଟଣା ଘଟିବା ସମୟରେ କିଛି ସମୟ ପାଇଁ ଟିଭି ସିଗନାଲ ବନ୍ଦ ହୋଇଗଲା। ଷ୍ଟୁଡିଓରେ ଛିଡ଼ା ହୋଥିବା ଆଙ୍କର କ୍ୟାମେରାମ୍ୟାନ ସହ ଏଭଳି ଘଟଣା ଦେଖି ବିଚଳିତ ହୋଇଯାଇଥିଲେ। ସେମାନେ ସେମାନଙ୍କ ସହକର୍ମୀଙ୍କ ବିଷୟରେ ଚିନ୍ତିତ ହୋଇଗଲେ ଏବଂ ସେମାନେ ସୁରକ୍ଷିତ ଥିବାର ନିଶ୍ଚିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ। ପରେ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଲା, ଯେଉଁଥିରେ ଏକ ଶକ୍ତିଶାଳୀ ସମୁଦ୍ର ଢେଉ କିଭଳି ସାମ୍ବାଦିକଙ୍କୁ ତଳେ ପକାଇଦେଇଥିଲା ଦେଖିବାକୁ ମିଳିଛି। ଘଟଣା ପରେ, ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ସେର୍ଗିଓ ଏବଂ ରାକେଲ୍ ଉଭୟ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କର କୌଣସି ଗୁରୁତର ଆଘାତ ହୋଇନାହିଁ।
ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେତେକ ୟୁଜର୍ସ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନଙ୍କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ତ ଆଉ କିଛି ବ୍ୟକ୍ତି ମାନେ ସେ ସୁରକ୍ଷିତ ଥିବାରୁ ଆଶ୍ବସ୍ତି ଲାଭ କରିଛନ୍ତି। ଆଉ କିଛି କହିଛନ୍ତି ସମୁଦ୍ର କୂଳରେ ଛିଡ଼ା ହୋଇ ରିପୋଟିଂ କରିବାବେଳେ ପ୍ରଥମେ ନିଜେ ସୁରକ୍ଷିତ ଅଛନ୍ତି କି ନାହିଁ ଧ୍ୟାନ ଦିଅନ୍ତୁ। ଖରାପ ପାଗ ଏବଂ ପ୍ରବଳ ଢେଉ ମଧ୍ୟରେ ରିପୋର୍ଟିଂ କରିବା କେତେ ବିପଜ୍ଜନକ, ତାହା ଏହି ଘଟଣା ପୁଣି ଥରେ ଦର୍ଶାଇ ଦେଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories